Advertisment

ଆପଣଙ୍କୁ ୬୦ ବର୍ଷ ହେଲାଣି କି, ଜାଣନ୍ତୁ କି କି ଯୋଗାସନ କରିବେ

ଯୋଗ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ। ଯୋଗ ଅନେକ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ପ୍ରଶ୍ନ ଉଠେ ଜଣେ ୬୦ ବର୍ଷ କରେ ଯୋଗ ଅଭ୍ୟାସ କରିପାରିବ କି? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Yoga for old people and its benefits

Yoga for old people and its benefits

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ନିୟମିତ ଯୋଗାସନ ବା ବ୍ୟାୟାମ କରିବା ନିହାତି ଜରୁରୀ। ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବା ସହ ହାଡକୁ ସୁସ୍ଥ ରଖିବା ଏବଂ ବୟସ ସହିତ ଘଟୁଥିବା ଅନେକ ସମସ୍ୟାର ଆଶଙ୍କାକୁ ହ୍ରାସ କରିବାରେ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ।

Advertisment

ଅନୁସନ୍ଧାନରୁ ଜଣାପଡିଛି ଯେ ଦୈନିକ ୩୦ ମିନିଟ୍ ଯୋଗ-ବ୍ୟାୟାମ କରି ଆପଣ ଶରୀରକୁ ସହଜରେ ସକ୍ରିୟ ରଖିପାରିବେ। ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ କି ୬୦ ବର୍ଷ ପରେ ମଧ୍ୟ ଜଣେ ଯୋଗ କରାଯାଇପାରିବ କି?

ଯୋଗ ବିଶେଷଜ୍ଞଙ୍କ ମତରେ ବୟସ ବଢିବା ସହିତ ଶାରୀରିକ ସକ୍ରିୟତା ପ୍ରତି ଧ୍ୟାନ ଦେବା ଅଧିକ ଆବଶ୍ୟକ ହୋଇପଡେ। ଏଥିପାଇଁ ଯୋଗ-ଅଭ୍ୟାସ ବିଶେଷ ଲାଭଦାୟକ ହୋଇପାରେ। ବିଶେଷଜ୍ଞଙ୍କ ପରାମର୍ଶ ଏବଂ ତତ୍ତ୍ୱାବଧାନରେ ୬୦ ବର୍ଷ ବୟସର ଲୋକମାନେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଦକ୍ଷତା ଅନୁଯାୟୀ ନିୟମିତ ଯୋଗ ଅଭ୍ୟାସ କରିପାରିବେ।

Advertisment

ଏହି ଅଭ୍ୟାସ ଆପଣଙ୍କୁ ଅନେକ ପ୍ରକାରର ଶାରୀରିକ ସମସ୍ୟାରୁ ରକ୍ଷା କରିଥାଏ। ଆର୍ଥ୍ରାଇଟିସ୍, ଶରୀର ଯନ୍ତ୍ରଣା ଇତ୍ୟାଦିରୁ ରକ୍ଷା ଦେବା ସହ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଯୋଗ ଅତ୍ୟନ୍ତ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଜଣେ ୬୦ ବର୍ଷର ବ୍ୟକ୍ତି କେଉଁ କେଉଁ ଯୋଗାସନ ଅଭ୍ୟାସ କଲେ ବିଶେଷ ଲାଭବାନ ହୋଇପାରିବେ।

ଉତ୍କଟାସନ:

ବାର୍ଦ୍ଧକ୍ୟ ସହିତ ଘଟୁଥିବା ସମସ୍ୟାକୁ ହ୍ରାସ କରିବା ଏବଂ ଶରୀରକୁ ଫିଟ୍ ରଖିବା ପାଇଁ ଜଣେ ନିୟମିତ ଭାବରେ ଉତ୍କଟାସନ ଅଭ୍ୟାସ କରିବା ଆବଶ୍ୟକ। ୬୦ ବର୍ଷର ଜଣେ ଲୋକ ମଧ୍ୟ ଏହି ଆସନକୁ କରିପାରିବେ। ସେମାନେ କାନ୍ଥର ସାହାଯ୍ୟରେ ଏହି ଅଭ୍ୟାସ କରି ଲାଭ ପାଇପାରିବେ।

ଏହି ଆସନ ଶରୀରକୁ ନମନୀୟ କରେ, ଶରୀରର ଯନ୍ତ୍ରଣାକୁ ଦୂରକରେ ଏବଂ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ସନ୍ତୁଳନକୁ ସୁଦୃଢ କରିବା ସହିତ ପାଦ ଏବଂ ଆଣ୍ଠୁଗଣ୍ଠି ସମସ୍ୟାକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ବୃକ୍ଷାସନ:

ଶାରୀରିକ ସନ୍ତୁଳନର ଅଭାବ ପ୍ରାୟତ ୬୦ ବର୍ଷରୁ ଅଧିକ ଲୋକଙ୍କଠାରେ ଦେଖାଯାଏ। ବୃକ୍ଷାସନ ଅଭ୍ୟାସ କରି ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଆସନ ଶରୀରକୁ ସିଧା ରଖିବାରେ ସାହାଯ୍ୟ କରେ। ଉଚ୍ଚ ରକ୍ତଚାପ, ଅଷ୍ଟିଓପୋରୋସିସ୍ ଭଳି ସମସ୍ୟାର ଆଶଙ୍କାକୁ ହ୍ରାସ କରିବାରେ ଏହି ଯୋଗ ଅଭ୍ୟାସ ବିଶେଷ ଲାଭଦାୟକ ହୋଇପାରେ।

ପ୍ରାଣାୟାମର ଉପକାରିତା:

ବୟସ୍କମାନଙ୍କ ଉନ୍ନତ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ପ୍ରାଣାୟାମ ଅଭ୍ୟାସ ବିଶେଷ ଲାଭଦାୟକ ହୋଇପାରେ। ଆଲଜାଇମର ପରି ସ୍ମୃତି ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ବୟସ ସହିତ ବଢିଥାଏ, ଯାହାକୁ ନିୟମିତ ପ୍ରାଣାୟାମ ଅଭ୍ୟାସ କରି ଏଡାଯାଇପାରିବ। ପ୍ରାଣାୟାମ ଅଭ୍ୟାସ କରି, ଆପଣ ମନକୁ ଶାନ୍ତ ରଖିବା ସହ ଚିନ୍ତାମୁକ୍ତ ହୋଇପାରିବେ।

Yogasana Yoga For Old People
Advertisment
Advertisment