• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦିଲ୍ଲୀ ଏମ୍ସରେ କ୍ରାଇମବ୍ରାଞ୍ଚ । ପୁରୀ ବଳଙ୍ଗା ପୀଡ଼ିତାଙ୍କ ସମ୍ପର୍କିତ ତଦନ୍ତ ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ୭ ଜଣିଆ ଡାକ୍ତରୀ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ସ୍କିନ୍ ଗ୍ରାଫ୍ଟିଂ କରାଯାଉଛି । ଆଜି ସକାଳ ୧୦ଟାରୁ ଅପରେସନ ଆରମ୍ଭ ହୋଇଥିବାବେଳେ ୫ରୁ ୬ ଘଣ୍ଟା ଲାଗିବ । ଗତକାଲି ଝିଅକୁ ସାମାନ୍ୟ ଜ୍ୱର ଥିବାରୁ ଅପରେସନ ହୋଇପାରିନଥିଲା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ।

ପୂର୍ବରୁ ବଳଙ୍ଗା ନାବାଳିକାଙ୍କ ପୁଣି ଥରେ ବୟାନ ରେକର୍ଡ ହୋଇପାରେ ବୋଲି କୁହାଯାଉଥିଲା । ଦିଲ୍ଲୀ AIIMS ଯାଇ ପୋଲିସ୍ ଓ କ୍ରାଇମବ୍ରାଞ୍ଚର ଅଧିକାରୀ ବୟାନ ରେକର୍ଡ କରିପାରନ୍ତି ବୋଲି ଚର୍ଚ୍ଚା କରାଯାଉଥିଲା । ଆଗରୁ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଥିଲେ ମଧ୍ୟ ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସୁଧୁରିବା ଥିବାରୁ ଏବେର ବୟାନ ବେଶ୍ ଗୁରୁତ୍ବବହନ କରୁଛି ।

୬ ଦିନ ତଳେ ବଳଙ୍ଗା ଅଞ୍ଚଳର ନିଜ ଗାଁ ପାଖରେ ପୀଡ଼ିତା ଅଧାପୋଡ଼ା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନଦୀ ପଠାକୁ ନେଇ ତିନି ଦୁର୍ବୃତ୍ତ ତାଙ୍କୁ ଜାଳି ଦେଇଥିବା ଅଭିଯୋଗ ଥିଲା । ଏବେ ଯାଏଁ ଜଣା ପଡିନି କିଏ ନାବାଳିକାଙ୍କୁ ଜାଳିଥିଲେ । କଣ ପାଇଁ ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିଲା । ଏଭଳି ବର୍ବରକାଣ୍ଡ ଘଟାଇବା ପଛର କାରଣ କଣ ?

ଗ୍ରାଉଣ୍ଡରେ ମାରାଥନ୍ ତନାଘନା ଓ ତଦନ୍ତ ଚାଲିଥିଲେ ବି ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ମିଳିପାରିନି । ପୀଡ଼ିତାଙ୍କ ପରିବାର ଓ ସାଙ୍ଗଙ୍କୁ ପଚରାଉଚରା ହୋଇଛି । ସେହିପରି ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ବି ପଚରାଉଚରା ସରିଛି ।

ପୁରୀ ବଳଙ୍ଗାର କିଏ ସେହି ବଦମାସ, ୧୫ ବର୍ଷିୟା କିଶୋରୀ ଦେହରେ କିରୋସିନୀ ଢାଳି ଜାଳିଦେଇଥିଲେ ନିଆଁ ? ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତି ପୀଡ଼ିତାଙ୍କ କହିବା ଅନୁସାରେ ବୟାନ ଦେଇଥିଲେ, ୩ ଯୁବକ ନିଆଁ ଲଗାଇଦେଲେ ବୋଲି । ତେବେ ଘଟଣା ପଛରେ ଯିଏ ଥାଉ, କାରଣ ବି ଯାହା ଥାଉ। ୪ ଦିନ ପରେ ବି ଖୁଲାସା ହୋଇପାରୁନଥିବାବେଳେ ମାମଲାକୁ ନେଇ ବଢିଚାଲିଛି ନାନା ରହସ୍ୟ ।

ଓଟିଭି ବିଜ୍ଞାପନ