Advertisment

ଗୁଜୁରାଟ ବିଜୟ ପାଇଁ ବିଜେପିର ରୋଡ୍ ମ୍ୟାପ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ। ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିଙ୍କ ଏକ ସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଏହା ବାପୁଙ୍କ ଦେଶ, ଏହା ହେଉଛି ସର୍ଦ୍ଦାର ପଟେଲଙ୍କ ଦେଶ।

author-image
Pramod Behera
ଅଦ୍ୟତନ ହୋଇଛି
PM Modi roadshow in Ahmedabad

PM Modi roadshow in Ahmedabad

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଜୟ ପରେ ଗୁଜୁରାଟ ବିଜୟ ପାଇଁ ବିଜେପି ରୋଡ୍ ମ୍ୟାପ୍ ପ୍ରସ୍ତୁତି କରିଛି। ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ ଦେଖିବାକୁ ମିଳିଛି। ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ କମଳମ୍‌ସ୍ଥିତ ପାର୍ଟି ଅଫିସ୍‌ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତାରେ ଏକ ମେଗା ରୋଡ୍‌ ଶୋ କରିଥିଲେ।

Advertisment

ଏହି ଅବସରରେ ରାସ୍ତାର ଉଭୟ ପାର୍ଶ୍ୱରେ ଉପସ୍ଥିତ ହଜାର ହଜାର ଜନତା ତାଙ୍କୁ ସ୍ୱାଗତ କରିଥିଲେ। ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟର ଜନମତ ଦଳ ସପକ୍ଷରେ ଯିବା ପରେ ଗୁଜରାଟରେ ମୋଦିଙ୍କ ଏ ମେଗା ରୋଡ୍ ଶୋ’କୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଆସନ୍ତା ନଭେମ୍ବର- ଡିସେମ୍ବରରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏହା ପ୍ରାକ୍ ପ୍ରସ୍ତୁତି ବୋଲି ଚର୍ଚ୍ଚା ହେଉଛି।

ମୋଦିଙ୍କ ହୋମ୍ ଗ୍ରାଉଣ୍ଡ ଗୁଜରାଟକୁ ଦଳ ଏବେ ଟାର୍ଗେଟ୍ କରିଥିବା ବେଳେ ଅପରାହ୍ନରେ ଗୁଜରାଟ ପଞ୍ଚାୟତ ମହାସମ୍ମେଳନକୁ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ। ମାରୋ ଗା ମାରୋ ଗୁଜରାତ୍ ନାଁରେ ଆୟୋଜିତ ହେଉଥିବା ଏହି ପଞ୍ଚାୟତ ମହାସମ୍ମେଳନରେ ଲକ୍ଷାଧିକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଯୋଗଦେଇଥିଲେ।

Advertisment

ଅହମ୍ମଦାବାଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ବିଶାଳ ରୋଡ୍‌ ଶୋ’ରେ ଏହି ଲକ୍ଷ ଲକ୍ଷ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଏକାଠି ହୋଇଥିଲେ। ରୋଡ୍ ଶୋ’ରେ ବିଜେପି କର୍ମୀମାନେ ଚାରି ରାଜ୍ୟର ବିଶାଳ ବିଜୟକୁ ନେଇ ଉତ୍ସବ ପାଳନ କରିଥିଲେ। ଜୟ ଶ୍ରୀ ରାମ ଏବଂ ଭାରତ ମାତା ଜୟ ସ୍ଲୋଗାନରେ ଆକାଶ ପ୍ରକମ୍ପିତ ହୋଇଥିଲା। ରୋଡ ଶୋ’ରେ ଆସିଥିବା ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି।

ଅହମ୍ମଦାବାଦ ବିମାନବନ୍ଦରରୁ ଏକ ଘଣ୍ଟା ମଧ୍ୟରେ ୯ କିଲୋମିଟର ରୋଡ୍ ଶୋ’ ପରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ମୋଦିଙ୍କୁ ବହୁତ ସ୍ୱାଗତ କରାଯାଇଥିଲା।

India News
Advertisment
Advertisment