• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତରେ ଲଗାତାର ଦୁଇ ଦିନ ହେବ ବଢିଚାଲିଛି କରୋନା ସଂକ୍ରମଣ । ଗତକାଲି ଦେଶରେ ୧୮୯୦ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ବି ସଂକ୍ରମଣ ସଂଖ୍ୟା ୧୮୦୦ ଛୁଇଁଛି । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୬ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ହିମାଚଳ ପ୍ରଦେଶରେ ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହେଲଥ ଆଡଭାଇଜାରୀ ଜାରି ହୋଇଛି । ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ତାମିଲନାଡୁରେ ସଂକ୍ରମମ ବଢୁଛି ।

ଅଧିକ ପଢ଼ନ୍ତୁ: ବଢ଼ୁଛି କରୋନା ବିପଦ ! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି- ଏପ୍ରିଲ ୧୦ ଓ ୧୧ରେ ସାରା ଦେଶରେ ହେବ ଏହି କାମ

ଆଜି ଅପରାହ୍ନରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଭାରତରେ ପୁଣି କରେନା ସଂକ୍ରମଣ ବଢୁଥିବାରୁ ସର୍ଭେଲାନ୍ସ ବଢାଯିବା ସହ ବିଭିନ୍ନ ପଦକ୍ଷେପ ନେବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି କରିଛି। ଏପ୍ରିଲ ମାସରେ ଦେଶସାରା ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲରେ ମକଡ୍ରିଲ କରିବା ନେଇ ଏଥିରେ ଆଲୋଚନା ହୋଇପାରେ ।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୮୭ରେ ପହଞ୍ଚିଥିବା ବେଳେ ଜଣେ ମାତ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନିୟମ ପାଳନ ଲାଗି ସମସ୍ତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ସଚିବ ।