Advertisment

ଭାରତର ପ୍ରଥମ ମହିଳା ପାଇଲଟ୍‌ଙ୍କ ସଂଘର୍ଷର ଜୀବନ

ସେ ଥିଲେ ଭାରତର ପ୍ରଥମ ମହିଳା ପାଇଲଟ୍। ଶାଢୀ ପିନ୍ଧି ବିମାନ ଉଡ଼ାଇଥିଲେ। ତାଙ୍କ ଜୀବନ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଅଧା ବାଟରେ ସ୍ୱାମୀ ହାତ ଛାଡିଦେଇଥିଲେ। କିପରି ଥିଲା ପରବର୍ତ୍ତୀ ଜୀବନ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Sarla Thakral the first woman pilot of India

Sarla Thakral the first woman pilot of India

ପ୍ରତିବର୍ଷ ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହିଦିନ ମହିଳାମାନଙ୍କର ଅଧିକାର ଏବଂ ସମ୍ମାନକୁ ନେଇ ଜାଗରଣ କରାଯାଏ। ସମଗ୍ର ବିଶ୍ୱରେ ମହିଳାମାନଙ୍କୁ ସମାନ ଅଧିକାର ଦେବା ପାଇଁ ମହିଳା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ମହିଳା ଦିବସ ଅବସରରେ, ଯଦି ଆମେ ସେହି ଭାରତୀୟ ମହିଳାମାନଙ୍କ ଅବଦାନକୁ ମନେ ପକେଇବା ତେବେ ଏହା ସମାଜ ପାଇଁ ଏକ ମିସାଲ୍ ପାଲଟିଯିବ।

Advertisment

ଆଜି ଭାରତରେ ଅନେକ ମହିଳା ପାଇଲଟ୍ ଅଛନ୍ତି ଯେଉଁମାନେ ବିମାନରୁ ନେଇ ଯୁଦ୍ଧ ବିମାନକୁ ଉଡେଇଲେଣି କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ମହିଳା ପାଇଲଟ୍ କିଏ, ଯିଏ ଶାଢୀ ପିନ୍ଧି ବିମାନ ଉଡ଼ାଇଥିଲେ? ସେ ହେଉଛନ୍ତି ସରଲା ଠକରାଲ। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

ସରଲାଙ୍କ ଜୀବନୀ:

ସରଲା ଠାକରାଲ ୧୯୧୪ ଅଗଷ୍ଟ ୮ରେ ବ୍ରିଟିଶ ଭାରତରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସରଲା ୧୬ ବର୍ଷର ହୋଇଥିଲେ, ସେ ତାଲିମପ୍ରାପ୍ତ ପାଇଲଟ୍ ପିଡି ଶର୍ମାଙ୍କୁ ବିବାହ କରିଥିଲେ। ସରଲାଙ୍କୁ ତାଙ୍କ ସ୍ୱାମୀ ବିମାନ ଉଡାଣ ଲାଗି ଉତ୍ସାହିତ କରିଥିଲେ। ଏନେଇ ସରଲା ବିବାହ ପରେ ପାରିବାରିକ ଦାୟିତ୍ୱ ସହିତ ମଧ୍ୟ ତାଙ୍କ ସ୍ୱପ୍ନକୁ ଜୀବନ୍ତ ରଖିଥିଲେ।

Advertisment

ଶାଶୁଘରର ସମର୍ଥନ:

ସରଲା ଠାକରାଲଙ୍କ ସ୍ୱାମୀଙ୍କ ବ୍ୟତୀତ ତାଙ୍କ ଶାଶୁଘରେ ନଅ ଜଣ ପାଇଲଟ୍ ଥିଲେ। ସରଲାଙ୍କ ସ୍ୱାମୀଙ୍କୁ ପ୍ରଥମ ଇଣ୍ଡିଆନ୍ ଏୟାର ମେଲ୍‌ ପାଇଲଟ ଲାଇସେନ୍ସ ମିଳିଥିଲା। ସେ କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିଲେ। ସରଲା ଠାକରାଲ ମଧ୍ୟ ଲାହୋର ଫ୍ଲାଇଙ୍ଗ କ୍ଲବର ସଦସ୍ୟ ଥିଲେ।

ଯେତେବେଳେ ସରଲାଙ୍କ ପ୍ରଶିକ୍ଷଣ ସମାପ୍ତ ହେଲା ଏବଂ ଆବଶ୍ୟକ ଉଡ଼ାଣ ସମୟ ପୂରଣ ହେଲା, ତାଙ୍କ ଶିକ୍ଷକମାନେ ଚାହୁଁଥିଲେ ଯେ ସରଲା ଏକାକୀ ବିମାନ ଉଡାନ୍ତୁ। ଫ୍ଲାଇଙ୍ଗ କ୍ଲବର ଜଣେ କିରାଣୀଙ୍କ ବ୍ୟତୀତ ତାଙ୍କ ସହ କୌଣସି ସଦସ୍ୟ ଏଥିରେ ଆପତ୍ତି କରି ନଥିଲେ।

'ଏ ଲାଇସେନ୍ସ' ପାଇବାରେ ପ୍ରଥମ ଭାରତୀୟ ମହିଳା:

ସରଲା ଠାକରାଲ୍‌ ମଧ୍ୟ ପ୍ରଥମ ଲାଇସେନ୍ସପ୍ରାପ୍ତ ଭାରତୀୟ ମହିଳା ଯିଏକି ଏକ ହଜାର ଘଣ୍ଟା ବିମାନ ଉଡ଼ାଣ ଶେଷ କରିଥିଲେ। ସରଲାଙ୍କ ଶ୍ୱଶୁର ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ, କିନ୍ତୁ ପରେ ୧୯୩୯ ମସିହାରେ ଯେତେବେଳେ ସରଲା ଏକ ବ୍ୟବସାୟିକ ପାଇଲଟ୍‌ ଲାଇସେନ୍ସ ପାଇଁ କଠିନ ପରିଶ୍ରମ କରୁଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ତାଙ୍କର ତାଲିମରେ ପ୍ରଭାବ ପଡିଲା। ଫଳରେ ଏଥିରେ ରୋକ୍ ଲାଗିଲା।

ପାଇଲଟ୍‌ ହେବାର ସ୍ୱପ୍ନ ଛାଡିଲେ:

ଏହି ସମୟରେ ସରଲା ଠାକରାଲଙ୍କ ସ୍ୱାମୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସରଲାଙ୍କୁ ସେତେବେଳେ ୨୪ ବର୍ଷ ହୋଇଥିଲା। ଏହି ଘଟଣା ପରେ ସେ ପାଇଲଟ୍‌ ହେବାର ସ୍ୱପ୍ନ ଛାଡି ଭାରତକୁ ଫେରିଆସିଲେ। ଏଠାରେ ସେ ମେୟୋ ସ୍କୁଲ୍‌ ଅଫ୍ ଆର୍ଟରେ ନାମ ଲେଖାଇ ପେଣ୍ଟିଂ ଶିଖିଲେ ଏବଂ ଫାଇନ୍ ଆର୍ଟରେ ଡିପ୍ଲୋମା ହାସଲ କଲେ।

ଉଦ୍ୟୋଗୀ ଭାବରେ ସରଲା:

୧୯୪୭ ମସିହାରେ ଯେତେବେଳେ ଭାରତ-ପାକିସ୍ତାନ ବିଭାଜିତ ହେଲା, ସେତେବେଳେ ସରଲା ତାଙ୍କ ଦୁଇ ଝିଅଙ୍କ ସହ ଦିଲ୍ଲୀ ଯାଇଥିଲେ। ଗୋଟିଏ ବର୍ଷ ପରେ ସେ ପିପି ଠକରାଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ପୋଷାକ ଏବଂ ଅଳଙ୍କାର ଡିଜାଇନ୍ ଦିଗରେ ସରଲା ତାଙ୍କ ଜୀବନ ଆରମ୍ଭ କରିଥିଲେ ଏବଂ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ କୁଟୀର ଶିଳ୍ପ ସହିତ ଜଡିତ ଥିଲେ। ୨୦୦୮ ମାର୍ଚ୍ଚ ୧୫ ରେ ଏହି ସାହସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା।

International Women Day-2022
Advertisment
Advertisment