• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିପର୍ଯ୍ୟସ୍ତ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଯୁଦ୍ଧ ବନ୍ଦ କରିବାକୁ ସମସ୍ତେ ଋଷ୍‌କୁ ନିବେଦନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି। କେତେକ ଭିଡିଓରେ, ଋଷ୍‌ର ଆକ୍ରମଣ ପରେ ଭୟଙ୍କର ଦୃଶ୍ୟ ଦୃଶ୍ୟମାନ ହେଉଥିବାବେଳେ କେତେକ ଲୋକ ଆକ୍ରମଣର ଭୟ କାରଣରୁ ନିରାପଦ ସ୍ଥାନକୁ ଦୌଡୁଥିବା ଦେଖାଯାଉଛି।

ଏହି ସମୟରେ, ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭାବପ୍ରବଣ ଅଟେ। ଭିଡିଓରେ, ୟୁକ୍ରେନ୍‌ ସୈନିକମାନେ ଯୁଦ୍ଧକୁ ଯିବା ପୂର୍ବରୁ ନିଜ ନିଜ ପତ୍ନୀଙ୍କୁ ପ୍ରେମ ବାଣ୍ଟୁଥିବାର ନଜର ଆସିଛନ୍ତି।

ଭାଇରାଲ୍‌ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ୟୁକ୍ରେନ୍‌ ସୈନିକମାନେ ଯୁଦ୍ଧକୁ ଯିବା ପୂର୍ବରୁ ସେମାନଙ୍କ ପତ୍ନୀଙ୍କୁ ବିଦାୟ ଦେଉଛନ୍ତି। ପତ୍ନୀ ମାନଙ୍କ ଆର୍ଦ୍ର ଆଖିରେ ନିଜ ସ୍ୱାମୀଙ୍କୁ ହରାଇବାର ଭୟ ସେମାନଙ୍କୁ ଦୁଃଖ ଦେଉଥିବା ବେଳେ ସ୍ୱାମୀମାନେ ମଧ୍ୟ ଭାରି ହୃଦୟରେ ନିଜ ପରିବାରକୁ ବିଦାୟ ଦେଉଥିବା ଦେଖାଯାଏ। ଏହି ସମୟରେ ଜଣେ ସୈନିକଙ୍କ ପତ୍ନୀ କାନ୍ଧୁଥିବା ଭିଡିଓରେ ଦେଖାଯାଏ।

ଏହା ଏକ ଅତ୍ୟନ୍ତ ଭାବପ୍ରବଣ ଦୃଶ୍ୟ। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ସମସ୍ତେ ନିଜ ନିଜ ଆକାଉଣ୍ଟରେ ଏହି ୧୫ ସେକେଣ୍ଡର ଅତ୍ୟନ୍ତ ଭାବପ୍ରବଣର ଭିଡିଓଟିକୁ ସେୟାର କରୁଛନ୍ତି। ଭିଡିଓ ଦେଖିବା ପରେ ନେଟିଜେନ୍‌ମାନେ ସେମାନଙ୍କ ଲୁହକୁ ଅଟକେଇ ପାରୁ ନାହାନ୍ତି। ଆପଣ ମଧ୍ୟ ଏହି ଭାବପ୍ରବଣ ଭିଡିଓଟିକୁ ଦେଖିବା ପରେ ଆପଣଙ୍କର କୋହ ବି ବୋଲ ବୋଲ ମାନିବ ନାହିଁ।

ଏହାପୂର୍ବରୁ ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ବାପା ଏକ ସୁରକ୍ଷିତ ସ୍ଥାନକୁ ପଠାଇବା ପୂର୍ବରୁ ତାଙ୍କ ଝିଅକୁ ବିଦାୟ ଦେଇ କାନ୍ଦୁଥିଲେ। ଭିଡିଓରେ ଆପଣ ଦେଖିପାରିବେ ଯେ ବାପା ନିଜ ଝିଅକୁ ବସ୍‌ରେ ବସେଇ ତାଙ୍କୁ ବିଦାୟ ଦେଉଛନ୍ତି। ଏହି ସମୟରେ ଉଭୟ ବାପା ଓ ଝିଅଙ୍କର ଆଖି ଲୁହରେ ଛଳ ଛଳ ହୋଇଯାଉଥିବା ଦେଖାଯାଏ।