Advertisment

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଦାବି: ଆମେ ପରୀକ୍ଷା ଦେବୁନି, ବାତିଲ କର

ଯଦି ଅନଲାଇନ୍‌ ପାଠପଢା ହେଉଛି, ତାହାହେଲେ ପରୀକ୍ଷା ବି ଅନଲାଇନ୍ କରାଯାଉ।

author-image
Chandan Shishu
ଅଦ୍ୟତନ ହୋଇଛି
Student Protest

Student Protest

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରେ ଶହ ଶହ ଛାତ୍ରଛାତ୍ରୀ ବିକ୍ଷୋଭ କରୁଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ କଲେଜର ଛାତଛାତ୍ରୀ ସାମିଲ ହୋଇଛନ୍ତି। କରୋନା ଯୋଗୁଁ ଏବର୍ଷ ବହୁତ ବିଳମ୍ବରେ କଲେଜ ଗୁଡିକ ଖୋଲିଥିଲା। ତେଣୁ କମ୍ ପାଠପଢା ହୋଇଛି, କୋର୍ସ ସରିନାହିଁ। ତେଣୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ଦାବି କରୁଛନ୍ତି। 

Advertisment

ଏନେଇ ଜଣେ ଛାତ୍ର କହିଛନ୍ତି ଯେ ଆମର କୋର୍ସ ସମ୍ପୂର୍ଣ୍ଣ ହୋଇନି। ୬ ମାସ କଲେଜ ଖୋଲିଥିବା ବେଳେ ୩ ମାସ ପରୀକ୍ଷାରେ ଚାଲିଗଲା। ମାତ୍ର ୩ ମାସ ପାଠପଢାରେ କଣ କୋର୍ସ ସରିଗଲା?  ସେଭଳି ସ୍ଥିତିରେ ପରୀକ୍ଷା କଲେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ବରବାଦ୍‌ ହୋଇଯିବ। ଯେତେବେଳେ ସପିଂ ମଲ୍, ବାର୍ ଖୋଲିପାରୁଛି, ତାହାହଲେ କଲେଜକୁ କାହିଁକି ଖୋଲାଗଲା ନାହିଁ? ରାଜ୍ୟରେ ଅନ୍‌ଲାଇନ୍‌ କ୍ଲାସ ଚାଲୁଥିଲା ସତ କିନ୍ତୁ ଅନେକ ପିଲାଙ୍କ ନିକଟରେ ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ର ସମସ୍ୟା ଥିଲା।   

ସେହିପରି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି, ପରୀକ୍ଷା ବାତିଲ କରାଯାଉ। ଯଦି ଅନଲାଇନ୍‌ ପାଠପଢା ହେଉଛି, ତାହାହେଲେ ପରୀକ୍ଷା ବି ଅନଲାଇନ୍ କରାଯାଉ। 
ସେହିପରି ଅନ୍ୟ ଜଣେ ଛାତ୍ର କହିଛନ୍ତି ଯେ, ସରକାର କହୁଛନ୍ତି ୭୦ ପ୍ରତିଶତ କୋର୍ସରେ ପରୀକ୍ଷା ହେବ। କିନ୍ତୁ ଅବଶିଷ୍ଟ ୩୦ ପ୍ରତିଶତ କୋର୍ସ କେଉଁଠି ପଢିବୁ। ବିଭିନ୍ନ ଏଣ୍ଟ୍ରାନ୍ସ ପରୀକ୍ଷାରେ ଏହି କୋର୍ସରୁ ଆସିଲେ କରିବୁ କଣ? ଏମିତି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ। ଆମେ ଚାହୁଁଛୁ, ଶତ ପ୍ରତିଶତ କୋର୍ସ ସମ୍ପୂର୍ଣ୍ଣ କରିବା ସହ କଲେଜରେ ହେଉଥିବା କ୍ୱାର୍ଟର୍‌ ଏକଜାମ୍‌ ଆଧାରରେ ମାର୍କ ଦିଆଯାଉ।  

Advertisment
CHSE Student Protest Exam Cancel Demand
Advertisment
Advertisment