Advertisment

ଆଉ ମାତ୍ର କିଛି ସମୟର ଅପେକ୍ଷା; ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀଜୀଉଙ୍କର ପଦ୍ମବେଶ । ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Preparation Underway For Padma Besha Of Lord Jagannath & Siblings At Puri Srimandir

Preparation Underway For Padma Besha Of Lord Jagannath & Siblings At Puri Srimandir

ଆଜି ଶ୍ରୀଜୀଉଙ୍କର ପଦ୍ମବେଶ । ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ । ମାଘ ମାସ ଅମାବାସ୍ୟାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସଜିତ କରାଯାଇଥାଏ ।

Advertisment

ଶ୍ରୀବିଗ୍ରହମାନେ ପ୍ରତ୍ୟେକ ରାତିରେ ବଡ ସିଂହାର ବେଶରେ ପହୁଡ଼ ଯାଇଥାନ୍ତି । ମାତ୍ର ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ଥାନ୍ତି । ଦୀର୍ଘ ଦେଢ଼ ମାସ ହେଲା ସେବାୟତମାନେ ପଦ୍ମବେଶ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରିଆସୁଥିଲେ । ଏହି ବେଶ ପାଇଁ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ, ଡାଳିଲତା ଆଦି ସୋଲରେ ତିଆରି କରାଯାଇଥାଏ ।ମୁଖ୍ୟତଃ ବେଶରେ ୮୦ଟି ଛୋଟ ପଦ୍ମ, ୪ଟି ପଦ୍ମକଢ଼ି ବା କର ପଲ୍ଲବ, ୪ଟି ହଂସ ଓ ୭ଟି ଗଛ ସହ ବିଭିନ୍ନ ଅଳଙ୍କାର ପ୍ରସ୍ତୁତ କରାଯାଇଛି ।

ପଦ୍ମ ବେଶ ପଛରେ ରହିଛି ଏକ ସୁନ୍ଦର ଲୋକ କଥା । ଏକଦା ମନୋହର ଦାସ ନାମକ ଜଣେ ଭକ୍ତ ତଥା ସାଧୁ ପୁରୀକୁ ଆସୁଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ସୁଖି ଯାଇଥିଲା । ଯାହାଫଳରେ ସୁଖିଲା ଫୁଲକୁ ସେବକ ମାନେ ଗ୍ରହଣ କରିନଥିଲେ । ସେହିଦିନ ରାତିରେ ମହାପ୍ରଭୁ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ କରି ଉକ୍ତ ଫୁଲକୁ ଲାଗି କରିବା ପାଇଁ ନିର୍ଦେଶ ଦେଇଥିଲେ । ପରେ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲରେ ମହାପ୍ରଭୁଙ୍କ ବେଶ ହୋଇଥିଲା । ମହାପ୍ରଭୁଙ୍କୁ ସେହି ମଉଳାଫୁଲ ଲାଗିବା ପରେ ମଉଳା ଫୁଲ ତଟକା ହୋଇଉଠିଲା ଅତିବ ସୁନ୍ଦର ଦର୍ଶନ ଦେଲେ ଚତୁର୍ଦ୍ଧାବିଗ୍ରହ।

Advertisment

ଅନ୍ୟପକ୍ଷେ, ଗତକାଲିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅନେକ ଭକ୍ତ । କୋଭିଡ କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିଲା ଶ୍ରୀମନ୍ଦିର । ତେବେ ଗତକାଲିଠାରୁ ଚାତକ ଆଖିରେ ଚାହିଁ ରହିଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇ ପାରିଛନ୍ତି । କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ଅନ୍ୟ ସବୁ ଶ୍ରଦ୍ଧାଳୁ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Padma Besha Of Lord Jagannath
Advertisment
Advertisment