/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683464862.jpg)
Pakistani airlines plane
ପୁଣି ଭାରତ ଆକାଶରେ ଉଡ଼ିଲା ପାକିସ୍ତାନ ବିମାନ । ପଞ୍ଜାବ ସୀମାରେ ହଠାତ୍ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ପ୍ରବେଶ କରିଥିବା ଖବର ମଳିଛି । ସୂଚନା ମୁତାବକ ଏହି ପାକିସ୍ତାନ ବିମାନ ପ୍ରାୟ ୧୦ ମିନିଟ୍ ଯାଏଁ ଭାରତ ଆକାଶରେ ବୁଲିଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ଫଳରେ ପାକିସ୍ତାନ ବିମାନକୁ ଦେଖି ଭାରତୀୟ ସୁରକ୍ଷା ବାହିନୀକୁ ସତର୍କ କରାଯାଇଥିଲା । କିନ୍ତୁ ପଞ୍ଜାବ ଆକାଶରେ ୧୨୦ କିଲୋମିଟର ଉଡ଼ିବା ପରେ ବିମାନଟି ପାକିସ୍ତାନକୁ ଫେରି ଯାଇଥିଲା ବୋଲି କୁହାଯାଇଛି ।ତେବେ ଏନେଇ ପାକିସ୍ତାନର ସରକାରୀ ବିମାନ କମ୍ପାନୀ ପକ୍ଷରୁ ଏକ ବିବୃତି ପ୍ରକାଶ ପାଇଛି ।
ବିବୃତିରେ କୁହାଯାଇଛି ଯେ, ମେ’ ୪ ତାରିଖ ରାତି ୮ଟା ସମୟରେ ଏହି ସମସ୍ୟା ଦେଖାଦେଇଥିଲା । ମସ୍କାଟରୁ ଆସୁଥିବା PK-248 ବିମାନ ଅବତରଣ କରିବାବେଳେ ଲାହୋର ବିମାନବନ୍ଦରରେ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ପାଇଲଟ୍ ବିମାନଟିକୁ ଅବତରଣ କରାଇପାରିନଥିଲେ ।
ଫଳରେ ରାତି ୮ଟା ୧୧ମିନିଟ୍ ସମୟରେ ବିମାନଟି ପଞ୍ଜାବର ବଧାନା ପୋଲିସ ଷ୍ଟେସନ ନିକଟରେ ପ୍ରବେଶ କରିଥିଲା । ଅବତରଣ ସମୟରେ ବିମାନଟିର ବେଗ ଘଣ୍ଟା ପ୍ରତି ୨୯୨ କିଲୋମିଟର ଥିଲା । ତାହାସହ ବିମାନଟି ୧୩,୫୦୦ ଫୁଟ ଉଚ୍ଚରେ ଉଡୁଥିଲା । ଭାରତ ଆକାଶରେ ପ୍ରବେଶ କରି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ିଥିଲା ପାକିସ୍ତାନ ବିମାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)