• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଝି ଆକାଶରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲେ ଯାତ୍ରୀଙ୍କ ଜୀବନ ବଞ୍ଚିବା ସମ୍ଭାବନା କ୍ଷୀଣ କହିଲେ ଚଳେ । ଏପରି ଦୁର୍ଘଟଣାରୁ ବଞ୍ଚିଗଲେ ଭଗବାନ୍‌ଙ୍କ ବରଦାନ ହିଁ କୁହାଯିବ । ହେଲେ ଜଣେ ମହିଳା ଏହାକୁ ଭୁଲ ପ୍ରମାଣିତ କରିଛନ୍ତି । ୩୩,୩୩୩ ଫୁଟ ଉଚ୍ଚତାରୁ ଖସିପଡି ମଧ୍ୟ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ମହିଳାଙ୍କ ନାମ ଭେସନା ଭାଲୋଭିକ୍ (Vesna Vulovic)  । ଦୁର୍ଘଟଣା ସମୟରେ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା । ଭେସନାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ରେକର୍ଡ କରାଯାଇଛି । ବିନା ପାରାଚ୍ୟୁଟରେ ଆକାଶରୁ ଖସିଯିବା  ସତ୍ତ୍ୱେ ସେ ବଞ୍ଚି ଯାଇଥିଲେ ।

ଟ୍ୱିଟରରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସେୟାର କରାଯାଇଛି । ଏଥିରେ ଭେସନାଙ୍କ କାହାଣୀ ବର୍ଣ୍ଣନା କରାଯାଇଛି । ସେ ଜଣେ ବିମାନ କର୍ମଚାରୀ ଥିଲେ । ଆଜିଠାରୁ ପ୍ରାୟ ୫୦ ବର୍ଷ ପୂର୍ବେ ଏହି ଘଟଣା ଘଟିଥିଲା । ଯୁଗୋସ୍ଲାଭ ଏୟାରଲାଇନ୍ସର ୩୬୭ ବିମାନ ସ୍ୱିଡେନର ଷ୍ଟକହୋମରୁ ବେଲଗ୍ରେଡ ସର୍ବିଆ ଅଭିମୁଖେ ବାହାରି ଥିଲା । ସେ ଦିନ ଥିଲା ୨୬ ଜାନୁୟାରୀ ୧୯୭୨  । ହେଲେ ଏହି ବିମାନ ସୁରକ୍ଷିତ ଭାବରେ ଅବତରଣ କରିପାରି ନଥିଲା । ୩୩,୩୩୩ ଫୁଟ ଉଚ୍ଚତାରେ ବିମାନଙ୍କୁ ଚେକ ଗଣରାଜ୍ୟର ଆକାଶରେ ଏକ ବଡ଼ ବିସ୍ଫୋରଣର ସାମ୍ନା କରିବାକୁ ପଡ଼ିଥିଲା । ଏଥିରେ ସମୁଦାୟ ୨୮ ଜଣ ସବାର ଥିଲେ ।

ଅଧିକ ପଢ଼ନ୍ତୁ: ୮ ହଜାର ଫୁଟ ଉପରୁ ତଳକୁ ଖସିଲେ, ଖୋଲିଲାନି ପାରାଚ୍ୟୁଟ୍... ହେଲା ଚମତ୍କାର 

ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ, ସୌଭାଗ୍ୟବଶତଃ କେବଳ ଭେସନାଙ୍କର ହିଁ ଜୀବନ ବଞ୍ଚି ଯାଇଥିଲା। ତାହା ତାଙ୍କ ପାଇଁ ଏକ ନୂଆ ଜନ୍ମ ଥିଲା । ଏପରି ଏକ କାହାଣୀ, ଯାହା ବିଶ୍ୱାସଯୋଗ୍ୟ ନୁହେଁ । ଏଥିପାଇଁ ତାଙ୍କ ନାଁ ଗିନିଜ ରେକର୍ଡରେ ସ୍ଥାନ ପାଇଛି । ଦୁର୍ଘଟଣା ଦିନ ଭେସନାଙ୍କୁ ଡ୍ୟୁଟିରେ ହିଁ ଯିବାର ନଥିଲା । ଅନ୍ୟ ଜଣେ କର୍ମଚାରୀ, ତାଙ୍କ ନାଁ ମଧ୍ୟ ଭେସେନା .. . ତାଙ୍କର ଡ୍ୟୁଟି ପଡ଼ିଥିଲା । ଆଉ ଉଭୟଙ୍କ ସମାନ ନାମ ହେତୁ ଦ୍ୱନ୍ଦ୍ୱ ଦେଖାଦେଇଥିଲା ।

ଘଟଣା ଦିନ ବିମାନ ଟେକ୍ ଅଫ୍ କରିବାର ୪୬ ମିନିଟ୍ ପରେ ଅର୍ଥାତ୍‌ ଅପରାହ୍ନ ୪.୧ରେ ରେଲଗେଜ୍ କମ୍ପାର୍ଟମେଣ୍ଟରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଏଥିରେ ବିମାନଟି ତିନି ଭାଗରେ ବିଭକ୍ତ ହୋଇ ହୋଇଯାଇ ଏଥିରେ ନିଆଁ ଲାଗିଯାଇଥିଲା । ଲୋକମାନେ ବିମାନରୁ ଖସି ମରିବା ଆରମ୍ଭ କରିଥିଲେ । କିନ୍ତୁ ଭେସନା ବିମାନର ପଛ ପଟେ ଫସି ଯାଇଥିଲେ । ସେ ଖାଦ୍ୟ ସାମଗ୍ରୀର ଏକ ଟ୍ରଲି ସହିତ ଥିବାରୁ ବିମାନରୁ ଖସି ନଥିଲେ।

ବିମାନରେ ଯେଉଁ ଯାଗାରେ ଭେସନା ଫସି ରହିଥିଲେ ସେହି ଅଂଶ ବରଫର ଏକ ମୋଟା ଚାଦର ଉପରେ ଖସିଥିଲା। ଏହି କାରଣରୁ ତାଙ୍କ ଜୀବନ ରକ୍ଷା ପାଇଗଲା । ପରେ ଏହି ବିଷୟରେ ଅନୁସନ୍ଧାନ କରାଯାଇଥିଲା, ତା’ପରେ ବଞ୍ଚିବାର ଅନ୍ୟ ଏକ କାରଣ ସାମ୍ନାକୁ ଆସିଥିଲା ​​। ନିମ୍ନ ରକ୍ତଚାପ ଯୋଗୁଁ ବଞ୍ଚି ଯାଇଥିଲେ ବୋଲି ଜଣାପଡିଥିଲା ।

ବିଶେଷଜ୍ଞମାନେ ଅନୁସାରେ ହଜାର ହଜାର ଫୁଟ ଉଚ୍ଚତାରେ ଏପରି ଦୁର୍ଘଟଣା ଘଟିଲେ, ରକ୍ତଚାପ ଯଥେଷ୍ଟ ବୃଦ୍ଧି ପାଇଥାଏ । ଫଳରେ ଅମ୍ଳଜାନ ଅଭାବରୁ ହାର୍ଟ ଆଟାର୍କ ଆସି ଲୋକଙ୍କର ମୃତ୍ୟୁ ହୋଇଥାଏ । ଯେଉଁଥିପାଇଁ ବାକି ଲୋକଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଭେସନାଙ୍କ ରକ୍ତଚାପ କମ୍ ଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

ଦୁର୍ଘଟଣାର ଶିକାର ହେବା ପରେ ଭେସେନାଙ୍କ ଶରୀରର ପ୍ରାୟ ସମସ୍ତ ହାଡ ଭାଙ୍ଗି ଯାଇଥିଲା । ସେ ଅସ୍ଥାୟୀ ଭାବରେ ପକ୍ଷାଘାତରେ ପୀଡ଼ିତ ହୋଇଗଲେ । ତିନି ଦିନ ଧରି ତାଙ୍କୁ କୋମାରେ ରଖିବାକୁ ପଡ଼ିଲା। ବିମାନ ଦୁର୍ଘଟଣା ପରେ ଭେସନା ଧ୍ୱଂସାବଶେଷ ତଳେ କାନ୍ଦୁଥିଲେ । ସେହି ସମୟରେ ଭଗବାନ୍‌ ସାଜି ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଲେ ।

ସେହି ବ୍ୟକ୍ତି ଜଣକ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଡାକ୍ତରୀ ଦଳର ଅଂଶ ଥିଲେ । ଉଦ୍ଧାରକାରୀମାନେ ପହଞ୍ଚିବା ପୂର୍ବରୁ ସେ ଭେସନାଙ୍କୁ ପ୍ରଥମେ ସହାୟତା କରିଥିଲେ । ତେବେ ସେପରି ସ୍ଥାନରେ କେହି ମିଳିବା ଚମତ୍କାରୀତା ଠାରୁ କିଛି କମ୍ ନୁହେଁ । ଦଶ ଦିନ ପରେ ଭେସନା ଚାଲିବାକୁ ସକ୍ଷମ ହୋଇଥିଲେ । ଏହିଭଳି ଭାବରେ ଭେସେନାଙ୍କୁ ମଝି ଆକାଶରୁ ଏକ ନୂଆ ଜୀବନ ମିଳିଥିଲା ।

ତେବେ ୨୦୧୬ ମସିହାରେ ୬୬ ବର୍ଷ ବୟସରେ ଭେସେନା ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କ କାହାଣୀ ସବୁଦିନ ପାଇଁ ସ୍ମୃତିରେ ରହିଛି ।