/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753349718.jpg)
PROPERTY DISPUTE
ବ୍ରହ୍ମପୁର: ସଂପତ୍ତି ବିବାଦର ନୂଆ ଚିତ୍ର। ଗୋଟିଏ ଘରେ ତାଲାପକାଇଲେ ଉଭୟ ବାପା ଓ ପୁଅ। ବାପା ଭିତରପଟୁ ତାଲା ପକାଇଥିବାବେଳେ ପୁଅ ବାହାର ପଟୁ ତାଲା ପକାଇଥିଲେ। ପୋଲିସ ଆସିବାରୁ ପୁଅ ଖୋଲିଲା ତାଲା I ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗାନ୍ଧି ନଗର ଚତୁର୍ଥ ଲାଇନ୍ ଅଞ୍ଚଳରେ। ଏହି ଅଞ୍ଚଳର ପ୍ରକାଶ କୋଠିଆ ଓ ତାଙ୍କ ପୁଅ ଦୀପକ କୋଠିଆଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଛି।
ଅଧିକ ପଢ଼ନ୍ତୁ: ବାବୁଙ୍କ 'ଗାନ୍ଧିମୁଣ୍ଡ ଚାନ୍ଦି ନୋଟ୍' : ବାସ୍ତୁ ଦୋଷ ପାଇଁ ରଖିଥିଲେ ପିତ୍ତଳ ହାତୀ ଓ ହରିଣ ଶିଙ୍ଗ
ଘର ସମ୍ପତ୍ତିକୁ ନେଇ ଅନେକ ସମୟରେ ବାପ ପୁଅଙ୍ପାକ ମଧ୍ୟରେ ପାଟିତୁଣ୍ଡ ହେଉଛି। ପ୍ରକାଶଙ୍କ ଅଭିଯୋଗ ଅନୁସାରେ- ପୁଅ ଦୀପକ ତାଙ୍କୁ ସବୁବେଳେ ଆକ୍ରମଣ କରିବା ସହ ଗାଳି କରୁଛି। ଆଜି ସେଥିପାଇଁ ସେ ଘରର ଭିତର ପଟୁ ତାଲା ପକାଇ ଦେଇଥିଲେ। ପୁଅ ପ୍ରକାଶ ଏହା ଦେଖି ଉତ୍ୟକ୍ତ ହୋଇ ବାହାର ପଟୁ ଆଉ ଏକ ତାଲା ଦେଇ ପଳାଇ ଥିଲା। ବାପା ପ୍ରକାଶ ଏନେଇ ଟାଉନ ଥାନାକୁ ଜଣାଇବା ପରେ ପୋଲିସ ଆସି ତାଲା ଖୋଲିଥିଲା।
ପୁଅ ଦୀପକ ଏବେ ରାୟଗଡ଼ାରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ସେ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି- ତାଙ୍କ ପତ୍ନୀଙ୍କୁ ବାପା ପ୍ରକାଶ ଅଧିକ ଯୌତୁକ ଦାବି କରି ଘରୁ ବାହାର କରି ଦେଇଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)