/odishatv-khabar/media/post_attachments/uploadimage/library/16_9/16_9_0/BMC_1753351811.jpg)
BMC
ବନ୍ଧାହେଲେ BMCର କୁବେର ଯନ୍ତ୍ରୀ । BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ଗତକାଲି ୪ଟି ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତ୍ତି ପାଇଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଗୋଟିଏ, ଗୁଣପୁରରେ ୨ଟି ବହୁତଳ କୋଠା ଠାବ କରାଯାଇଥିଲା। ଏଥି ସହ ଭୁବନେଶ୍ବରରେ ୩ ଦାମୀ ପ୍ଲଟ୍ ସହ ବାଲିଅନ୍ତା ରଣପୁର ମୌଜାରେ ଦେଢ଼ ଏକର ଜମିର ଫାର୍ମ ହାଉସ ମଧ୍ୟ ଠାବ ହୋଇଥିଲା । ଫାର୍ମ ହାଉସରୁ ଦୁଇଟି ହରିଣ ଶିଂଘକୁ ମିଳିଥିଲା । ତେଣୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଆଉ ଏକ ମାମଲା ମଧ୍ୟ ତାଙ୍କ ବିରୁଦ୍ଧରେ ରୁଜୁ କରାଯାଇଛି ।
ଭୁବନେଶ୍ବର ବଡଗଡରେ ଥିବା ଏହି ୩ ମହଲା ଆଲିଶାନ କୋଠା ଉପରେ ଟିକେ ନଜର ପକାନ୍ତୁ । ଘରର ପ୍ରତ୍ୟେକଟି କୋଣରେ ରହିଛି ବାସ୍ତୁ ଅନୁସାରେ ଆଣ୍ଟିକ ପିସ । ଫର୍ଣ୍ଣିଚର ଠାରୁ ଆରମ୍ଭ କରି ଘରର କବାଟ ସବୁକିଛି ଦାମୀ ଶାଗୁଆନ କାଠରେ ତିଆରି । ସେହିପରି ଘରୁ ମିଳିଛି ପାଖାପାଖି ୨ ଶହ ଗ୍ରାମର ଲାଟେଷ୍ଟ ଆଉ ଦାମୀ ସୁନାଗହଣା । ଏଥିସହ ଘରୁ ଏକ ଦେଶୀ ବନ୍ଧୁକ ବି ଠାବ ହୋଇଛି।
କେବଳ ଏହା ନୁହଁ ବାଲିଅନ୍ତା ରଣପୁର ମୌଜାରେ ରହିଛି ଜଗନ୍ନାଥଙ୍କ ଏହି ବ୍ୟୟ ବହୁଳ ଦେଢ ଏକରର ଫାର୍ମହାଉସ। ଫାର୍ମ ହାଉସରେ ରହିଛି ମାଛ ଚାଷ ପୋଖରୀ, ନଡିଆ ବଗିଚା, କଦଳୀ ବନ, ଡ୍ରାଗନ ଫ୍ରୁଟ, ପିଜୁଳି, ଅଙ୍ଗୁର ଭଳି ଫଳ ବଗିଚା। ଏଠାରେ ମୂଲ୍ୟବାନ ରକ୍ତ ଚନ୍ଦନ ଗଛ ଲାଗିଥିବା ଜଣାପଡ଼ିଛି । ଏଥିସହିତ ଫାର୍ମ ହାଉସରୁ ମିଳିଥିବା ଦୁଇଟି ହରିଣ ଶିଂଘକୁ ନେଇ ଖୋଳତାଡ଼ ଜାରି ରହିଛି।
ଏହାବାଦ ଭୁବନେଶ୍ବରରେ ଥିବା ଯନ୍ତ୍ରୀଙ୍କ ଆଉ ୪ ଟି ଦାମୀ ପ୍ଲଟର କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ । ଏହାବାଦ ପତ୍ନୀଙ୍କ ନାମରେ ଏକ ବ୍ୟାଙ୍କ ଲକର ଥିବା ଜଣାପଡ଼ିଛି । ଇଞ୍ଜିନିୟରଙ୍କ ଘରେ ଚଢାଉ ଜାରି ରହିଥିବା ବେଳେ କେତେକ ବିଲ୍ଡର୍ସ ସଂସ୍ଥାରେ ବାବୁ ଅର୍ଥ ବିନିଯୋଗ କରିଥିବା ବି ସୁରାକ ପାଇଛି ଭିଜିଲାନ୍ସ ଟିମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)