Advertisment

ଗୋଟିଏ ଦିନର କୁନି କଲେକ୍ଟର : ସିଟ୍‌ରେ ବସିବା କ୍ଷଣି ଅର୍ଡର ଦେଲେ ନବ୍ୟା

ଯଦି ଆପଣ ପୂର୍ବରୁ ‘ନାୟକ’ ଚଳଚିତ୍ର ଦେଖିଥିବେ, ତେବେ ଏହି ଘଟଣାଟି ଆପଣଙ୍କୁ ଏହାର ପୁନରାବୂର୍ତ୍ତୀ ବୋଲି ଲାଗିବ, କାରଣ ୫ମ ଶ୍ରେଣୀର ଝିଅକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି ।

author-image
Otv Khabar Bureau
5th class girl become collector

5th class girl become collector

ଦେଶରେ ପ୍ରତିଦିନ କିଛି ନା କିଛି ଅଜବ ଗଜବ ଘଟଣା ଦେଖିବାକୁ ମିଳିଥାଏ। ସେହିପରି କିଛି ଘଟଣା ରାଜସ୍ଥାନର ଦୌସା ସହରରେ ଦେଖିବାକୁ ମିଳିଛି । ଜଣେ ୫ମ ଶ୍ରେଣୀର ଝିଅଟି କଲେକ୍ଟର ହେବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୫ମ ଶ୍ରେଣୀରେ ପାଠ ପଢୁଥିବା ଝିଅ ପୁଣି କଲେକ୍ଟର, ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ସତ ବୋଲି ଦେଖିବାକୁ ମିଳିଛି । ଏହି ଘଟଣାଟି ସମ୍ପୂର୍ଣ୍ଣ ବଲିଉଡ ଚଳଚିତ୍ର ‘ନାୟକ’ ଭଳି ।

Advertisment

ଯଦି ଆପଣ ପୂର୍ବରୁ ‘ନାୟକ’ ଚଳଚିତ୍ର ଦେଖିଥିବେ, ତେବେ ଏହି ଘଟଣାଟି ଆପଣଙ୍କୁ ଏହାର ପୁନରାବୂର୍ତ୍ତୀ ବୋଲି ଲାଗିବ, କାରଣ ୫ମ ଶ୍ରେଣୀର ଝିଅକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି । ଏହି ଘଟଣାଟି ରାଜସ୍ଥାନର ଦୌସା ସହରରେ ଘଟିଛି । ବାସ୍ତବରେ ବାଳିକାଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଓ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘କାଉଁସିଲିଙ୍ଗ୍ ବାଏ କଲେକ୍ଟର’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫ମ ଶ୍ରେଣୀରେ ପାଠ ପଢୁଥିବା ଝିଅ ନବ୍ୟା ଅବସ୍ତି ଜିଲ୍ଲା କଲେକ୍ଟରଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ, ଆପଣ ଝିଅଙ୍କ ଭବିଷ୍ୟତ ପାଇଁ କ’ଣ ଭାବିଛନ୍ତି ? କୁନି ଝିଅର ଏହି ପ୍ରଶ୍ନର ପ୍ରଶଂସା କରିବା ସହ କଲେକ୍ଟର ସାର୍ ଝିଅକୁ ନିଜ ସିଟ୍‌ରେ ବସାଇ ଗୋଟେ ଦିନ ପାଇଁ କଲେକ୍ଟର ହେବା ପାଇଁ ଅନୁମତି ଦେଇଥିଲେ ।

କଲେକ୍ଟରଙ୍କ ସିଟ୍‌ରେ ବସିବା କ୍ଷଣି ନବ୍ୟାଙ୍କୁ କିଛି ନିଷ୍ପତ୍ତି ନେବା ପାଇଁ ଅନୁମତି ଦିଆଯାଇଥିଲା । ନବ୍ୟା ତତ୍‌କ୍ଷଣାତ ନିଜ ସ୍କୁଲରେ ପାଠାଗାର(ଲାଇବ୍ରେରି) ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ ନବ୍ୟାଙ୍କ ସ୍କୁଲରେ ପାଠାଗାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି ।

Advertisment

ବାସ୍ତବରେ ପିଲାଙ୍କ ପରୀକ୍ଷା ନିକଟତର ହେବାରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନାରୀ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ‘କାଉଁସିଲିଙ୍ଗ୍ ବାଏ କଲେକ୍ଟର’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଜୀବନ ବିଷୟ ହେଉ ଅବା ସଂଘର୍ଷର କାହାଣୀ କିମ୍ବା ବାଳିକା ସନ୍ତାନଙ୍କ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସମାଜରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଖୋଲା ଖୋଲି ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ସ୍କୁଲର ୫ମ ରୁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ରୀ ଯୋଗ ଦେଇଥିଲେ । ଦୌସାର ଜିଲ୍ଲା ମାଜିଷ୍ଟ୍ରେଟ କମର୍ ଉଲ୍ ଜମାନ୍ ଚୌଧରୀ ପିଲାଙ୍କ ସହ ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ଝିଅମାନେ କଲେକ୍ଟରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । କଲେକ୍ଟରଙ୍କ ବ୍ୟତୀତ ଆଇଆରଏସ୍ ଅଧିକାରୀ ଫରାହ୍ ହୁସେନ୍, ଡକ୍ଟର ରିତି ଶର୍ମା, ଆସିଷ୍ଟାଣ୍ଟ କଲେକ୍ଟର ମନୀଷା ମୀନା, ଜିଏମ୍ ଉଦ୍ୟୋଗୀ ଶିଳ୍ପା ଗୋଖରୁ ମଧ୍ୟ ଉପସ୍ଥିତ ରହିଥିଲେ ।

ସେଠାରେ ଥିବା ଛାତ୍ରୀମାନେ କଲେକ୍ଟରଙ୍କୁ ନା ନା ପ୍ରଶ୍ନ ପଚାରିଥିଲେ ଯେ, ଆପଣ କିପରି ଭାବେ ଏହି ପଦବୀରେ ପହଞ୍ଚିଲେ, ଆପଣଙ୍କୁ ଏନେଇ କିପରି ସଂଘର୍ଷ କରିବାକୁ ପଡିଥିଲା, ପରିବାର ପକ୍ଷରୁ କେତେ ସମର୍ଥନ ମିଳିଥିଲା ଇତ୍ୟାଦି । ସେମାନଙ୍କ ମଧ୍ୟରୁ କିଛି ଜଣ, ସ୍କୁଲ ମାନଙ୍କରେ ଶୌଚାଳୟର ଫାଟକ ନଥିବା ଯୋଗୁଁ ବାଳିକା ମାନଙ୍କର ଗୋପନୀୟତା ଉଲଙ୍ଘନ ହେଉଥିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

5th Class Girl Become Collector
Advertisment
Advertisment