• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି ଘଟଣା ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ୍ ଅଭିଯୋଗ ହୋଇଛି । ଡେଙ୍କାନାଳ ନବପଳ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଶିକ୍ଷକ ଜଣକ ତାଙ୍କ ଘର ଢେଙ୍କାନାଳ ଯିବା ପାଇଁ ଆଚାର୍ଯ୍ୟବିହାର ଛକରେ ଅପେକ୍ଷା କରିଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ବସ୍ ନ ଆସିବାରୁ ଏକ କାର୍‌ରେ ଦୁଇ ଜଣ ବ୍ୟକ୍ତି ଆସି ତାଙ୍କୁ ଲିଫ୍ଟ ଦେଇଥିଲେ । ଡମଣା ଛକରେ ତାଙ୍କୁ କିଛି ପିଇବାକୁ ଦେଇଥିଲେ ଏବଂ ପରେ ଧବଳେଶ୍ୱର ଘାଟରେ ତାଙ୍କୁ ଫୋପାଡ଼ି ଦେଇ ତାଙ୍କ ଠାରୁ ଟଙ୍କା, ସୁନା ମୁଦି ଏବଂ ମୋବାଇଲ୍ ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି ।

ସେହିପରି ଗତ ଜାନୁଆରୀ ୨୬ ତାରିଖରେ, ରାଜଧାନୀ ଭୁବନେଶ୍ୱରରେ ଲୁଟେରାମାନେ ଦୋକାନୀଙ୍କୁ ଚକ୍‌ମା ଦେଇ ଅଭିନବ ଉପାୟରେ ଲୁଟ୍ କରିଥିଲେ । ଭୁବନେଶ୍ୱର ୟୁନିଟ୍-୩ ଜୟକିଶନ୍ ମାର୍କେଟର ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରି ୩ ଜଣ ଲୁଟେରା ଏହି ଲୁଟ୍‌ କରିଥିବା ଜଣାପଡିଛି । ଅଭିନବ ଉପାୟରେ ଲୁଟ୍‌ କରି ଲୁଟେରା ପ୍ରାୟ ୬ ହଜାରରୁ ଅଧିକ ଟଙ୍କା ନେଇ ଫେରାର୍ ହୋଇଥିବା ଜଣାପଡିଥିଲା ।

ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ୍‌ପାଟ୍‌ । କେତେବେଳେ ମେଡିସିନ୍‌ ଷ୍ଟୋରରୁ ତ ଆଉ କେତେବେଳେ ଅଳଙ୍କାର ଦୋକାନରୁ ଲୁଟ୍‌ । ଏତେ ମାତ୍ରାରେ ଲୁଟ୍‌ ହେଉଛି ଯେ ରାଜଧାନୀର ରାଜରାସ୍ତାରେ ଚାଲିବାପାଇଁ ମଧ୍ୟ ଲୋକେ ଭୟ କରୁଛନ୍ତି । ସତେଯେପରି ରାଜଧାନୀ ଭୁବନେଶ୍ୱର ଲୁଟ୍‌ର ହବ୍‌ ପାଲଟିଛି ।