• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବାପା-ପୁଅର ସମ୍ପର୍କ ଖୁବ ଚମତ୍କାର ହୋଇଥାଏ। ବାପା ହୋଇଥାଏ ପୁଅର ଦମ୍ଭ, ଶକ୍ତି ଆଉ ଉତ୍ସାହ। ସେଥିପାଇଁ ତ କୁହାଯାଏ- ବାପା ଥିବା ପୁଅ ସଭାରେ ହାରେନା। ସବୁ ବାପା ଚାହାଁନ୍ତି ଯେ ତାଙ୍କ ପୁଅ ସବୁବେଳେ ଆଗକୁ ଯାଉ ଏବଂ ଜୀବନରେ କିଛି ଭଲ କରି ଦେଖାଉ।

ପୁଅର କାମ ମଧ୍ୟ ବାପାଙ୍କୁ ସନ୍ତୁଷ୍ଟ କରିବା। ଜଣେ ସୈନିକ ପାଇଁ ଦେଶ ସବୁକିଛି, ଏନେଇ ସମାଜ ତଥା ଦେଶର ସବୁ ଲୋକ ତାଙ୍କୁ ସାଲ୍ୟୁତ କରନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଯେ କେହି ବି ଭାବ ବିହ୍ୱଳ ହୋଇଯିବ।

ଭାଇରାଲ୍‌ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବାପା ଏକ ହ୍ୱିଲ୍‌ ଚେୟାରରେ ବସିଥିବା ବେଳେ ତାଙ୍କ ପୁଅ ତାଙ୍କ ସାମ୍ନାରେ ଠିଆ ହୋଇଛନ୍ତି । ପୁଅ ଜଣେ ସୈନିକ। ଏଭଳି ପରିସ୍ଥିତିରେ ବାପା ହ୍ୱିଲ୍‌ ଚେୟାରରୁ ଉଠି ପଡୁଛନ୍ତି ଏବଂ ପୁଅକୁ ସାଲ୍ୟୁଟ୍ ମାରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଅତ୍ୟଧିକ ଭାବପ୍ରବଣ ହେଉଥିବା ଦେଖାଯାଏ।

ଭାଇରାଲ୍‌ ହେଉଥିବା ଏହି ଭିଡିଓକୁ ସୋସିଆଲ ମିଡିଆରେ ଆଇପିଏସ୍ ଅଧିକାରୀ ଦୀପାଶୁଂ କାବ୍ରା @ipskabra ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି। ଦୀପାଶୁଂ କାବ୍ରା ମଧ୍ୟ ଏହି ଭିଡିଓ ସହିତ ଏକ କ୍ୟାପସନ୍ ଲେଖିଛନ୍ତି। କ୍ୟାପସନ୍‌ରେ ସେ ଲେଖିଛନ୍ତି - ହ୍ୱିଲ୍‌ ଚେୟାରରେ ବସିଥିବା ବାପାଙ୍କ ଦ୍ୱାରା ଡ୍ୟୁଟିରୁ ଘରକୁ ଆସିଥିବା ସୈନିକ_ପୁଅକୁ ଅଦ୍ୱିତୀୟ ସ୍ୱାଗତ! ବିଶ୍ୱ ଜିତିବା ପରେ ମଧ୍ୟ ଏମିତି ଖୁସି ମିଳିବ ନାହିଁ ଯାହା ଆମର କାମ ଓ ସଫଳତାରେ ଆମ ପିତାମାତାଙ୍କ ଆଖିରେ “ଗର୍ବ”କୁ ଦେଖି ମିଳିଥାଏ।