Advertisment

AAP ସାଂସଦଙ୍କୁ ବିବାହ କରିବେ ପରିଣୀତି ଚୋପ୍ରା!

ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ପରିଣୀତି ସବୁବେଳେ ଚର୍ଚ୍ଚାରୁ ଦୂରେଇ ରହୁଥିବା ବେଳେ ସେ AAP ସାଂସଦ ରାଘବ ଚଡ୍‌ଢାଙ୍କ ସହ ଦେଖାହେବା ପରଠାରୁ ତାଙ୍କ ଡେଟିଂ ଗୁଜବ ଉଡିବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Parineeti Chopra To Soon Get Married To AAP’s Raghav Chadha

Raghav chadha parineeti chopra roka to take place soon

ଆଜିକାଲି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପରିଣୀତି ସବୁବେଳେ ଚର୍ଚ୍ଚାରୁ ଦୂରେଇ ରହୁଥିବା ବେଳେ ସେ ଆମ୍ ଆଦମୀ ପାର୍ଟି (AAP) ସାଂସଦ ରାଘବ ଚଡ୍‌ଢାଙ୍କ ସହ ଦେଖାହେବା ପରଠାରୁ ତାଙ୍କ ଡେଟିଂ ଗୁଜବ ଉଡିବାରେ ଲାଗିଛି।

Advertisment

ଯେତେବେଳେ ଅଭିନେତ୍ରୀ ପ୍ରଥମେ ରାଘବଙ୍କ ସହ ନଜର ଆସିଥିଲେ, ସେତେବେଳେ ଦୁହେଁ ଏକାଠି ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଯଦିଓ, ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କ ଉପରେ ନୀରବ ଅଛନ୍ତି, କିନ୍ତୁ ପ୍ରଶଂସକମାନେ ସେମାନଙ୍କ ସମ୍ପର୍କର ଗୁଜବ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି।

ଅଧିକ ପଢ଼ନ୍ତୁ: 'ଭୋଲା'କୁ ମିଳିଲା UA ସାର୍ଟିଫିକେଟ୍; ଆଡଭାନ୍ସ ବୁକିଂରେ ୧କୋଟି ଆୟ

ସମ୍ପର୍କ ଏବଂ ଡେଟିଂ ଗୁଜବ ମଧ୍ୟରେ ଏକ ନୂଆ ଖବର ଜଣାପଡିଛି ଯେ ପରିଣୀତି ଏବଂ ରାଘବଙ୍କ ପରିବାର ସେମାନଙ୍କ ବିବାହକୁ ନେଇ ଆଲୋଚନା ଆରମ୍ଭ କରିଛନ୍ତି। ଆଲୋଚନା ହୋଇଛି ଯେ ରୋକା ସମାରୋହ ମାଧ୍ୟମରେ ସେମାନଙ୍କର ସମ୍ପର୍କକୁ ନିଶ୍ଚିତ କରାଯିବ। ରୋକା ସମାରୋହର ଖବର ମଧ୍ୟରେ ପରିଣୀତିଙ୍କୁ ବଲିଉଡର ଜଣାଶୁଣା ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘର ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ପରେ ଉଭୟଙ୍କ ରୋକା ସମାରୋହର ଖବରର ଗୁଜବ ଉଡିବାରେ ଲାଗିଛି।

Advertisment

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଉଭୟ ରାଘବ ଏବଂ ପରିଣୀତି ପରସ୍ପରକୁ ପସନ୍ଦ କରୁଥିଲେ ଏବଂ ଅନେକ କ୍ଷେତ୍ରରେ ଉଭୟଙ୍କ ସମାନ ମନୋଭାବ ସେମାନଙ୍କୁ ନିକଟତର କରିବାରେ ସାହାଯ୍ୟ କରିଥିଲା। ଉଭୟଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ପରିଣୀତି ଏବଂ ରାଘବଙ୍କ ପରିବାର କିଛି ଦିନ ପୂର୍ବରୁ ପରସ୍ପରକୁ ଭେଟିଥିଲେ। ଉଭୟଙ୍କ ବିବାହକୁ ନେଇ ଖୁବ୍ ଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା ହୋଇପାରେ।

ଏକ ରିପୋର୍ଟରୁ ଜଣାପଡିଛି, ଯେ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସମାରୋହ ହୋଇନାହିଁ, କିନ୍ତୁ ପରିବାର ଏହାକୁ ନେଇ ଆଲୋଚନା କରୁଛନ୍ତି, ସେ ଦୃଷ୍ଟିରୁ ଖୁବ୍ ଶୀଘ୍ର ଏକ ସମାରୋହ ହୋଇପାରେ ବୋଲି କୁହାଯାଉଛି। ଉଭୟଙ୍କ ପରିବାର ଏହି ସମ୍ପର୍କକୁ ନେଇ ବହୁତ ଖୁସି ଏବଂ ସମାରୋହ ପାଇଁ ତାରିଖ ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି। ଉଭୟଙ୍କ ବ୍ୟସ୍ତତା ହେତୁ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର ହୋଇନାହିଁ।

ରାଘବ ଚଡ୍‌ଢା ଏବଂ ପରିଣୀତି ଚୋପ୍ରା ଲଗାତାର ଦୁଇ ଦିନ ଡିନର୍ ଓ ଲଞ୍ଚ୍ ପାଇଁ ବାହାରକୁ ଯାଉଥିବାର ନଜର ଆସିଥିଲେ। ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଅନୁମାନ କରିଥିଲେ ଯେ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ତେବେ ଉଭୟ ରାଘବ ଏବଂ ପରିଣୀତି ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନେଇ ନୀରବ ରହିଛନ୍ତି। ଲଣ୍ଡନ୍‌ ସ୍କୁଲ୍‌ ଅଫ୍ ଇକୋନୋମିକ୍ସରେ ଏକାଠି ପାଠ ପଢିବା ବେଳେ ସେମାନଙ୍କ ଭିତରେ ବନ୍ଧୁତା ତିଆରି ହୋଇଥିଲା।

Bollywood Parineeti Chopra Marriage AAP
Advertisment
Advertisment