• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜିକାଲି ସୋସିଆଲ ମିଡିଆ ଭାଇରାଲ ଭିଡିଓର ଗନ୍ତାଘର ସାଜିଯାଇଛି। ଏହି ପ୍ଲାଟ୍‌ଫର୍ମରେ ପ୍ରତିଦିନ ଏକରୁ ଅଧିକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଗୁଡିକ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଢେର୍ ସାରା ମନୋରଂଜନ କରୁଥିବା ବେଳେ ପ୍ରେରଣା ମଧ୍ୟ ଦେଇଚାଲିଛି। ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ।

ସାଧାରଣ ଦେଖାଯାଏ ଯେ ଗୋଟିଏ ସାଇକେଲ୍ ହେଉ କି ବାଇକ୍ ଶିଖିବା ପାଇଁ ଅନେକ ଦିନ ଲାଗେ। କେତେକ ତ ଅଛନ୍ତି ଅନେକ ଚେଷ୍ଟା ପରେ ବି ଶିଖିପାରନ୍ତି ନାହିଁ। ଯେଉଁମାନେ ବି ଶିଖିଲେ ସେମାନେ ରାସ୍ତାରେ ଚଳେଇବା ବେଳେ ଅନେକ ସାବଧାନତା ହୋଇ ଚଳାନ୍ତି। ମନରେ ଭୟ ବି ଥାଏ କେତେବେଳେ କ’ଣ ହେବ। କିନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ଅତି ସହଜରେ ରାସ୍ତାରେ ଏକାବେଳକେ ଦୁଇଟି ବାଇକ୍ ଚଳାଉଛନ୍ତି।

ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଜଣେ ଲୋକ ଏକାବେଳକେ ଦୁଇଟି ବାଇକ୍ ଚଳାଇବା ନିହାତି କଷ୍ଟକର କାମ। ଏଥିରେ ଭାରସାମ୍ୟ ରଖିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଏହି ବ୍ୟକ୍ତି ଜଣକ ଏମିତି ଚମତ୍କାର କରି ଦେଖେଇ ଦେଇଛନ୍ତି, ସୋସିଆଲ ମିଡିଆରେ ଯାହାକୁ ଦେଖି ଲୋକମାନେ ଚକିତ ହୋଇଯାଇଛନ୍ତି। ସେମାନେ ଏହାକୁ ଦେଖି ପ୍ରଶଂସା ମଧ୍ୟ କରିଛନ୍ତି ଆଉ ଶେୟାର ମଧ୍ୟ କରୁଛନ୍ତି।

ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏହି ବ୍ୟକ୍ତି ଜଣକ ଦୁଇଟି ବାଇକ୍ ସହିତ ବିପଦପୂର୍ଣ୍ଣ ରାସ୍ତାରେ ବହୁତ ସୁରୁଖୁରୁରେ ଯାଉଛନ୍ତି। ଯଦି ଦେଖାଯାଏ ଏହି ଭିଡିଓକୁ କେହି ବିଶ୍ୱାସ କରିବେ ନାହିଁ, କିନ୍ତୁ ଏହା ସତ। ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି।

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ memecentral.teb ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି। ଏହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓଟି ଲକ୍ଷ ଲକ୍ଷ ଭ୍ୟୁ ପାଇଥିବାବେଳେ ଏହାକୁ ୧୩ ହଜାରରୁ ଅଧିକ ଲାଇକ୍ ମିଳି ସାରିଛି। ଲୋକମାନେ ଏହି ଭିଡିଓ ଉପରେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ଉପଭୋକ୍ତା ଏହା ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି – “ପ୍ରକୃତରେ ଆମେ ଏତେ ହେବୀ ଡ୍ରାଇଭର ଜୀବନରେ ଦେଖିନାହୁଁ। ସେହିପରି ଅନ୍ୟ ଜଣେ ବ୍ୟକ୍ତି କମେଣ୍ଟ ଦେଇ କହିଛନ୍ତି ଯେ ଏତେ ଭଲ ଡ୍ରାଇଭର ଖୋଜିବା ବହୁତ କଷ୍ଟକର।