Advertisment

ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି; ଏହି ଯୋଗ କରି ମୁକ୍ତି ପାଇବେ

କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।

author-image
Pramod Behera
ଅଦ୍ୟତନ ହୋଇଛି
Yoga asanas for anger control

Yoga asanas for anger control

କୁହାଯାଏ କ୍ରୋଧ ହେଉଛି ବ୍ରହ୍ମ ଚଣ୍ଡାଳ। କ୍ରୋଧ ମଣିଷକୁ କଷ୍ଟ ଦିଏ ଆଉ ନଷ୍ଟ ବି କରେ। କିନ୍ତୁ ଏହା ହେଉଛି ଏକ ସାଧାରଣ ପ୍ରାକୃତିକ ପ୍ରତିକ୍ରିୟା ଯାହା ପ୍ରାୟ ସମସ୍ତଙ୍କ ପାଖରେ ଅଳ୍ପ ବହୁତେ ଥାଏ। ତେବେ ଜଣେ ଯଦି ପ୍ରତ୍ୟେକ ଛୋଟ ଛୋଟ କଥାରେ ବାରମ୍ବାର କ୍ରୋଧିତ ହୁଏ, ତେବେ ଏହାକୁ ଏକ ଗମ୍ଭୀର ସମସା ବୋଲି ବିବେଚନା କରାଯିବ। ଯଦି ଜଣଙ୍କର କ୍ରୋଧ କାର୍ଯ୍ୟ ଏବଂ ବ୍ୟକ୍ତିଗତ ସମ୍ପର୍କକୁ ପ୍ରଭାବିତ କରିବା ଆରମ୍ଭ କରେ, ତେବେ ସତର୍କ ହେବା ଉଚିତ।

Advertisment

କ୍ରୋଧିତ ହେବା ଦ୍ୱାରା ଏହା ମନୋବଳ ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏପରି ପରିସ୍ଥିତିରେ, କ୍ରୋଧକୁ ନିୟନ୍ତ୍ରଣ କରିବା ଏବଂ ମନକୁ ଶାନ୍ତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ଅତ୍ୟଧିକ କ୍ରୋଧ କରୁଥିବା ବ୍ୟକ୍ତିଙ୍କୁ ସାମାଜିକ ଏବଂ ବ୍ୟବହାରିକ ଜୀବନରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, କ୍ରୋଧର ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଯୋଗସନକୁ ନିଜ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରିବା ଏକ ଉତ୍ତମ ବିକଳ୍ପ ହୋଇପାରେ। ଯୋଗାସନ କେବଳ ମନକୁ ଶାନ୍ତ ଏବଂ ସ୍ଥିର କରିବାରେ ସାହାଯ୍ୟ କରେ ନାହିଁ, ବରଂ କ୍ରୋଧର ଭାବନାକୁ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୁଏ। ତେବେ କ୍ରୋଧକୁ ରୋକ ଦେବା ନେଇ କେଉଁ ସବୁ ଯୋଗାସନ ଦରକାର ଆସନ୍ତୁ ଜାଣିବା।

Advertisment

ବାଳାସନ:

ବାଳାସନ ଅଭ୍ୟାସ ମନକୁ ଶାନ୍ତ କରିବାରେ ବହୁତ ସାହାଯ୍ୟ କରେ। ଏହା ନକାରାତ୍ମକ ଭାବନାକୁ ନିୟନ୍ତ୍ରଣ କରେ। ଏହି ଆସନ ଅଭ୍ୟାସ କରିବା ଦ୍ୱାରା ମନ ଓ ଶରୀର ମଧ୍ୟରେ ସମ୍ପର୍କକୁ ଦୃଢ କରେ। ନିୟମିତ ଭାବରେ ବାଳାସନ ଅଭ୍ୟାସ କରି କ୍ରୋଧକୁ ନିୟନ୍ତ୍ରଣ କରାଯାଇପାରିବ। ଏହା ପିଠି ଏବଂ ପେଟର ମାଂସପେଶୀ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଆସନ।

ମତ୍ସ୍ୟାସନ:

କ୍ରୋଧକୁ ନିୟନ୍ତ୍ରଣ କରିବା ଏବଂ ମନକୁ ଶାନ୍ତ କରିବା ପାଇଁ ମତ୍ସ୍ୟାସନ ଏକ ଅତ୍ୟନ୍ତ ଲାଭଦାୟକ ଆସନ। ଚାପରୁ ମୁକ୍ତି ଦେବା ସହ ଚର୍ମରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ଏହା ସାହାଯ୍ୟ କରେ। ଏହି ଯୋଗ ଅଭ୍ୟାସ କରିବା ଦ୍ୱାରା ଭାବପ୍ରବଣ ସମସ୍ୟା ହ୍ରାସ ହୁଏ ଏବଂ କ୍ରୋଧ ପରି ଭାବନାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଲାଭଦାୟକ ହୁଏ।

ଧ୍ୟାନର ଲାଭ:

କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଧ୍ୟାନ ଅଭ୍ୟାସ ବିଶେଷ ଭାବରେ ଲାଭଦାୟକ ବୋଲି ବିବେଚନା କରାଯାଏ। ଅନ୍ତର୍ନିହିତ ଚିନ୍ତାଧାରା, ଭାବନା ଏବଂ ଶାରୀରିକ ପ୍ରତିକ୍ରିୟା ଦ୍ୱାରା ସୃଷ୍ଟି ହେଉଥିବା ଅନେକ ସ୍ତରରେ କ୍ରୋଧକୁ ଏହା ନିୟନ୍ତ୍ରଣ କରେ। ଧ୍ୟାନର ଅଭ୍ୟାସ ମନକୁ ଆରାମ ଦେବା ସହ ସନ୍ତୁଳନ ବଢାଏ ଏବଂ ଶାନ୍ତି ପ୍ରଦାନ କରେ।

Yoga For Anger Yogasana
Advertisment
Advertisment