/odishatv-khabar/media/post_attachments/uploadimage/library/16_9/16_9_0/ATM_1746067930.jpg)
ATM
ଆଜିଠୁ ମହଙ୍ଗା ହେବ ଅନ୍ୟ ବ୍ୟାଙ୍କ ATMରୁ ଲିମିଟଠୁ ଅଧିକ ଥର ଟଙ୍କା ଉଠାଣ। କାରଣ ଆଜିଠୁ ଲାଗୁ ହେଉଛି ନୂଆ ଏଟିଏମ ନିୟମ। ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ।
Advertisment
ଅଧିକ ପଢ଼ନ୍ତୁ: ମହଙ୍ଗା ହେବ ATMରୁ ଟଙ୍କା ଉଠାଣ, ଫ୍ରି ଲିମିଟ୍ ପରେ ପ୍ରତି ଥର ପାଇଁ ଗଣିବେ ୧୯ ଟଙ୍କା
ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।
Advertisment
ବ୍ୟାଙ୍କ ନିଜର ଗ୍ରାହକଙ୍କୁ ମେଟ୍ରୋ ସହରରେ ମାସରେ ୫ ଥର ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ ଦିଆଯାଇଥିବାବେଳେ ନନ୍ ମେଟ୍ରୋ ସହରରେ ୩ ଥର ବିନା ଚାର୍ଜରେ ଟଙ୍କା ଉଠାଇହେବ। ଏହାଠାରୁ ଅଧିକ ଥର ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ।
ଅଧିକ ପଢ଼ନ୍ତୁ; ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)