Advertisment

ଘରେ ବାଉଁଶ ଗଛ ରଖିଲେ ରହେ ନାହିଁ ଅର୍ଥର ଅଭାବ

ବାଉଁଶ ଗଛ ସମସ୍ତଙ୍କର ପରିଚିତ ଗଛ ଅଟେ l ଏହି ଗଛଟି ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ବା ଗଛ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ । ବାଉଁଶ ଗଛଘରେ କିମ୍ବା ଅଫିସରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
bamboo tree for home

bamboo tree for home

ବାସ୍ତୁ ଶାସ୍ତ୍ର ଅନୁସାରେ ବାଉଁଶର ଉଦ୍ଭିଦ ବା ଗଛ ଘରେ କିମ୍ବା ଅଫିସରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ପ୍ରଗତିର ରାସ୍ତା ଖୋଲିଥାଏ । ତାହା ସହିତ ଜୀବନରେ ସୁଖ ମଧ୍ୟ ଆସେ । ଏହାଛଡ଼ା ବାଉଁଶ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତେବେ ଆସନ୍ତୁ ବାସ୍ତୁ ଅନୁଯାୟୀ ବାଉଁଶ ଗଛ ଆମ ପାଇଁ କିପରି ଫଳପ୍ରଦ ହୋଇଥାଏ ଏବଂ କେଉଁ ଦିଗରେ ରଖିବା ଉଚିତ ସେ ବିଷୟରେ ଜାଣିନେବା ।

Advertisment
  • ବାସ୍ତୁଶାସ୍ତ୍ର ଅନୁଯାୟୀ ବାଉଁଶ ଉଦ୍ଭିଦଗୁଡିକ ଶୁଭ ବୋଲି ବିବେଚନା କରାଯାଏ ।
  • ବାସ୍ତୁ ଅନୁଯାୟୀ ଏହି ବାଉଁଶ ଉଦ୍ଭିଦକୁ ଘରର ଦିଗ ଅନୁସାରେ ଉପଯୁକ୍ତ ସ୍ଥାନରେ ରଖାଯିବା ଉଚିତ।
  • ଏହା ଫଳରେ ଚମତ୍କାର ଲାଭ ମିଳିବା ସହ ଏହା ପରିବେଶକୁ ଶୁଦ୍ଧ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
  • ବାସ୍ତୁ ଅନୁଯାୟୀ ବାଉଁଶ ଗଛକୁ ଘରର ପୂର୍ବ ଦିଗରେ ରଖିବା ଉଚିତ୍।
  • ଏହାକୁ ଘରେ ରଖିବା ଦ୍ୱାରା ସୁଖ ଓ ସମୃଦ୍ଧି ଆସେ ଏବଂ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ।
  • ବାଉଁଶ ଉଦ୍ଭିଦ ବା ଗଛ ଶୁଭ ବୋଲି ବିବେଚନା କରାଯାଏ।

ବାଉଁଶ ଗଛର ଔଷଧୀୟ ଗୁଣ ସମ୍ପର୍କରେ ଖୁବ କମ ଲୋକ ଜାଣନ୍ତି  । କାରଣ ହୁଏତ ଅଧିକାଂଶ ଲୋକ ବାଉଁଶ ଗଛର ଔଷଧୀୟ ଗୁଣ ରହିଛି ବୋଲି ମଧ୍ୟ ଜାଣି ନଥିବେ ।

Advertisment

ପିଲାଙ୍କ ଶ୍ୱାସ ରୋଗ:

  • ବାଉଁଶ ଗଛରେ ରହିଥିବା ଗଣ୍ଠି ଭଳି ଜିନିଷ ଯାହାକୁ ବାଉଁଶର ଲୋଚନ ବୋଲି କୁହାଯାଏ ତାହାକୁ ଛେଚି ମହୁରେ ମିଶାଇ ଚାଟିବା ଦ୍ୱାରା ପିଲାଙ୍କ ଶ୍ୱାସ ରୋଗ ଭଲ ହୋଇଥାଏ ।
  • ଏହାକୁ ଆପଣ ପ୍ରତେକ ଦିନ ଦୁଇରୁ ତିନିଥର ପିଲାଙ୍କୁ ଚଟେଇ ପାରିବେ l

ଅର୍ଶ ରୋଗ:

  • ବାଉଁଶ ପତ୍ର ରସ ଏକ ଚାମଚ ମାତ୍ରାରେ ପ୍ରତେକ ଦିନ ସେବନ କଲେ ୮ ରୁ ୧୦ ଦିନ ମଧ୍ୟରେ ଅର୍ଶ ରୋଗ ଠିକ ହୋଇଯାଇଥାଏ ।
  • ଏହି ଚିକିତ୍ସାକୁ ଦୁଇ ମାସ ଅନ୍ତରରେ ଠାରେ ଲେଖାଏଁ କରିବା ଦ୍ୱାରା ଅର୍ଶ ରୋଗ ସମୂଳେ ନାଶ ହୁଏ ।
  • ବାଉଁଶ ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଛାଣି ମଳ ଦ୍ୱାରକୁ ଧୋଇଲେ କିଛିଦିନ ଭିତରେ ଅର୍ଶ ରୋଗରୁ ଲାଭ ମିଳିବ l
Vastu Tips
Advertisment
Advertisment