/odishatv-khabar/media/post_attachments/uploadimage/library/16_9/16_9_0/ss_1641805005.jpg)
Fine on Covid norm violators
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ତେଣୁ ଲୋକମାନେ ସତର୍କ ରହିବା ସହ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା, ଭିଡ଼ରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା ଲାଗି BMC(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କୁହାଯାଇଛି।
ଏଥିସହ ଯେଉଁମାନେ କୋଭିଡ୍ ନିୟମ ଭାଙ୍ଗିବେ ୫୦୦ ଟଙ୍କା ଜରିମାନା ଗଣିବେ ବୋଲି BMC କହିଛି।
କୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ।
ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ। #Omicron#COVID19#StaySafeStayHealthypic.twitter.com/ccebYPZPaW— BMC (@bmcbbsr) January 10, 2022
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୦୬ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)