• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩,୪୧୯, ଲୋକାଲ୍ କେସ୍ ୨,୪୮୨ ରହିଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩୯ ଚିହ୍ନଟ ହୋଇଥିବା ସୂଚନା ମିଳଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୧,୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରେ ୫୪୫, କଟକରେ ୪୦୨, ବାଲେଶ୍ୱରରେ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯କୁ ବୃଦ୍ଧିପାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୩୦ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୯୩ , ବାଲେଶ୍ୱରରୁ ୩୦୦, ବରଗଡ଼ରୁ ୧୦୨, ଭଦ୍ରକରୁ୦୯୬, ବଲାଙ୍ଗିରରୁ ୧୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୭୮, କଟକରୁ ୪୦୨, ଦେବଗଡ଼ରୁ ୮୯ , ଢେଙ୍କାନାଳରୁ ୭୩ , ଗଜପତିରୁ ୬୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୧୬୮, କନ୍ଧମାଳରୁ ୧୬୮ ଓ କେନ୍ଦ୍ରାପଡ଼ାରୁ ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ କେନ୍ଦୁଝରରୁ ୧୨୮, କୋରାପୁଟରୁ ୬୪, ମାଲକାନଗିରିରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୧୧୩ , ନୟାଗଡରୁ ୧୮୦, ନୂଆପଡ଼ାରୁ ୧୮୭, ପୁରୀରୁ ୧୧୭ , ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୩୮, ସୋନପୁରରୁ ୮୬, ସୁନ୍ଦରଗଡରୁ ୫୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now