bus accident
୫୦ ଫୁଟ୍ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଗୁରୁତର ହୋଇଛନ୍ତି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ବାକରାପେଟ ଠାରେ । ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
ଘରୋଇ ବସଟି ବିବାହ ଉତ୍ସବରୁ ଫେରୁଥିବା ୬୩ ଜଣଙ୍କୁ ଧରି ଅନନ୍ତପୁର ଜିଲ୍ଲା ଧର୍ମଭରମରୁ ଚିତ୍ତୋର ନାଗରିକୁ ଯାଉଥିଲା । ତେବେ କୌଣସି କାରଣବଶତଃ ପ୍ରାୟ ୫୦ ଫୁଟ୍ ଘାଟି ତଳକୁ ବସଟି ଖସି ପଡିଥିଲା । ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାମ କରିଥିଲେ ।
ତେବେ ଅନ୍ଧାର ଯୋଗୁ ଉଦ୍ଧାର କାମରେ ବାଧା ସୃଷ୍ଟି ହୋଇଥିଲା । ଆହତ ମାନଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ତିରୁପତି ଏସପି କହିଛନ୍ତି , ଡ୍ରାଇଭରର ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଛି । ତଦନ୍ତ ଜାରି ରହିଛି ।
ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଗୁରୁତରଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ସେ ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)