Advertisment

ଦିନେ ଥିଲା ଭବ୍ୟର ସହର କିନ୍ତୁ ଆଜି ବୁଲୁପ୍ତ

ପ୍ରାଚୀନ ଦ୍ୱାରିକା ନଗର ଭଳି ଏକ ସହର ସମୁଦ୍ର ଭିତରେ ମିଳିଥିଲା । ସହରଟି ହେଉଛି ଆଟଲାଣ୍ଟିସ୍‌ ସହର । କୁହାଯାଏ ଏହି ସହର ବେଶ ଭବ୍ୟ ଥିଲା ଓ ଏହା ସମଗ୍ର ଏସିଆ ମହାଦେଶଠାରୁ ମଧ୍ୟ ବିଶାଳକାୟ ଥିଲା । ଏହି ସହର ସହ ଜଡିତ ଅନେକ କାହାଣୀ ପ୍ରଚଳିତ, ହେଲେ ବାସ୍ତବରେ କଣ କାରଣ ହୋଇପାରେ ଏହି ସହରର ବିଲୁପ୍ତିର ?

author-image
Pallipuspa Samal
Atlantis city

Atlantis city

ଆମ ପୃଥିବୀ ନିଜ ଭିତରେ ଏତେ ରହସ୍ୟକୁ ଜାବୁଡି ଧରିଛି, ଯେ ଯଦି ପୃଥିବୀର ସବୁ କୋଣ ଅନୁକୋଣରେ ସନ୍ଧାନ କରାଯିବ ତେବେ ଗୋଟେ ପରେ ଗୋଟେ ନୂଆ ରହସ୍ୟ ହସ୍ତଗତ ହେବ । ଦୁନିଆରେ ଅନେକ ପ୍ରାଚୀନ ସଭ୍ୟତା ରହିଛି, ଯାହାର ରହସ୍ୟର ସମାଧାନ ଆମେ ଏବେ ବି କରୁଛୁ । ମହାନ ଗଣିତଜ୍ଞ ତଥା ବିଶେଷଜ୍ଞ ପ୍ଲାଟୋ ଏକ ଉନ୍ନତ ସଭ୍ୟତା ଆଟଲାଣ୍ଟିସ୍‌ ସହର ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଯାହା ଅଚାନକ ଉଭାନ ହୋଇଯାଇଥିଲା । ଏହାର ପ୍ରମାଣ ଆଜି ବି ପୁରାତତ୍ୱବିତ୍‌ ଖୋଜିବାରେ ଲାଗିଛନ୍ତି । ନିଜ ସମୟ ଠାରୁ ବି ୯୦୦୦ ବର୍ଷ ପୁରାତନ ସମୟର ଏହି ‌ଆଟଲାଣ୍ଟିସ୍‌ ସଭ୍ୟତା ବୋଲି କହିଥିଲେ ପ୍ଲାଟୋ ।

Advertisment

ଏହି ସହରକୁ କ୍ଷେତ୍ରଫଳ ଦୃଷ୍ଟିରୁ ଏସି‌ଆ ଠାରୁ ମଧ୍ୟ ବଡ ବୋଲି କୁହାଯାଏ । ଏହା ବେଶ୍‌ ଉନ୍ନତ ସହର । ଯେଉଁଠାରେ ଧନ ଓ ସୁଖ ସମ୍ପଦର କୌଣସି ଅଭାନ ନ ଥିଲା । ଏହି ସହରରେ ଯେଉଁ ଅଟ୍ଟାଳିକା, ରାଜପ୍ରସାଦ ବା ଘର ଇତ୍ୟାଦି ନିର୍ମିତ ହୋଇଥିଲା ସେଥିରେ ସୁନା, ଚାନ୍ଦି ତଥା ହୀରା ରତ୍ନ ଖଚିତ ହୋଇଥିଲା । ଏହି ସହ ଜଳ ଓ ଭୂମିର ଗୋଲାକାର ଆକୃତିରେ ଆଛାଦିତ ଥିଲା । ଗୋଟେ ସମୟରେ ଏହି ସହରକୁ ଭବ୍ୟ ସହର କୁହାଯାଉଥିଲା । ଆଉ ଏହା ଥିଲା ପୃଥିବୀରେ ସ୍ୱର୍ଗ ।

atlantis cityatlantis city

ଏହା ଦୁନିଆର ସବୁଠାରୁ ସୁନ୍ଦର ସ୍ଥାନ ଥିଲା । ଏହି ସହରକୁ ୫ଟି କ୍ଷେତ୍ରରେ ବଣ୍ଟାଯାଇଥିଲା । ଏହି କାରଣରୁ ସେଠାରେ ଶାସନ ବ୍ୟବସ୍ଥା ବେଶ୍‌ ‌ଆଦର୍ଶ ଥିଲା । ଏଠାକାର ଲୋକମାନେ ‌ଆଡଭାନ୍ସ ଟେକନୋଲୋଜିର ଉପଯୋଗ କରିଥାରୁଥିଲେ । ଏହି ଉନ୍ନତ ସଭ୍ୟତା ଅଚାନକ ପ୍ରୟଳରେ ବିଲୁପ୍ତ ହୋଇଯାଇଥିଲା । କୁହାଯାଏ ଅନେକ ବିପଦ ଏହି ଭବ୍ୟ ସହର ଉପରକୁ ‌ଆସିଛି । ଯେପରିକି ଭୂମିକମ୍ପ ବା ସୁନାମୀ ଇତ୍ୟାଦି ବିପଦର ସାମ୍ନା କରିଥିଲେ ଏହି ବିଶାଳକାୟ ସହର । ତେବେ ଏ ସହରର ବିଲୁପ୍ତିର ଅନେକ କାରଣ ସାମ୍ନାକୁ ଆସେ । କିଛି ଲୋକକଥା, କିଛି ଗବେଷଣା ତ ଆଉ କିଛି ଲିଖିତ ।

Advertisment

କିଛି ମାନିଥାଆନ୍ତି ଯେ, ପୁରା ସହର ସମୁଦ୍ରରେ ବୁଡି ଯାଇଥିଲା । ଅନ୍ୟ ଏକ ଥିଓରୀ ଅନୁଯାୟୀ ପ୍ରତି ୨୦ରୁ ୩୦ ହଜାର ବର୍ଷରେ ଥରେ ପୃଥିବୀର କ୍ରଷ୍ଟ ଖସିଥାଏ । ଆଉ ଏହି କାରଣରୁ ହି ଏହି ଭବ୍ୟ ସହର ବିଲୁପ୍ତ ହୋଇଥିବା କୁହାଯାଏ । କିଛି ଆଟଲାଣ୍ଟିସ ସହରକୁ ପ୍ଲାଟୋଙ୍କର ଏକ ପରିକଳ୍ପନା ବୋଲି କହିଥାଆନ୍ତି । ସେମାନେ କୁହନ୍ତି ଯେ ଏଭଳି କୌଣସି ସହର ନ ଥିଲା ।

atlantis cityatlantis city

ଅନ୍ୟପଟେ ଐତିହାସିକ ସହର ଆଟଲାଣ୍ଟିସ୍‌ ସହରକୁ ନେଇ ଅନେକ କାହାଣୀ ରହିଛି । ଯାହା ବେଶ୍‌ ପ୍ରସିଦ୍ଧ ମଧ୍ୟ । ଇତିହାସବିତ୍‌ ମାନଙ୍କୁ ଏହି ସହରର ଅସ୍ତିତ୍ୱକୁ ନେଇ ଗଭୀର ବିଶ୍ୱାସ ରହିଛି । ସେମାନେ ସମୟ ସମୟରେ ଦାବି କରନ୍ତି ଯେ, ଏହି ସହର ଏବେ ବି ଆଟଲାଣ୍ଟିକ୍‌ ମହାସାଗରରେ ଏହି ସହର ଦବି ହୋଇ ରହିଥାଇପାରେ । ଏହାର ପ୍ରମାଣ ମଧ୍ୟ ଅନେକ ସମୟରେ ମିଳିଛି । କିନ୍ତୁ ଏଯାଏଁ ସମ୍ପୂର୍ଣ୍ଣ ଭାବେ କୌଣସି ବୈଜ୍ଞାନିକ ବା ଇତିହାସବିତ୍‌ ଏହି ସହରର ଅସ୍ତିତ୍ୱକୁ ନେଇ ପ୍ରମାଣ ଦେଇପାରିନାହାନ୍ତି । ଦୀର୍ଘ ଦଶନ୍ଧି ଧରି ଏହି ସହରର ସନ୍ଧାନ ଚାଲିଛି । ବିଶ୍ୱାସ ରହିଛି ଏହି ବିଲୁପ୍ତ ସହରର ସନ୍ଧାନ ମିଳିପାରିବ । କିନ୍ତୁ ସମୁଦ୍ର ଗର୍ଭରେ ଏହାର ଉପସ୍ଥିତିକୁ ନେଇ ଅନେକ ପ୍ରମାଣ ମିଳିସାରିଛି ।

Bichitra Brahmanda
Advertisment
Advertisment