/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634304088.jpg)
UCIL Recruitment 2021
ନୂଆଦିଲ୍ଲୀ: ଆପଣ UCILରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଅଟୋମେଟିକ ଏନର୍ଜି ଡିପାର୍ଟମେଣ୍ଟ, ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍ (UCIL) ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ୧୦ମ ପାସ୍ କରି ଆଇଟିଆଇ କରିଛନ୍ତି ତେବେ ଆପଣଙ୍କ UCILରେ ଚାକିରୀ କରିବାର ସୁଯୋଗ ପାଇପାରିବେ । ଅଟୋମେଟିକ ଏନର୍ଜି ଡିପାର୍ଟମେଣ୍ଟ, ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍ (UCIL) ଆପାରଣ୍ଟିସରେ ଖାଲିପଡିଛି ପଦବୀ।
Also Read
ଏଥିରେ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ । ମୋଟ୍ ପଦବୀ ମଧ୍ୟରେ ଫିଟର-୮ଟି ପଦବୀ,ଇଲେକ୍ଟ୍ରିସିଆନ -୮ଟି,ୱେଲଡର-୮ଟି,ଟର୍ନର-୪ଟି,ମେକାନିକ ଡିଜେଲ-୩ଟି,କାରପେଣ୍ଟର-୩ଟି,ପ୍ଲମ୍ବର:-୩ଟି ଆଦି ପଦବୀ ପାଇଁ ଖାଲି ରହିଛି । ଆବେଦନକାରୀଙ୍କ ବୟସ ୧୮ବର୍ଷରୁ ଅଧିକ ଏବଂ ୨୫ ବର୍ଷରୁ କମ୍ ହୋଇଥିବା ଜରୁରୀ ଅଟେ । ପ୍ରାର୍ଥୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ୍ ପାସ୍ କରିବା ସହିତ ଆଇଟିଆଇ ପଢିଥିବା ଜରୁରୀ ।
କିପରି କରିବେ ଆବେଦନ
UCILରେ ୱେବସାଇଟ ucil.gov.in କୁ ଯାଇ ଆବେଦନ କରିପାରିବେ। ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଫର୍ମ ପୁରଣ କରି ଆବେଦନ କରିପାରିବେ । ଅନ ଲାଇନରେ ଫର୍ମକୁ ୟାଇ ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ନିଜସ୍ୱ ବିବରଣୀ ପ୍ରଦାନ କରିବାକୁ ହେବ। ଏହି ଫର୍ମକୁ ପୁରଣ କରି ସବ ମିଟ୍ କରିବାକୁ ହେବ । ତେବେ ଏହି ଆବେଦନ ପାଇଁ ଆପଣଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)