Advertisment

ଋତୁସ୍ରାବକୁ ସନ୍ତୁଳନ କରେ ସୂର୍ଯ୍ୟ ନମସ୍କାର

ଯୋଗ କରୁଥିବା ବ୍ୟକ୍ତି ସୂର୍ଯ୍ୟ ନମସ୍କାର ତ ନିଶ୍ଚିତ କରୁଥିବେ। କିନ୍ତୁ ଏହାର ଉପକାର ବିଷୟରେ ଜାଣିଛନ୍ତି କି? ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Benefits of surya namaskar

Benefits of surya namaskar

ଯୋଗାସନ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ହଜାର ହଜାର ବର୍ଷ ତଳୁ କରାଯାଉଥିବା ଏକ ପ୍ରାଚୀନ ଅଭ୍ୟାସ। ଜୀବନ ପ୍ରଦାନକାରୀ ଶକ୍ତି ଦେଉଥିବା ସୂର୍ଯ୍ୟଙ୍କୁ କୃତଜ୍ଞତା ଦେବା ପାଇଁ ଅଭ୍ୟାସ କରାଯାଉଥିବା ସୂର୍ଯ୍ୟ ନମସ୍କାର ସୂର୍ଯ୍ୟଙ୍କୁ ଏକ ଅଭିବାଦନ। ସୂର୍ଯ୍ୟ ସକଳ ଶକ୍ତି ଏବଂ ଜୀବନର ଉତ୍ସ ବୋଲି ବିବେଚନା କରାଯାଏ ।

Advertisment

ଶରୀର ଉପରେ ନିୟନ୍ତ୍ରଣ ହାସଲ କରିବା, ମାନସିକ ଶାନ୍ତି ଏବଂ ଶରୀରର ସନ୍ତୁଳନ ପାଇଁ ସୂର୍ଯ୍ୟ ନମସ୍କାର ଅଭ୍ୟାସକୁ ଏକ ମହତ ଅଭ୍ୟାସ। ସୂର୍ଯ୍ୟ ନମସ୍କାରର ନିୟମିତ ଅଭ୍ୟାସ ଶରୀର, ଶ୍ୱାସ ଏବଂ ଚେତନା ମଧ୍ୟରେ ସଂଯୋଗକୁ ଗଭୀର କରିଥାଏ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ମଧ୍ୟ।

ଯୋଗ ବିଷୟରେ ଭୁଲ ଧାରଣାକୁ ଦୂର କରିବା ଏବଂ ଏହାର ଅଭ୍ୟାସର ଉପକାରିତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ତେବେ ଏହି ପ୍ରସଙ୍ଗରେ ଆସନ୍ତୁ ସୂର୍ଯ୍ୟ ନମସ୍କାରଙ୍କ ଉପକାରିତା ବିଷୟରେ ଜାଣିନେବା।

Advertisment

କିପରି କରିବେ ସୂର୍ଯ୍ୟ ନମସ୍କାର:

ସୂର୍ଯ୍ୟ ନମସ୍କାର ୧୨ଟି ଆସନର ଏକ ମିଳିତ ଗୋଷ୍ଠୀ। ଏସବୁର ଅଭ୍ୟାସର ପଦ୍ଧତି ଭିନ୍ନ ହୋଇଥାଏ। ତେବେ ନିଜ ସ୍ୱାସ୍ଥ୍ୟ ଅନୁଯାୟୀ ଅଭ୍ୟାସ କରିବାକୁ ହେଲେ ନିଶ୍ଚିତ ଭାବରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଏହି ସିରିଜ୍ ଆସନରେ ପ୍ରଣମାସନ, ହସ୍ତଉତ୍ତାନାସନ, ହସ୍ତପଦାସନ, ଅଶ୍ୱସଂଚାଳନାସନ, ଦଣ୍ଡାସନ, ଅଷ୍ଟାଙ୍ଗ ନମସ୍କାର, ଭୁଜଙ୍ଗାସନ, ପର୍ବତାସନ, ଅଶ୍ୱସଂଚାଳନାସନ, ହସ୍ତପଦାସନ, ହସ୍ତଉତ୍ତାନାସନ ଏବଂ ପ୍ରଣମାସନକୁ ଅଭ୍ୟାସ କରାଯାଏ।

ସୂର୍ଯ୍ୟ ନମସ୍କାର କରିବାର ଲାଭ:

  • ସୂର୍ଯ୍ୟ ନମସ୍କାର ଅଭ୍ୟାସ କରି ଆପଣ ଅନେକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଲାଭ ପାଇପାରିବେ
  • ଏହାକୁ ଅଭ୍ୟାସ କରିବା ଦ୍ୱାରା ଓଜନ ହ୍ରାସ ହୁଏ
  • ମାଂସପେଶୀ ଏବଂ ଗଣ୍ଠି ଶକ୍ତିଶାଳୀ ହୁଏ
  • ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ଏହା ସହାୟକ ହୋଇଥାଏ
  • ଅନିଦ୍ରା ଦୋଷ ଦୂର ହୁଏ
  • ଋତୁସ୍ରାବକୁ ଠିକ୍ ରଖିବା ପାଇଁ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ
  • ଫ୍ରୋଜନ ସୋଲ୍ଡର ସମସ୍ୟା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ
  • ମେରୁଦଣ୍ଡ ଏବଂ ପେଟର ମାଂସପେଶୀକୁ ଷ୍ଟ୍ରେଚିଂ କରିବାରେ ସାହାଯ୍ୟ କରେ
  • ପିଚାର ନମନୀୟତାକୁ ଉନ୍ନତ କରେ
  • ସ୍ନାୟୁ ପ୍ରଣାଳୀକୁ ସନ୍ତୁଳନ କରେ
  • ରକ୍ତରେ ଶର୍କରା ଏବଂ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରେ
  • ଚାପର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ
Yogasana Benefits Of SuryaNamaskar
Advertisment
Advertisment