• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀର୍ଘ ୩୨ବର୍ଷ ପରେ ଘରକୁ ଫେରିଛି ରଘୁଆ । ହାତର ଚିତା ପାଇଁ ଚିହ୍ନି ପାରିଲେ ପରିବାର ଲୋକେ ଦିନେ ବାପାଙ୍କ ମାଡ଼ ଖାଇ ଘର ଛାଡି ଦେଇଥିଲେ, ଆଉ ଘର ଛାଡିବା ପରେ ତାଙ୍କ ନାଁ ବଦଳି ଯାଇଛି ରଘୁନାଥ ପ୍ରଧାନ ହୋଇ ଯାଇଛନ୍ତି ରଘୁ ସିଂ ଦୀର୍ଘ ବର୍ଷ ପରେ ତାଙ୍କୁ ମନେ ପଡିଛି ଗାଁ ଘର କଥା ଏବେ ଗାଁକୁ ଫେରିଛନ୍ତି ସେହି ରଘୁଆ ହେଲେ ଦୁଃଖର କଥା ତାଙ୍କର ବାପା ମାଆ ନାହାନ୍ତି ।

 

ଭଦ୍ରକୀର ଧାମନଗର ବ୍ଲକ ଜୟନଗର ଗାଁର ରଘୁଆ ପ୍ରଧାନ ଓରଫ୍‌ ରଘୁ ସିଂଙ୍କ କାହାଣୀ ୩୨ ବର୍ଷ ଭିତରେ ସମୟ ବଦଳିଛି ଵଦଳିଛି ରଘୁଆ ତାସଙ୍ଗେ ବଦଳିଛି ଧାମନଗରର ଭୌଗଳିକ ସ୍ଥିତି ୧୪ ଵର୍ଷର ରଘୁଆ ଘରୁ ଚାଲି ଯାଇଥିବା ବେଳେ ଏବେ ୪୬ ବର୍ଷରେ ଫେରିଛନ୍ତି ରଘୁଙ୍କ ଶୁଭ ନାଁ ରଘୁନାଥ ପ୍ରଧାନ । ଛୋଟ ବେଳେ ମେଳା ବୁଲିବା ବେଳେ ହାତରେ ଚିତା କରାଇଥିଲେ ବାପାଙ୍କ ସହ ଦୋକାନରେ କାମ କରିବା ବେଳେ ଦିନରେ ବାପା ମାଡ଼ ମାରିଥିଲେ

ସେତେବେଳକୁ ରଘୁଙ୍କୁ ପ୍ରାୟ୧୪ ବର୍ଷର ହୋଇଥିଲା । ବାପାଙ୍କ ଠାରୁ ମାଡ଼ ଖାଇବା ପରେ ସେ ରାଗରେ ଘର ଛାଡି ଦେଇଥିଲେ ପରେ ସମୟର ତାଡନାରେ ମଧ୍ୟପ୍ରଦେଶରେ ପହଞ୍ଚିଥିଲେ ସେଠାରେ ଜଣେ ଲୋକଙ୍କ ନିକଟରେ ରହି କାମ କରୁଥିଲେ ଆଉ ସେଇଠି ହିଁ ବଦଳି ଯାଇଥିଲା ତାଙ୍କ ନାଁ

ରଘୁନାଥ ପ୍ରଧାନ ହୋଇଯାଇଥିଲେ ରଘୁ ସିଂ କିନ୍ତୁ ଘର କଥା ଆଉ ମନେ ପକାଇ ପାରିନଥିଲେ ଶେଷରେ ନାଗା ବାବାଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ ରଘୁ କୁହନ୍ତି ବାବା ତାଙ୍କୁ ଗୋଟିଏ ବଳା କିଛି ଲକେଟ ଦେଇଥିଲେ ଆଉ ପରେ ତାଙ୍କ ଘର କଥା ମନେ ପଡିଥିଲା । ଏବେ ୩୨ ବର୍ଷ ପରେ ଖୋଜି ଖୋଜି ଘରକୁ ଫେରିଛନ୍ତି ରଘୁଆ

ସେପଟେ ପୁଅକୁ ଝୁରି ଝୁରି ବାପା ମାଆଙ୍କର ଦେହାନ୍ତ ହୋଇଛି, ଭଉଣୀ ବାହା ହୋଇ ଯାଇଛନ୍ତି ଆଉ ଭାଇ ମାନେ ଗାଁରେ ଅଛନ୍ତି ହେଲେ ଯେଉଁଦିନ ରଘୁଆ ଘରକୁ ଫେରିଥିଲେ, ଗାଁ ଲୋକେ ତାଙ୍କୁ କେହି ଜାଣିପାରି ନଥିଲେ ସେ କିନ୍ତୁ ମନେ ପକାଇ ସାଙ୍ଗ ମାନଙ୍କୁ ଚିହ୍ନିଥିଲେ ଆଉ ଭାଇ ମଧ୍ୟ ଭାଇକୁ ଜାଣି ପାରୁନଥିଲେ କିନ୍ତୁ ଗାଁର ଜଣେ ସାଙ୍ଗ ଦେଖିଥିଲା ହାତରେ ହୋଇଥିବା ଚିତା

ଦୁଇ ହାତରେ ପାନ ପତ୍ର ଭିତରେ ଲେଖା ଥିଲା ରଘୁ ପ୍ରଧାନ ଆଉ ଚିତାରୁ ହିଁ ସମସ୍ତେ ଜାଣିଲେ ହେଉଛନ୍ଥି ୩୨ ବର୍ଷ ତଳେ ଘରୁ ପଳାଇ ଯାଇଥିବା ରଘୁଆ ଏବେ ସମସ୍ତେ ଖୁସି କାରଣ ରଘୁଆ ଫେରିଛି ଏହି ଘଟଣା ଏବେ ଗାଁରେ ଖୁସିରେ ଲହରି ଖେଳିଛି