Advertisment

ଉପଗ୍ରହଭିତିକ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରକୁ ଜିଓର ପ୍ରବେଶ

ଉପଗ୍ରହଭିତିକ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ। ଏସ୍ଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା। ମିଳିତ ଉଦ୍ୟୋଗର ନେଟ୍ୱର୍କ ଏସ୍‌ଇଏସ୍‌ର ଉପଗ୍ରହ ଦ୍ୱାରା ପରିଚାଳିତ ହେବ। ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମଧ୍ୟ ମିଳିବ ବ୍ରଡବ୍ୟାଣ୍ଡ୍ ସେବା।

author-image
Pramod Behera
ଅଦ୍ୟତନ ହୋଇଛି
Jeo access to satellite broadband

Jeo access to satellite broadband

ନୂଆଦିଲ୍ଲୀ: ଜିଓ ପ୍ଲାଟ୍‌ଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହଭିତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେସ୍ ଟେକ୍ନୋଲୋଜୀ ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହଭିତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରି।

Advertisment

ଜିଓ ପ୍ଲାଟ୍‌ଫର୍ମସ୍ ଏବଂ ଏସ୍‌ଇଏସ୍ ନିକଟରେ ଏହି ମିଳିତ ଉଦ୍ୟୋଗରେ ଯଥାକ୍ରମେ ୫୧% ଓ ୪୯% ଇକ୍ୱିଟି ଅଂଶ ରହିବ। ଏହି ମିଳିତ ଉଦ୍ୟୋଗ ମଲ୍‌ଟି ଅର୍ବିଟ୍‌ ସ୍ପେସ୍ ନେଟ୍‌ୱର୍କର ଉପଯୋଗ କରି ସେବା ଯୋଗାଇ। ଏହି ନେଟ୍‌ୱର୍କରେ ଜିଓଷ୍ଟେସନାରୀ (ଜିଇଓ) ଏବଂ ମିଡିୟମ ଆର୍ଥ ଅର୍ବିଟ୍‌ (ଏମ୍‌ଇଓ) ଉପଗ୍ରହଗୁଡିକର ଉପଯୋଗ କରାଯିବ। ନେଟ୍‌ୱର୍କର ମଲ୍‌ଟି ଗିଗାବିଟ୍ ଲିଙ୍କ୍‌ରୁ ଭାରତ ସମେତ ପଡୋଶୀ ରାଷ୍ଟ୍ରଗୁଡିକର ବ୍ୟବସାୟିକ, ମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୁକ୍ତ କରାଯାଇପାରିବ।

ଏସ୍‌ଇଏସ୍ ୧୦୦ ଜିବିପିଏସ୍ କ୍ଷମତା ଉପଲବ୍ଧ କରାଇବ, ଯାହାକୁ ଜିଓ ନିଜର ମଜବୁତ ବିକ୍ରୟ ନେଟ୍‌ୱର୍କ ଜରିଆରେ ବିକ୍ରି କରି। ନିବେଶ ଯୋଜନାର ଅଂଶସ୍ୱରୂପ ମିଳିତ ଉଦ୍ୟୋଗ ଦେଶ ଭିତରେ ସେବା ପ୍ରଦାନ କରିବା ଲାଗି ଭାରତରେ ବ୍ୟାପକ ଗେଟ୍‌ୱେ ଭିତିଭୂମି ବିକଶିତ କରିବ। ଏହି ଚୁକ୍ତି ମୁତାବକ ଜିଓ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାରର ଗେଟ୍‌ୱେ ଏବଂ ଉପକରଣ ଖରିଦ କରିବ।

Advertisment

ମିଳିତ ଉଦ୍ୟୋଗରେ ଏସ୍‌ଇଏସ୍ ନିଜର ଆଧୁନିକ ଉପଗ୍ରହ ସେବାକୁ ଉପଲବ୍ଧ କରାଇବାବେଳେ ଜିଓ ଗେଟ୍‌ୱେ ଭିତିଭୂମିର ପରିଚାଳନା ଏବଂ ଦେଖାଶୁଣା କରିବ। କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ କୋଭିଡ୍‌-୧୯ ଆମକୁ ନୂତନ ଡିଜିଟାଲ୍‌ ଅର୍ଥବ୍ୟବସ୍ଥାରେ ପୂର୍ଣ୍ଣ ସହଭାଗିତା ପାଇଁ ବ୍ରଡ୍‌ବ୍ୟାଣ୍ଡ୍ ପର୍ଯ୍ୟନ୍ତ ପହଞ୍ଚିବା ଜରୁରୀ ବୋଲି ଶିଖାଇଛି।

ଏହି ମିଳିତ ଉଦ୍ୟୋଗ ଭାରତକୁ ଡିଜିଟାଲ୍‌ ସେବା ସହିତ ଦୃଢ ଭାବରେ ସଂଯୁକ୍ତ କରିବ। ଏଥିସହିତ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା, ସରକାରୀ ସେବା ଏବଂ ଶିକ୍ଷା ଆଦି ଉପଲବ୍ଧ କରାଇବାରେ ସହାୟକ ହେବ। ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ଆମେ ନିଜର ଫାଇବରଭିତିକ ସଂଯୋଗିକରଣ ଏବଂ ଏଫ୍‌ଟିଟିଏଚ୍ ବ୍ୟବସାୟ ସହିତ ୫ଜିରେ ନିବେଶ ଜାରି ରଖିବୁ। ସେହି ସମୟରେ ଏସ୍‌ଇଏସ୍ ସହିତ ଏହି ନୂଆ ମିଳିତ ଉଦ୍ୟୋଗ ମଲ୍‌ଟି ଗିଗାବିଟ୍ ବ୍ରଡ୍‌ବ୍ୟାଣ୍ଡ୍‌ର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଉପଗ୍ରହ ଯୋଗାଯୋଗ ସେବା ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ କଭରେଜ୍‌ ଏବଂ କ୍ଷମତା ସହିତ ଜିଓ ଦୂରଦୂରାନ୍ତ ସହର ଓ ଗ୍ରାମ, ବ୍ୟବସାୟିକ ଉଦ୍ୟୋଗ, ସରକାରୀ ପ୍ରତିଷ୍ଠାନ ଏବଂ ଉପଭୋକ୍ତାଙ୍କୁ ନୂଆ ଡିଜିଟାଲ୍‌ ଭାରତ ସହିତ ସଂଯୁକ୍ତ କରିବ। ଆମେ ଏସ୍‌ଇଏସ୍‌ର ଉପଗ୍ରହ ଉଦ୍ୟୋଗରେ ବିଶେଷ ସେବା ସହିତ ସଂଯୁକ୍ତ ହେବା ନେଇ ଉତ୍ସାହିତ ଅଛୁ।”

ଏସ୍‌ଇଏସ୍‌ର ସିଇଓ ଷ୍ଟିଭ୍‌ କାଲର କହିଛନ୍ତି, “ଜିଓ ପ୍ଲାଟ୍‌ଫର୍ମ୍‌ସ ସହିତ ମିଳିତ ଉଦ୍ୟୋଗ ଏହାର ଏକ ଅନନ୍ୟ ଉଦାହରଣ ଯେ ଏସ୍‌ଇଏସ୍ କିଭଳି ଉଚ୍ଚ ଗୁଣବତାଭିତିକ ସଂଯୋଗକାରୀ ସେବା ପ୍ରଦାନ କରିବାକୁ ସର୍ବାଧିକ ବ୍ୟାପକ ଭୂପୃଷ୍ଠ ନେଟ୍‌ୱର୍କର ସହଭାଗୀ ହୋଇପାରୁଛି ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ। ଆମେ ଏହି ମିଳିତ ଉଦ୍ୟୋଗ ପାଇଁ ପ୍ରସ୍ତୁତ ଅଛୁ।”

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ମିଳିତ ଉଦ୍ୟୋଗ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ଗତି ଶକ୍ତି, ମଲ୍‌ଟି ମୋଡାଲ୍‌ କନେକ୍ଟିଭିଟି ରାଷ୍ଟ୍ରୀୟ ମାଷ୍ଟର୍‌ ପ୍ଲାନ୍‌’କୁ ଆଗକୁ ବଢାଇବାର ମାଧ୍ୟମ ପାଲଟିବ। ଯାହା ବୁନିଆଦି ଢାଞ୍ଚାକୁ ସୁଦୃଢ କରି ଏକିକୃତ ଏବଂ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ଦିଗରେ ସହାୟକ ହେବ। ଏହା ଭାରତୀୟ ନାଗରିକମାନଙ୍କ ପାଇଁ ବ୍ରଡ୍‌ବ୍ୟାଣ୍ଡ୍ କନେକ୍ଟିଭିଟିର ବିସ୍ତାର କରି ରାଷ୍ଟ୍ରୀୟ ଡିଜିଟାଲ୍‌ ସଂଚାର ନୀତି ଏବଂ ଡିଜିଟାଲ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ କନେକ୍ଟ ଇଣ୍ଡିଆର ଲକ୍ଷ୍ୟଗୁଡିକୁ କ୍ଷିପ୍ର ଗତିରେ ଆଗକୁ ବଢାଇବ।

Broadband
Advertisment
Advertisment