Advertisment

India Dismantles Pakistani Missiles: ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ଧୂଳି ଚଟାଇଲା ଭାରତ...

ପାକିସ୍ତାନ ମାଟିରେ ପାକିସ୍ତାନର ଆତଙ୍କବାଦୀଙ୍କୁ ଧୂଳି ଚଟାଇଲା ଭାରତ। ଆତଙ୍କୀ ଗଡ଼ ଉଡ଼ିଲା, ଧ୍ବଂସ ହୋଇଗଲେ ଆତଙ୍କବାଦୀ। ପାକିସ୍ତାନ ଆକାଶରେ ବୀରତ୍ବ ଦେଖାଇଲା ଭାରତୀୟ ମିସାଇଲ୍।

author-image
Sujit kumar Swain
ଅଦ୍ୟତନ ହୋଇଛି
India Dismantles Pakistani Missiles

India Dismantles Pakistani Missiles

ପାକିସ୍ତାନର ଏକାଧିକ ସ୍ଥାନରେ ଭାରତୀୟ ସେନାର ଟାର୍ଗେଟ । ଲାହୋରରେ ଥିବା ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ । ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ଖସାଇଲା ଭାରତ । ୧୫ ସହରରେ ପାକିସ୍ତାନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା  । ପାକିସ୍ତାନ ମିସାଇଲ୍ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ ପାଇଁ ପ୍ରୟାସ । ପାକିସ୍ତାନର ସମସ୍ତ ଆକ୍ରମଣ ପ୍ରୟାସକୁ ପଣ୍ଡ କଲା ଭାରତୀୟ ସେନା  ।

Advertisment

ପାକିସ୍ତାନ ମାଟିରେ ପାକିସ୍ତାନର ଆତଙ୍କବାଦୀଙ୍କୁ ଧୂଳି ଚଟାଇଲା ଭାରତ। ଆତଙ୍କୀ ଗଡ଼ ଉଡ଼ିଲା, ଧ୍ବଂସ ହୋଇଗଲେ ଆତଙ୍କବାଦୀ। ପାକିସ୍ତାନ ଆକାଶରେ ବୀରତ୍ବ ଦେଖାଇଲା ଭାରତୀୟ ମିସାଇଲ୍। ନା ରୋକି ପାରିଲା ପାକ୍ ନା ରୋକି ପାରିଲେ ସେମାନଙ୍କ ତଥାକଥିତ ସେନା। ଏତେ ବଡ଼ ଧକ୍କା ଲାଗିଛି ଯେ, ଏବେ ଖାଲି ବାଉଳି ଚାଉଳି ହେଉଛି ପାକିସ୍ତାନ ସେନା। କରିବ ବା କ’ଣ, ଜାଣିଶୁଣି LOC ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ଘନ ଘନ ଗୁଳିଗୁଳା ମାଡ଼ କରୁଛି। 

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Advertisment

କଶ୍ମୀରର ଉରୀ, ବାରମୁଲା, ପୁଞ୍ଝ ସେକ୍ଟରରେ ଶହ ଶହ ଘରକୁ ଟାଗେର୍ଟ କରୁଛି ଭୀରୁ ପାକିସ୍ତାନ ସେନା। ନୀରିହଙ୍କ ଉପରେ ଗୁଳି ମାରି ନିଜ ତୁଚ୍ଛା ରାଗକୁ ସୁଝାଉଛି। ଗତକାଲିଠୁ ଏବେ ଯାଏଁ ଏହି ଗୁଳିମାଡ଼ରେ ୧୩ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଶହ ଶହ ଲୋକଙ୍କ ଘର ନଷ୍ଟ ହୋଇଛି।  

ଏପଟେ ପାକିସ୍ତାନ ମିସାଇଲକୁ ଖସାଇଲା ଭାରତ। ଆକାଶରେ ପାଣି ଫାଟିଗଲା ପାକିସ୍ତାନ ମିସାଇଲ। ଖାଲି LOCରେ ନୁହେଁ ଅନ୍ତର୍ଜାତୀୟ ସୀମାର ବେଶ୍ ନିକଟରେ ପାକିସ୍ତାନ ଆଡ଼ୁ ଭାରତକୁ ହେଉଛି ଗୁଳି ଓ ମିସାଇଲ୍ ମାଡ଼। ହେଲେ କୁହନ୍ତି ନା ଯିଏ ଯେମିତି ତା ଫଳ ତାକୁ ସେମିତି ମିଳେ। ଯେତେ ଚକ୍ରାନ୍ତ କଲେ ବି ପାକିସ୍ତାନର କୌଣସି ଷଡ଼ଯନ୍ତ୍ର ସଫଳ ହେଉନି। ଭାରତ-ପାକିସ୍ତାନ ସୀମା ଅମୃତସର ନିକଟର ମାଟିରେ ଲୋଟିଲା ପାକିସ୍ତାନ ମିସାଇଲ୍। ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ବାହାଦୂରୀ ସହ ପାକିସ୍ତାନ ମିସାଇଲକୁ ଆକାଶରେ ହିଁ ଧ୍ବଂସ କରିଛି। ଆଉ ଏବେ ମାଟିରେ ବଳକା ଅଂଶ ଲୋଟୁଛି।   

ଅନ୍ୟପଟେ ପୁଞ୍ଚରୁ ମିଳିଲା ଅଫୁଟା ଆର୍ଟିଲାରୀ ସେଲ୍ । ଏହି ଆର୍ଟିଲାରୀ ସେଲ୍ ଟି ପାକିସ୍ତାନର ହୋଇଥିବା ଅନୁମାନ କରାଯାଉଛି। ତେବେ ଏହାକୁ ତୁରନ୍ତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ପାକିସ୍ତାନର ମିସାଇଲ ମାଡରେ ପୁଞ୍ଚର ବହୁ କ୍ଷତି ହୋଇଥିବା ସେମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Pakistan Soldiers Pakistan
Advertisment
Advertisment