Advertisment

ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ

କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜେଡି ବ୍ୟାପକ ଆୟୋଜନ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha CM Naveen Patnaik Lifetime Achievement Award

Odisha CM Naveen Patnaik Lifetime Achievement Award

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

Advertisment

ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନାଙ୍କ ହାତରୁ ନବୀନ ପଟ୍ଟନାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଏ.କେ.ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। 

ମଙ୍ଗଳବାର ଦିନ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିବେ। କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜେଡି ବ୍ୟାପକ ଆୟୋଜନ କରିଛି। ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀ ଏ ପୁରସ୍କାର ପାଇବାକୁ ନେଇ ରାଜନୀତି ଜୋର ଧରିଛି। ନିଜର ବାହାସ୍ପଟ ଦେଖାଇବା ଲାଗି ବିଜେଡି ଏକ ପ୍ରକାର ପଲିଟିକାଲ ଷ୍ଟଣ୍ଟ୍‌ ଦେଖାଇବାକୁ ଚେଷ୍ଟା କରୁଛି ବୋଲି ବିଜେପି କହିଛି। ସମସ୍ତଙ୍କୁ ସମ୍ମାନ ମିଳୁଛି। ତେବେ ଲୋକ ଦେଖାଣିଆ କରିବା ଆଦୌ ଠିକ୍ ନୁହଁ।

Advertisment

ସେପଟେ ବିଜେଡି ଏହାର ଜବାବ ରଖିଛି। ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷର କାର୍ଯ୍ୟ ସହ ସାଧନା ଲାଗି ଏହି ସମ୍ମାନ ମିଳିଛି। ବିରୋଧୀଙ୍କ କର୍ତ୍ତବ୍ୟ ହେଲା ବିରୋଧ କରିବା, ତେବେ ଜନସାଧାରଣ ଯେଉଁ ସ୍ନେହ ଦେଖାଉଛନ୍ତି ତାହା ହିଁ ପ୍ରକୃତ ଜବାବ୍ ବୋଲି ବିଜେଡି କହିଛି।

CM Naveen Patnaik Lifetime Achievement Award
Advertisment
Advertisment