• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ଲାଗି Indian Institute of Technology (IIT)କାନପୁର ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଆଇଆଇଟି କାନପୁରର ଅଫିସିଆଲ୍‌ ୱେବ୍‌ସାଇଟ୍‌- iitk.ac.inକୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ନଭେମ୍ବର ୧୬। ଜୁନିଅର୍‌ ଟେକ୍ନିସିଆନ୍‌, ଡେପୁଟି ରେଜିଷ୍ଟ୍ରାର୍‌, ଫିଜିକାଲ୍‌ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର, ଜୁନିଅର୍‌ Superintendent ଇତ୍ୟାଦିରେ ୯୫ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଗ୍ରୁପ୍‌ ‘ଏ’ରେ ୧୫ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଗ୍ରୁପ୍‌ ‘ବି’ରେ ୮୧ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡେପୁଟି ରେଜିଷ୍ଟ୍ରାର୍‌ଙ୍କ ଦରମା: ୭୮,୮୦୦-୨,୦୯,୨୦୦ ଟଙ୍କା, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍‌(PK Kelkar Central Library), ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍‌, ହିନ୍ଦୀ ଅପିସର, ଷ୍ଟୁଡେଣ୍ଟ୍‌ କାଉନସେଲରଙ୍କ ଦରମା: ୫୬,୧୦୦-୧,୭୭,୫୦୦ ଟଙ୍କା, ଜୁନିଅର ଟେକ୍ନିକାଲ Superintendent(ଟ୍ରାନ୍ସଲେସନ୍‌),ଜୁନିଅର Superintendent, ଜୁନିଅର Superintendent(ସେଣ୍ଟର ଫର୍‌ ନାନୋ ସାଇନ୍ସ), ଜୁନିଅର Superintendent ଆଣ୍ଡ୍‌ ଫିଜିକାଲ୍‌ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟରଙ୍କ ଦରମା: ୩୫,୪୦୦-୧,୧୨,୪୦୦ ଟଙ୍କା, ଜୁନିଅର ଟେକ୍ନିସିଆନ୍, ଜୁନିଅର ଆସିଷ୍ଟାଣ୍ଟ, ଡ୍ରାଇଭର(Grade-II)ଙ୍କ ଦରମା: ୨୧,୭୦୦-୬୯,୧୦୦ ଟଙ୍କା। 

ଗ୍ରୁପ୍‌ ‘ଏ’ ପାଇଁ ଆପ୍ଲିକେସନ୍‌ ଫି’ ୫୦୦ ଟଙ୍କା ଥିବାବେଳେ  ଗ୍ରୁପ୍‌ ‘ବି’ ପାଇଁ ୨୫୦ ଟଙ୍କା ଆପ୍ଲିକେସନ୍‌ ଫି’ ରହିଛି। ଅଧିକ ଜାଣିବା ପାଇଁ IIT Recruitment 2021 ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।