Advertisment

Ganesh Chaturthi 2023: ନିଜ ପିଲାକୁ ବୁଦ୍ଧିମାନ କରିବା ପାଇଁ ଶିଖାନ୍ତୁ ଗଣେଶଙ୍କ ଏହି ୬ଟି ଗୁଣ

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ନେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
these 6 qualities of lord ganesh teaches children to be wise

these 6 qualities of lord ganesh teaches children to be wise

ଜ୍ଞାନ ଏବଂ ବୁଦ୍ଧିର ଅନୁସରଣ ଏକ ଆଜୀବନ ପ୍ରକ୍ରିୟା; ଆମେ ସାରା ଜୀବନ ଶିଖିଥାଉ। ଆମର ପର୍ବ, ଆମର ପୂଜା, ଆମ ଦେବୀ-ଦେବତା ଆମକୁ ଏକ ଫଳପ୍ରଦ ଜୀବନଯାପନ ବିଷୟରେ ମୂଲ୍ୟବାନ ଶିକ୍ଷା ଦିଅନ୍ତି। ଗଣେଶ ଚତୁର୍ଥୀ ସେମିତି ଏକ ପର୍ବ। ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ଗଣପତି, ବିଘ୍ନେଶ୍ୱର, ବିନାୟକ, ଗଜାନନ, ଲମ୍ବୋଦର ଏବଂ ଏକଦନ୍ତ ଭଳି ଅନେକ ନାମରେ ଜଣାଶୁଣା ଭଗବାନ ଗଣେଶଙ୍କର ବଡ଼ ହାତୀ ମୁଣ୍ଡ ହେଉଛି ଜ୍ଞାନ, ବୁଦ୍ଧି ଓ ବିଚାରବନ୍ତର ପ୍ରତୀକ।

Advertisment

ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ନେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା।

ଭଗବାନ ଗଣେଶଙ୍କଠାରୁ ଶିକ୍ଷା:

କର୍ତ୍ତବ୍ୟନିଷ୍ଠ:

ଭଗବାନ ଗଣେଶ ହାତୀ ମୁଣ୍ଡ ପାଇବାର କାହାଣୀ ଆମକୁ କର୍ତ୍ତବ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତା ବିଷୟରେ କହିଥାଏ। ଥରେ ଦେବୀ ପାର୍ବତୀ ସ୍ନାନ କରିବାକୁ ଯାଉଥିବାବେଳେ ଗଣେଶଙ୍କୁ ବାହାରେ ଜଗି ରହିବାକୁ କହିଥିଲେ। ଏହି ସମୟରେ ଗଣେଶ ପିତା ଭଗବାନ ଶିବ ଆସିବାରୁ ମଧ୍ୟ ସେ ପ୍ରବେଶ କରିବାକୁ ଅନୁମତି ଦେଲେନି।

Advertisment

ଫଳରେ ସେ ଭଗବାନ ଶିବଙ୍କ କ୍ରୋଧର ସମ୍ମୁଖୀନ ହେଲେ। ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା, ଶେଷରେ ଗଣେଶ ନିଜ ମୁଣ୍ଡ ହରେଇବାକୁ ପଡିଲା। ପରେ ଶିବ ତାଙ୍କ ଶରୀରରେ ହାତୀ ମୁଣ୍ଡ ଲଗେଇଲେ ଆଉ ଗଣେଶ ସବୁଠାରୁ ବୁଦ୍ଧିମାନ ହେଲେ ବୋଲି ପୌରାଣିକ ବିଷୟବସ୍ତୁରୁ ଜଣା। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ପରିସ୍ଥିତି ଯାହା ବି ହେଉ ଆମକୁ ନିଜ କର୍ତ୍ତବ୍ୟରେ ଅଟଳ ରହିବାକୁ ପଡିବ।

ଧ୍ୟାନ କେନ୍ଦ୍ରୀତ କରିବା:

ଆଜିର ଦୁନିଆରେ, ପିଲାମାନେ ସେମାନଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗମ୍ଭୀତ ସମସ୍ୟା ହୋଇଛି। ଭଗବାନ ଗଣେଶଙ୍କର ଛୋଟ ଆଖି ଯାହା ତାଙ୍କ ବିରାଟ ଶରୀରରେ ମୋତି ପରି ଝଲସି ଉଠେ। ଏହା ଏକାଗ୍ର ହେବାର କ୍ଷମତାର ପ୍ରତୀକ। ସେ ଆମକୁ ଶିକ୍ଷା ଦିଅନ୍ତି ଯେ ବିଶୃଙ୍ଖଳାରୁ ଗୋଟିଏ ପାଦ ପଛକୁ ଯିବା ଏବଂ ଗୋଟିଏ ସମୟରେ ଗୋଟିଏ ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବା।

ଜାଗ୍ରତ ହେବା:

ଭଗବାନ ଗଣେଶଙ୍କର ବଡ଼ କାନ ଏବଂ ଛୋଟ ପାଟି। ତାଙ୍କର ଏହି ଗୁଣ ଆମକୁ ଅଧିକ ଶୁଣିବା ଏବଂ କମ୍ କଥା କହିବାକୁ ଶିଖାଏ। ନିଜ କଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଅନ୍ୟମାନେ କ’ଣ କହୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ଯଦି ଆପଣଙ୍କ ପିଲା ଏହି ଅଭ୍ୟାସ କରେ, ସେ ନିଜ ଆଖପାଖର ଲୋକଙ୍କୁ ମହତ୍ତ୍ୱ ଦେବା ଶିଖିବ ଏବଂ ସେମାନଙ୍କ ଏବଂ ସେମାନଙ୍କର ଆବଶ୍ୟକତା ଉପରେ ଅଧିକ ବିଚାରଶୀଳ ହେବ।

ବାସ୍ତବବାଦୀ ହେବା:

ଭଗବାନ ଗଣେଶଙ୍କ ହାତରେ ଥିବା ଆୟୁଧ ଫାର୍ସା ଅତ୍ୟଧିକ ଆଶାଠାରୁ ମୁକ୍ତି ପାଇବାର ପ୍ରତୀକ। ବାପାମାଆ ଭାବରେ, ଆମେ ଆମ ପିଲାମାନଙ୍କୁ ନିଜ ବିଷୟରେ ଏବଂ ସେମାନଙ୍କ ଆଖପାଖ ଲୋକଙ୍କ ବିଷୟରେ ବାସ୍ତବ ଆଶା ରଖିବାକୁ ଶିଖାଇବା ଆବଶ୍ୟକ। ଅବାସ୍ତବ ଲକ୍ଷ୍ୟ ପ୍ରତି ଧ୍ୟାନ ଦେବା କେବଳ ନିରାଶା ହେବା ଛଡା ଆଉ କିଛି ନୁହେଁ।

ଭଲ ଓ ମନ୍ଦର ଗ୍ରହଣ:

ଭଗବାନ ଗଣେଶଙ୍କର ବଡ ପେଟ ବ୍ରହ୍ମାଣ୍ଡର ପ୍ରତୀକ ଅଟେ ଯାହା ସବୁକିଛି ଗ୍ରହଣ କରେ ତାହା ଭଲ ହେଉ କି ମନ୍ଦ। ପିତାମାତା ଭାବରେ, ପିଲାମାନଙ୍କୁ ଏହି ଶିକ୍ଷା ଦେବା ଆବଶ୍ୟକ ଯେ, ଜୀବନରେ ଭଲ ଏବଂ ଖରାପ ସମୟ ଆସିବ ଏବଂ ଆମକୁ ଉଭୟକୁ ସାଙ୍ଗରେ ନେଇ ଆଗକୁ ଯିବାକୁ ପଡିବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତ୍ୟେକ ଅନୁଭବରୁ ଶିକ୍ଷା ଗ୍ରହଣ କରିବା।

ସମୟ ପ୍ରତି ସଚେତନ ହେବା:

ଭଗବାନ ଗଣେଶଙ୍କ ମଥାରେ ଥିବା ଚିହ୍ନ ସମୟ ପ୍ରତି ସଚେତନ ହେବାର ପ୍ରତୀକ ଅଟେ। ନିଜ ପିଲାମାନଙ୍କୁ ଏମିତି ଶିକ୍ଷା ଦିଆଯିବା ଦରକାର ଯେ ସେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକୁ ବିଳମ୍ବ ନକରି ସମୟ ଉପରେ ଆୟତ୍ତ ରଖିପାରିବ। ଏହି ଉପାୟରେ ସେ ନିଜ ସମୟକୁ ଭଲ ଭାବରେ ପରିଚାଳନା କରିବାକୁ ଶିଖିପାରିବେ।

ଭଗବାନ ଗଣେଶଙ୍କ ଏହି ଶିକ୍ଷାଗୁଡ଼ିକୁ ନିଜ ପିଲାମାଙ୍କୁ ଶିଖେଇବା ନିହାତି ଜରୁରୀ। ଏହା କେବଳ ସେମାନଙ୍କ ବୁଦ୍ଧିକୁ ବିକାଶ କରେ ନାହିଁ ବରଂ ସେମାନେ କିପରି ନିଜ ଜୀବନକୁ ଏକ ଉତ୍ତମ ଉପାୟରେ ପରିଚାଳନା କରିପାରିବେ ଏହା ମଧ୍ୟ ଶିକ୍ଷା ଦିଏ।

Ganesh Chaturthi Ganesh Puja Special Story
Advertisment
Advertisment