• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମେ ୧୦ତାରିଖ, ପବିତ୍ର ଅକ୍ଷୟତୃତୀୟା ଦିନ ଆରମ୍ଭ ହେବ ଚନ୍ଦନ ଯାତ୍ରା । ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ରାମ କୃଷ୍ଣ ବେନୀଭାଇ ଓ ପଞ୍ଚୁପାଣ୍ଡବ । ସେପଟେ ନରେନ୍ଦ୍ର ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାମ ଜୋରସୋରରେ ଚାଲିଛି ।

ଚତୁପାର୍ଶ୍ୱରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଖୋଦିତ ହୋଇଛି ଯାହା କି ଅପ୍ରେଲ ୩୦ ତାରିଖ ସୁଦ୍ଧା ଶେଷ ହେବ । ତେବେ ଚନ୍ଦନଯାତ୍ରାରେ ଜଳକ୍ରୀଡ଼ା ବେଳେ ଜଳସ୍ତର ବୃଦ୍ଧି ପାଇଁ ଦାବି ହୋଇଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅଚଳ ଜଳ ଫୁଆରାକୁ ପୁନଃ ଚଳନ ଲାଗି ଦାବି ହୋଇଛି ।

ପ୍ରତିବର୍ଷ ଭଳି ପରମ୍ପରା ଅନୁଯାୟୀ ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନନ୍ଦା ଓ ଭଦ୍ରା ଚାପରେ ଜଳ କ୍ରୀଡା କରିବେ । ସେଥିପାଇଁ ଚନ୍ଦନ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ପୁଷ୍କରିଣୀର ଚତୁପାର୍ଶ୍ୱରେ ଦଶବତାର ମୂର୍ତ୍ତି ସହ ଉତ୍କଳୀୟ ପରମ୍ପରା ୧୨ମାସରେ ତେର ଯାତ୍ରାର ଚିତ୍ର କରାଯାଇଛି ।

ବିଭିନ୍ନ ବେଶ ଓ ଚନ୍ଦନଯାତ୍ରାର ଐତିହ୍ୟକୁ ଖୋଦିତ କରାଯାଇଛି । ସେପଟେ ଚନ୍ଦନଯାତ୍ରା ଲାଗି ବୈରାଟିକା ଓ ସୁନନ୍ଦା ଚାପ ନିର୍ମାଣ ଚାଲିଛି । ଅନ୍ୟପଟେ ନରେନ୍ଦ୍ର ପୁଷ୍କରିଣୀରେ ଚଳିତ ବର୍ଷ ଜଳସ୍ତର କମିଛି, ତେଣୁ ଚାପ ଖେଳ ବେଳେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ସେବାୟତ କହିଛନ୍ତି ।

ତେବେ ନିର୍ମାଣ କାରୀ ସଂସ୍ଥା ପକ୍ଷରୁ କରାଯାଇଥିବା ଦଶ ଅବତାର ସହ ବିଭିନ୍ନ ବେଶର ପଥର ମୂର୍ତ୍ତି ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ତେଣୁ ଏସବୁ ପଥର ମୂର୍ତ୍ତିକୁ ରଙ୍ଗ କରାଯିବା ସହ ଅଚଳ ପଡିଥିବା ଜଳ ଫୁଆରାକୁ ପୁନଃ କାର୍ଯ୍ୟକାରୀ କରାଯାଉ ବୋଲି ଦାବି ହୋଇଛି । ସେପଟେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପନ୍ନ ହେବ ବୋଲି କହିଛନ୍ତି ନିର୍ମାଣକାରୀ ସଂସ୍ଥାର ଅଧ୍ୟକ୍ଷ ।