Advertisment

କୋରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ଥାନାର ଦ୍ୱାରସ୍ଥ : ଅପହରଣ ପରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ

ଆଖିରେ ପଟି ବାନ୍ଧି ଟେକି ନେଇଥିଲେ ଦୁର୍ବୃତ୍ତ । ପ୍ରଚାର ନକରିବାକୁ ରାସ୍ତାରେ ଧମକ ଦେଇଥିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Panchayat Poll Violence

Panchayat Poll Violence

ରାଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଉଛି ରାଜନୀତି। ଏପରିକି ବିଭିନ୍ନ ଆଡ଼େ ରାଜନୈତିକ ହିଂସା ଘଟୁଥିବାର ବି ଦେଖିବାକୁ ମିଳୁଛି । ମାଲକାନଗିରି କୋରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମୀଙ୍କୁ ଅପହରଣ ଏବଂ ତାଙ୍କ ପରିବାରକୁ ଧମକ ନେଇ ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ପ୍ରଦୀପକୁ ଅପହରଣ କରିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ମାରିଦେବାର ଭୟ ଦେଖାଇବା ନେଇ ସେ ବାଲିମେଳା ଥାନାରେ ଅଭିଯୋଗ କରିଛନ୍ତି ପ୍ରଦୀପ ।

Advertisment

ଗତ ୨୧ ତାରିଖ ସକାଳେ ନିଜ ଧାନ ମଣ୍ଡିରେ ୩ଜଣ ହତ୍ୟା ଧମକ ଦେଇ ଚାଲିଯାଇଥିବା ବେଳେ ସୋମବାର ବାଲିମେଳା ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରୁଥିବା ସମୟରେ ତାଙ୍କ ମୁଁହରେ କପଡା ବାନ୍ଧି ଏକ ଗାଡ଼ିରେ ବସାଇ ଚିତ୍ରକୋଣ୍ଡା ଆଡକୁ ନେଇଯାଇଥିଲେ ।

ପ୍ରଚାର ନକରିବାକୁ ରାସ୍ତାରେ ଧମକ ଦେଇଥିଲେ । ଏନେଇ ତାଙ୍କର ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଥାନାରେ ଅଭିଯୋଗ କରିଛନ୍ତି ପ୍ରଦୀପ । ପ୍ରଦୀପ ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ଶାସକ ଦଳର ଲୋକେ ଏଭଳି କରିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି ।

Advertisment
Panchayat Poll Violence
Advertisment
Advertisment