• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକରେ ଧୁମଧାମରେ ଚାଲିଛି ମାଆ କାଳୀଙ୍କ ଭସାଣ ପର୍ବ । ଏହି ଭସାଣ ପର୍ବରେ ଅଘୋରି ନୃତ୍ୟ ପରିବେଷଣ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଶେଖ ବଜାର ପୂଜା କମିଟି ପକ୍ଷରୁ ଆୟୋଜିତ ଅଘୋରି ନୃତ୍ୟ, ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିପାରିଛି । ଉତ୍ତରପ୍ରଦେଶରୁ ଆସିଥିବା କଳାକାରଙ୍କ ଅଘୋରି ନୃତ୍ୟରୁ ମଜା ଉଠାଉଛନ୍ତି ସଭିଁଏ । ମୁଣ୍ଡରୁ ନିଆଁ ବାହାର କରିବାଠାରୁ ଆରମ୍ଭ କରି ବେକରେ ମୁଣ୍ଡ ମାଳ ପକାଇ ଦେଖାଉଛନ୍ତି ଚିତାକର୍ଷକ ନୃତ୍ୟ ।

ଦୀର୍ଘ ୨ ବର୍ଷ ପରେ ମାଆ କାଳୀଙ୍କ ଭସାଣ ପର୍ବ ଧୁମଧାମରେ ଚାଲିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଭସାଣ ପର୍ବ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଚାଲିବ । ସହରରେ ପ୍ରାୟ ୭୦ଟି ମେଢକୁ ଗୋଟିଏ ପରେ ଗୋଟିଏ ଦେବୀଗଡା ଅଭିମୁଖେ ନିଆଯାଉଛି । ସେଠାରେ ହୋଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କୁ ମେଲାଣି ଦିଆଯାଉଛି ।