• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିପଦପୂର୍ଣ୍ଣ ନଦୀ ଯାତ୍ରା । ନିର୍ବାଚନ ପରେ ନିର୍ବାଚନ ଆସୁଛି, ହେଲେ ସୁଧୁରି ପାରୁନି ଲୋକଙ୍କ ଦୁର୍ଦ୍ଦଶା । ଗଜପତି ଆର.ଉଦୟଗିରି ବାଦପୁର ଗ୍ରାମବାସୀଙ୍କ ସମସ୍ୟା ସତେ ଯେପରି ଏକ ବିରାଟ ସମସ୍ୟା ପାଲଟିଛି । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ପୁରୁଣାପାଣି ପଂଚାୟତ ବାଦପୁର ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନଥିବାରୁ ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଂଚାୟତ କାର୍ଯ୍ୟାଳୟ, ମେଡିକାଲ ଓ ବଜାର ହାଟ ଯିବାକୁ ଏହି କାଠ ପୋଲ ହିଁ ଲୋକଙ୍କ ସାହା ଭରସା । ନିଜ ଉଦ୍ୟମରେ ପ୍ରତି ବର୍ଷ କାଠ ପୋଲ ତିଆରି କରି ତା ଉପରେ ନିର୍ଭର କରି ଆସୁଛନ୍ତି ସ୍ଥାନୀୟ ଲୋକମାନେ ।

ଗତ କିଛି ବର୍ଷ ଧରି ବାଦପୁର ଗ୍ରାମବାସୀଙ୍କ ଘୋଡାହାଡ ନଦୀ ପାର ହେବା ପାଇଁ ଏକ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । ବାଉଁଶ ପୋଲ ବ୍ୟତୀତ ସେମାନଙ୍କ ପାଖରେ ଆଉ କୌଣସି ଉପାୟ ନଥିବାରୁ ସ୍ଥାନୀୟ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ବର୍ଷ ବର୍ଷ ଧରି ୩ ଖଣ୍ଡ ଗାଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ପଂଚାୟତ କାର୍ଯ୍ୟାଳୟ, ମେଡିକାଲ ଓ ବଜାର ହାଟ ସମସ୍ତ କ୍ଷେତ୍ରରେ ଏହି କାଠ ପୋଲ ହିଁ ସାହା ଭରସା ପାଲଟିଥିବାରୁ ନିଜ ଉଦ୍ୟମରେ ପ୍ରତି ବର୍ଷ କାଠ ପୋଲ ତିଆରି କରି ତା ଉପରେ ନିର୍ଭର କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ କାହାରି ବି ଦୃଷ୍ଟି ପଡୁନି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ବର୍ଷକୁ ୨-୩ ଥର ଗ୍ରାମବାସୀଙ୍କ ଦ୍ୱାରା ଏହି ପୋଲ ନିର୍ମାଣ ହେଉଛି । ଘୋଡାହାଡ ନଦୀରେ କୁମ୍ଭୀର ରହିଥିବା ନେଇ କହିଛନ୍ତି ଗ୍ରାମବାସୀ । ଏହି ସମୟରେ ସେମାନେ ଏଭଳି ବିପଦପୂର୍ଣ୍ଣ ଭାବରେ ନଦୀ ଯାତ୍ରା କରିବା ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ସ୍ଥାନୀୟ ବିଡିଓ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ବାରମ୍ଭାର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ତେବେ ଏପରି ସ୍ଥିତିରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ନୂଆ ପୋଲ ଖଣ୍ଡେ ତିଆରି କଲେ ପାଖଆଖର ୩ ଖଣ୍ଡ ଗାଁ ଲୋକେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ ।