• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜିକାଲି ସୋସିଆଲ ମିଡିଆରେ ୮୦ ବର୍ଷ ବୟସ୍କା କାଶ୍ମୀରର ଜଣେ ମହିଳାଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ସେ ଇଂରାଜୀ ସ୍ପଷ୍ଟ ଭାବରେ କହୁଥିବାର ନଜର ଆସିଛନ୍ତି। ଯିଏ ଏହି ଭିଡିଓଟିକୁ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

ଏହି ଭିଡିଓରେ ବୃଦ୍ଧ ମହିଳାଙ୍କୁ କାଶ୍ମୀର ଭାଷାରେ ପଚରାଯାଇଥିବା ଫଳ, ପନିପରିବା ଏବଂ ପଶୁମାନଙ୍କର ନାମକୁ ସେ ବେଧଡକ ଭାବାରେ ଇଂରାଜୀରେ କହୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖିସାରିଥିବ ବେଳେ ଲାଇକ୍, କମେଣ୍ଟ, ଶେୟାର ମଧ୍ୟ କରୁଛନ୍ତି।

ମୂଳ ରୂପରେ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରରେ ସୟଦ ସ୍ଲିଟ୍ ଶାହାଙ୍କ ଦ୍ୱାରା ଶେୟାର ହୋଇଥିବା ୩୭ ସେକେଣ୍ଡର ଏହି ଭିଡିଓକୁ ହ୍ୱାଟ୍ସ ଆପ୍, ଫେସ୍‌ବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ ପରି ଅନ୍ୟ ପ୍ଲାଟ୍‌ଫର୍ମରେ ମଧ୍ୟ ଶେୟାର୍ କରାଯାଇଛି। ଏହି ଯୁବକ ଜଣକ ବୃଦ୍ଧ ମହିଳାଙ୍କୁ କାଶ୍ମୀର ଭାଷାରେ କିଛି ଫଳ, ପନିପରିବା ଏବଂ ପଶୁମାନଙ୍କର ନାମ ପଚାରନ୍ତି। ଏହାର ଉତ୍ତରରେ ୮୦ ବର୍ଷ ବୟସ୍କା ଏହି ବୁଢିମା’ ସ୍ପଷ୍ଟଭାବେ ଏହର ‍ଇଂରାଜୀ କହୁଥିବା ଦେଖିବାକୁ ମିଳେ। ଭିଡିଓରେ ଏହି ବୃଦ୍ଧା ଜଣଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳେ।

ଏହି ବୁଢିମା’ ଜଣକ ସବୁ ଶବ୍ଦର ଇଂରାଜୀ ଅର୍ଥ ପ୍ରାଞ୍ଜଳ ଭାବେ କହୁଥିବା ବେଳେ ବିଲେଇର ଇଂରାଜୀ ପାଖରେ ଟିକେ ଝୁଣ୍ଟି ପଡିଥିବା ଦେଖାଯାଏ। କିନ୍ତୁ ତା’ପରେ ସେ ନିଜ ଭୁଲକୁ ସଂଶୋଧନ କରି 'ବିଲେଇ' ବୋଲି କୁହନ୍ତି। ତେବେ ବୃଦ୍ଧ ମହିଳାଙ୍କ କାଶ୍ମୀର ଉଚ୍ଚାରଣ ମଧ୍ୟ ଲୋକଙ୍କ ହୃଦୟ ଜିତୁଛି। ସେ ପିଆଜ, ସେଓ, ରସୁଣ ଏବଂ କୁକୁରର ସ୍ୱତନ୍ତ୍ର ଉଚ୍ଚାରଣରେ ସେଗୁଡିକର ଇଂରାଜୀ କୁହନ୍ତି।

ତେବେ ଏହି ବୃଦ୍ଧ ମହିଳାଙ୍କ ନାମ କ’ଣ ଏବଂ ସେ କେଉଁ ଜାଗାରେ ବାସ କରୁଛନ୍ତି ଭିଡିଓରୁ ଏହା ଜଣା ପଡି ନାହିଁ। କିନ୍ତୁ ମହିଳାଙ୍କ ପୋଷାକ ଏବଂ ଯୁବକଙ୍କ କହିବାର ଢଙ୍ଗ ଏହା ଦର୍ଶାଏ ଯେ ଉଭୟ କାଶ୍ମୀରର କୌଣସି ଗ୍ରାମାଞ୍ଚଳର ଅଟନ୍ତି। ତଥାପି, ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।