Advertisment

ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ : ପ୍ରମୁଖ ଆକର୍ଷଣ ପାଲଟିଛି ପର୍ଯ୍ୟଟନ ସାଙ୍ଗକୁ ଜୈବିକ ପ୍ରଣାଳୀର ଚାଷ

ବାଡ଼ିରେ ଲାଗିଛି ତାଇୱାନ ସିଡ୍ ଲେସ୍ ଗ୍ୱାଭା,ଗ୍ରୀନ ଏପଲ ବେରି, କେଜି ଗ୍ୱାଭା, ଆମ୍ୱ, କାଶ୍ମିରୀ ସୁନ୍ଦରୀ ଏପଲ ବେରି, ଥାଇ ହ୍ୱାଇଟ୍ ଜାମୁନ, ମକା, ଭିଏନଆର ବିହି ଗ୍ୱାଭା, ଥାଇ ବ୍ଲାକ୍ ଜାମୁନ, ଟମାରୋ, ଲେମ୍ୱୁ,ସପୁରୀ ପଣସ, ବ୍ଲାକ୍ ମ୍ୟାଙ୍ଗୋ, ରଙ୍ଗ ବେରଙ୍ଗର ଗୋଲାପ ଗଛ, ଋଦ୍ରାକ୍ଷ, ଗେଣ୍ଡୁ ବଇତ୍ୟାଦି ।

author-image
Prangyan Parimita
ଅଦ୍ୟତନ ହୋଇଛି
Agri-Eco-Tourism

Agri-Eco-Tourism

ପର୍ଯ୍ୟଟନ ସାଙ୍ଗକୁ ଜୈବିକ ପ୍ରଣାଳୀର ଚାଷ । ଗୋଟିଏ ସ୍ଥାନରେ ବୁଲିବାର ମଜା ଆଉ ଦେଖିବାକୁ ମିଳିବ ଭଳିକି ଭଳି ପନିପରିବା ଓ ଫଳମୂଳ । ଆଧୁନିକ ଜ୍ଞାନକୌଶଳ, ସଂସ୍କୃତି ଓ ପ୍ରକୃତିର ସମ୍ଭାର ଭିତରେ ତିଆରି ହୋଇଛି ଫାର୍ମ ହାଉସ । ପଶ୍ଚିମ ଓଡ଼ିଶାର ପୂର୍ବତନ ବୈଜ୍ଞାନିକ ଶୀତିକଣ୍ଠ ବେହେରାଙ୍କ ଏଗ୍ରି ଇକୋ ଟୁରିଜିମକୁ ମିଳୁଛି ଚାରିଆଡ଼ୁ ପ୍ରଶଂସା । ଥରେ ଦେଖିଲେ ଆଖି ଲାଖି ଯାଉଛି । ମନ ତୃପ୍ତ ହୋଇଯାଉଛି । 

Advertisment

ବାଡ଼ିରେ ଲାଗିଛି ତାଇୱାନ ସିଡ୍ ଲେସ୍ ଗ୍ୱାଭା,ଗ୍ରୀନ ଏପଲ ବେରି, କେଜି ଗ୍ୱାଭା, ଆମ୍ୱ, କାଶ୍ମିରୀ ସୁନ୍ଦରୀ ଏପଲ ବେରି, ଥାଇ ହ୍ୱାଇଟ୍ ଜାମୁନ, ମକା, ଭିଏନଆର ବିହି ଗ୍ୱାଭା, ଥାଇ ବ୍ଲାକ୍ ଜାମୁନ, ଟମାରୋ, ଲେମ୍ୱୁ,ସପୁରୀ ପଣସ, ବ୍ଲାକ୍ ମ୍ୟାଙ୍ଗୋ, ରଙ୍ଗ ବେରଙ୍ଗର ଗୋଲାପ ଗଛ, ଋଦ୍ରାକ୍ଷ, ଗେଣ୍ଡୁ ବଇତ୍ୟାଦି । ଏହା ସହ ଫାର୍ମ ହାଉସରେ ଅଛନ୍ତି ଗୀର, ସାହିୱାଲ, ହଲେଷ୍ଟନ, ଜର୍ସି ଓ କ୍ରସ ବ୍ରିଡର ୫୦ରୁ ଉର୍ଦ୍ଧ୍ୱ ଗାଈ ।

ବରବରୀ, ବିଟେଲ ଓ ଟୋଟାପୁନି ବ୍ରିଡର ଛେଳି । କଡ଼କନାଥ, ଅସିଲ୍, ଆଫ୍ରିକିଆନ୍ ଗୀନି ଫାଉଲ, ଦେଶୀ କୁକୁଡ଼ା, ବତକ ଓ ହଂସ। ତା ସାଙ୍ଗକୁରୋହୀ, ଭାକୁର ଓ ରୁପଚାନ୍ଦ ପ୍ରଜାତିର ମାଛ । ଫାର୍ମରେ ଗୋବର ଖତ, ଆଜୋଲା ଓ ଘାସ ଚାଷ ବି କରାଯାଇଛି । ଯାହା ମାଛ ଓ ଛେଳିର ଖାଦ୍ୟ ରୂପେ ବ୍ୟବହାର ହେଉଛି । ଜଙ୍ଗଲୀ ଯନ୍ତୁ ଓ ଶତ୍ରୁଙ୍କ ଠାରୁ ବଞ୍ଚିବା ପାଇଁ ସମ୍ପୂର୍ଣ୍ଣ ଫାର୍ମ ହାଉସକୁ ସୋଲାର ଫେନସିଂ କରିଛନ୍ତି । ସୋଲାରରେ ଚାଲିଛି ପୂରା ଫାର୍ମ ହାଉସ୍ ।

Advertisment

ଫାର୍ମ ହାଉସରେ ଟ୍ରି ହାଉସ୍, ରେସ୍ତୁରାଣ୍ଟ, କଟେଜ୍, ଲଜିଂ ଏଣ୍ତ୍ ଫୁଡିଂ ବ୍ୟବସ୍ଥା ପାଇଁ କାମ ଚାଲିଛି । ପର୍ଯ୍ୟଟକଙ୍କ ପାଇଁ ଟ୍ରାକିଂ, ବାଇକ ରାଇଡିଂ, ସୁଇମିଂ, ବୋଟିଂ ଭଳି ସମସ୍ତ ସୁବିଧାର ଯୋଜନା ରଖିଛନ୍ତି ଶୀତିକଣ୍ଠ । ଏହା ସାଙ୍ଗକୁ ପ୍ରକୃତିର ଭରପୁର ଆନନ୍ଦ ନେଇ ପାରିବେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ।

ପୂର୍ବରୁ ଏ ସମସ୍ତ ଜିନିଷ ପ୍ରତି ରୁଚି ରଖିଥିଲେ ଶୀତିକଣ୍ଠ । ଫଟୋଗ୍ରାଫି, ରାଇଡିଂ ଓ ଏଡଭେଞ୍ଚର ଲାଇଫ୍ ଜିଇଁବା ତାଙ୍କ ନିଶା ଥିଳା । ଅନେକ ଦିନରୁ ମନରେ ଥିବା ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ଭିଟା ମାଟିରେ ଜି ଜାନ ଲଗାଇ ଦେଇଛନ୍ତି । ଫାର୍ମ ହାଉସ ଚାରିପଟେ ସବୁଜ ବନାନୀ ଓ ନିକଟରେ ରହିଛି କଳ୍ପେଶ୍ୱର ମନ୍ଦିର । ଯେଉଁଠି ମାଟି ତଳୁ ସବୁବେଳେ ପାଣି ବାହରୁଛି । ଆଉ ଏଠାରେ ଶିବ ଲିଙ୍ଗର ଉତ୍ପତ୍ତି ହୋଇଛି । ପର୍ଯ୍ୟଟକ ସମ୍ୱଲପୁର ଆସିଲେ ଶୀତିକଣ୍ଠଙ୍କ ଫାର୍ମ ହାଉସକୁ ଯିବାପାଇଁ ଯେମିତି ବାଧ୍ୟ ହେବେ ସେହି ଲକ୍ଷରେ ସେ କାମ କରୁଛନ୍ତି ।

ସମ୍ବଲପୁରରୁ ବରେନ୍ଦ୍ର ନାଥ ପଣ୍ଡାଙ୍କ ରିପୋର୍ଟ

Agri-Eco-Tourism
Advertisment
Advertisment