• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଯାତ୍ରା ମଞ୍ଚକୁ ଫେରିବେ କି ଅଭିନେତା ପୀୟୂଷ ତ୍ରିପାଠୀ ? ଯଦି ଫେରିବେ କେଉଁ ଅପେରାରେ କାମ କରିବେ ? କେଉଁ ମାଲିକ ଅପଣାଇବେ ? ଆଉ କାହା ମଞ୍ଚରେ ଚଢ଼ି ଦର୍ଶକଙ୍କ ମନରୋଞ୍ଜନ କରିବେ ପୀୟୂଷ । ବେଶ୍ କିଛି ଦିନର ନିରବତା ପରେ ପୁଣି ଫେରିଛି ପୀୟୂଷ କଣ୍ଟ୍ରଭର୍ସି । ଯାତ୍ରା ସିହିଂସବାହିନୀକୁ ପୀୟୂଷ ଫେରିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଲାଣି ।

ଏନେଇ ବିଶେଷ ଘୋଷଣା କରିଛନ୍ତି ଯାତ୍ରା ମାଲିକ ସଂଜୀବ କୁମାର ପାଢୀ । ଜଣେ ଯାତ୍ରାପାର୍ଟି ମାଲିକଙ୍କ ପାଖରୁ ଟଙ୍କା ଓ ଗାଡ଼ି ଆଣି ଯାତ୍ରା କରିବାକୁ ମନା କରିବାରୁ ବିବାଦରେ ଫସିଥିଲେ ପୀୟୂଷ । ପରେ ବର୍ଷେ ବିଶ୍ରାମ ନେବା ସହ ମଞ୍ଚକୁ ଚଢିବେନି ବୋଲି ଘୋଷଣା କରିଥିଲେ । ହେଲେ ଏବେ ପୁଣି ପୀୟୂଷ ମଞ୍ଚକୁ ଫେରିବେ ବୋଲି କୁହାଯାଉଛି ।

Also Read

ପୂର୍ବରୁ ଯାତ୍ରା କରିବାକୁ ପୀୟୂଷ ରାଜି ହୋଇସାରିଛନ୍ତି । ଚଳିତ ବର୍ଷର ଶେଷ ନାଟକ କରବା ପରେ ଗଣମାଧ୍ୟମ ଆଗରେ ନିଜେ ସୁସ୍ଥ ଥିବା ମୁହଁ ଖୋଲି କହିବା ସହ ଯାତ୍ରା ମାଲିକଙ୍କ ଉପରେ ସବୁ କିଛି ଛାଡ଼ି ଦେଇଥିବା କହିସାରିଛନ୍ତି । ଏପରି ସମୟରେ କି ନିଷ୍ପତ୍ତି ନେବ ମାଲିକ ସଂଘ ? ପୀୟୂଷ ମଞ୍ଚକୁ ଫେରିବେ, ନା ହେବେ ବର୍ଷକ ପାଇଁ ବିଦା ? ବିବାଦ ଛିଡ଼ୁନି, କଳହ ବି କମୁନି । ଯାତ୍ରାମଞ୍ଚରେ ଏବେ ଖୁବ୍‌ ଡିମାଣ୍ଡ ଜଲିଉଡ୍‌ ଅଭିନେତା ପୀୟୂଷ ତ୍ରିପାଠୀ । ଦରମାର ଯେମିତି, ପରଫମାନ୍ସ ବି ସେମିତି । ୨୦୨୪-୨୦୨୫ ଶେଷ ନାଟକ ସରିବା ପରେ ଗୋଟଏ ବର୍ଷ ପାଇଁ ଯାତ୍ରାରୁ ବିଦାୟ ନେବାବେଳେ କାନ୍ଦିଥିଲେ ସାଥି କଳାକାର ।

ଆଉ ତା’ ପରେ ମାଲିକ-ମାଲିକଙ୍କ ମଧ୍ୟରେ ପୀୟୂଷଙ୍କ ପାଇଁ ଆରମ୍ଭ ହୋଇଥିଲା କଥା କଟାକଟି । କିନ୍ତୁ ଏବେ ପୁଣି ସେହି ପ୍ରସଙ୍ଗ ତାଜା ହେଲାଣି । ପୂର୍ବରୁ ପୀୟୂଷ କହିଥିଲେ ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ । ଦର୍ଶକଙ୍କ ଭଲ ପାଇବା ରହିଲେ ନିଶ୍ଚିତ ଯାତ୍ରାକୁ ଫେରିବି । ଏଥି ସହ ସିଂହବାହିନୀରୁ ନେଇଥିବା ଟଙ୍କା ଓ ଗାଡ଼ି ନଫେରାଇବା ପ୍ରସଙ୍ଗରେ ପୀୟୂଷ କହିଥିଲେ, ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ମୁଁ ସିଂହବାହିନୀରେ ରହିବି ।

ତେବେ ଯାତ୍ରାକୁ ଫେରିବା ନେଇ ପୀୟୂଷ ଗଣମାଧ୍ୟମ ଆଗରେ ସ୍ପଷ୍ଟ ମତ ରଖିଥିଲେ ମଧ୍ୟ ଏନେଇ ଯାତ୍ରା ମାଲିକ ସଂଘ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହିଁ । ଆଗକୁ ଏହି ଯାତ୍ରା କଳହ କେଉଁ ମୋଡ଼ ନେଉଛି ତା’ ଦେଖିବାକୁ ବାକି ।