Advertisment

ମୋବାଇଲ ଭାବି ସ୍ୱାଇପ ମେସିନ ଚୋରି କରିନେଲା ଚୋର : ସିସିଟିଭିରେ କଏଦ୍ ପୂରା ଘଟଣା

ଭକୁଆ ବନିଗଲା ଚୋର । ମୋବାଇଲ୍ ଭାବି ଦୋକାନାରେ ଥିବା ସ୍ୱାଇପ୍‌ ମେସିନ୍‌କୁ ଚୋରି କରିନେଇଗଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
mobile loot

mobile loot

ମୋବାଇଲ ଭାବି ସୁନା ଦୋକାନରୁ ସ୍ୱାଇପ ମେସିନ ଚୋରି କରିନେଲା ଚୋର । ଆଉ ସିସିଟିଭି ଦେଖିଲା ପରେ ଚୋରକୁ ଧରିବାରେ ସକ୍ଷମ ହେଲେ ଦୋକାନୀ ମାଲିକ । ଗ୍ରାହକ ଭାବେ ଆସି ଦୋକାନରେ କଳାକନା ବୁଲାଇବାକୁ ଯୋଜନା କରିଥିଲା ଚୋର । ତେବେ ସୁନା ଦୋକାନରେ ପହଞ୍ଚିବା ପରେ ଅତି ଚତୁରାତର ସହ ସେ ସ୍ୱାଇପ ମେସିନକୁ ଚୋରି କରିନେଉଥିବା ସିସିଟିଭିରେ ଦେଖିବାକୁ ମିଳିଛି । ତେବେ ସବୁଠାରୁ ମଜାଦାର କଥା ହେଲେ ଘରେ ପହଞ୍ଚି ପକେଟ୍ ଅଣ୍ଡାଳିଲା ବେଳକୁ ମୋବାଇଲ ବଦଳରେ ବାହାରିବ ମେସିନ୍ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ।

Advertisment

ବୀରମହାରାଜପୁର ସହରରେ ଥିବା ଏକ ସୁନା ଦୋକାନକୁ ଗ୍ରାହକ ସାଜି ଆସିଥିଲା ଏକ ଚୋର । ପ୍ରଥମେ ଦୋକାନରୁ ଏକ ରୁପା ମୁଦି କିଣିଥିଲା । ତେବେ କିଣାକିଣି କରିସାରିବା ପରେ ମଧ୍ୟ ଜିନିଷ ଦେଖିବା ବାହାନାରେ ଅନେକ ସମୟ ଦୋକାନରେ ଏପଟସେପଟ ହୋଇଥିଲା । ପରେ ସୁଯୋଗ ଦେଖି ମୋବାଇଲ ଭାବି ଦୋକାନରେ ଥିବା ସ୍ୱାଇପ ମେସିନକୁ ଚୋରି କରିନେଇଥିଲା । ତେବେ ସିସିଟିଭିରୁ ଏହି ଦଶ୍ୟକୁ ଦେଖିଲା ପରେ ଶେଷରେ ଚୋରକୁ ଧରିବା ସହ ତାପାଖରୁ ସ୍ୱାଇପ ମେସିନକୁ ଉଦ୍ଧାର କରିଥିଲେ ଦୋକାନ ମାଲିକ ।

ଚୋରଟି ଏକ ବଙ୍ଗାଳି ଠିକାଦାର ପାଖରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେ ପଶ୍ଚିମ ବଙ୍ଗର ଏବଂ ତାର ନାମ ଅନୁସିର ଅଲ୍ଲୀ ବୋଲି ଜଣାପଡିଛି । ଏବେ ବୀରମହାରାଜପୁର ପୋଲିସ ଚୋରକୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

Advertisment

ସେପଟେ ଗଲା କିଛି ଦିନ ଧରି ରାଜଧାନୀରେ ଉତ୍ପାତ ଚଳାଇଛନ୍ତି ବଙ୍ଗୀୟ ଲୁଟେରା। ଜାନୁୟାରୀ ୨୦ରେ ବଡ଼ଗଡ଼, ଜାନୁୟାରୀ ୨୧ରେ ନୟାପଲ୍ଲୀ, ଜାନୁୟାରୀ ୨୨ରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଔଷଧ ଦୋକାନ ଏବଂ ଜାନୁୟାରୀ ୨୫ରେ ଖାରବେଳ ନଗର ଥାନା ଅଞ୍ଚଳର ଏକ ତେଜରାତି ଦୋକାନରୁ ଲୁଟ୍ କରି ଆତଙ୍କ ମଚାଇଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ତେବେ ପୋଲିସ ୟା ଭିତରେ ବଙ୍ଗୀୟ ଗ୍ୟାଙ୍ଗର ୪ ଜଣଙ୍କୁ ବାନ୍ଧି ସାରିଥିବା ବେଳେ ସେ ଗ୍ୟାଙ୍ଗର ଆହୁରି ସଦସ୍ୟ ସକ୍ରିୟ ଥିବା ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ

CCTV Footage
Advertisment
Advertisment