• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଭାଇରାଲ ହେଲା ବାହୁବଳି ସିଙ୍ଗଡ଼ାର ଭିଡିଓ । ଆପଣ ବି ଦେଖିଲେ କହିବେ ବାପ୍‌ରେ ବାପ୍‌ ଏତେ ବଡ଼ ସିଙ୍ଗଡ଼ା । ସାଧାରଣତଃ ଯଦି ଲୋକଙ୍କୁ ପଚରାଯାଏ ଆପଣ ଥରକେ କେତେଟା ସିଙ୍ଗଡ଼ା ଖାଇପାରିବେ । ତେବେ ଉତ୍ତର ଆସିବ ୩ଟା ନଚେତ୍ ୪ଟା ନଚେତ ଅତି ବେଶିରେ ୫ ରୁ ୬ । ତାଠାରୁ ଅଧିକ ଖାଇବା ମୁସ୍କିଲ । ଯଦି ଉକ୍ତ ବ୍ୟକ୍ତି ସଙ୍ଗଡ଼ା ଲଭର ହୋଇଥିବ ତେବେ ସେ ଆଉ ଗୋଟେ କି ଦୁଇଟା ଅଧିକ ଖାଇଦେବ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ସିଙ୍ଗଡ଼ା ଦେଖାଇବୁ ତାକୁ ଜଣେ ମଣିଷ କେବେ ବି ଏକା ଖାଇପାରିବ ନାହିଁ । କାରଣ ଏହାର ଆକାର ଆଉ ଓଜନ ଦେଖିଲେ ଆପଣଙ୍କର ବି ହୋସ୍‌ ଉଡ଼ିଯିବ । ଏହି ବିରାଟ ବାହୁବଳି ସିଙ୍ଗଡ଼ାର ଭଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । କାରଣ ଏହି ଭିଡିଓକୁ ଖୋଦ୍‌ ହର୍ସ ଗୋଏଙ୍କ ନିଜେ ଟ୍ୱିଟ୍‌ କରିଛନ୍ତି ।

ହର୍ସ ଗୋଏଙ୍କାଙ୍କ କାହିଁକି ଏହି ସିଙ୍ଗଡ଼ାର ଭିଡିଓ ଟ୍ୱିଟ୍‌ କଲେ ତା’ ବିଷୟରେ ତ ଆମେ ପରେ କଥା ହେବା । ପ୍ରଥମେ ଆମେ ଏହି ସିଙ୍ଗଡ଼ା ବିଷୟରେ ଜାଣିବା । ଏହି ବିରାଟ ବହୁବଳି ସିଙ୍ଗଡ଼ା ମେରଟ ସହରର ଏକ ମିଠା ଦୋକାନରେ ପ୍ରସ୍ତୁତ ହୋଇଥାଏ । ଯାହାର ଓଜର ପ୍ରାୟ ୮ କିଲୋଗ୍ରାମ । ଭାଇରାଲ ଭିଡିଓରେ ଜଣେ ଯୁବତୀ ଏହି ବରାଟ ସିଙ୍ଗଡ଼ା ଆଣି ଏକ ଟେବୁଲ ଉପରେ ରଖୁଛନ୍ତି । ତାପରେ ତା’ର ଏକ ଅଂଶ ଛୁରିରେ କାଟି ହାତରେ ଧରୁଛନ୍ତି । ଯୁବତୀ ଜଣକ ଯେଉଁ କିଛି ଭାଗ ଛୁରୀରେ କାଟିଲେ ତାହା ମଧ୍ୟ ସାଧାରଣ ସିଙ୍ଗଡ଼ାଠାରୁ ଆକାରରେ ଢ଼େର୍‌ ବଡ଼ । ଏହି ସିଙ୍ଗଡ଼ା ଭିତରେ ଆଳୁ ଭର୍ତ୍ତି ଥିବା ପୁରା ସ୍ପଷ୍ଟ ଜଣାପଡ଼ୁଛି । ସିଙ୍ଗଡ଼ା ଟେବୁଲରେ ଦୁଇ ପ୍ରକାର ଚଟନୀ ମଧ୍ୟ ରହିଛି । 

ଏବେ ଆସନ୍ତୁ ଜାଣିବା ହର୍ସ ଗୋଏଙ୍କାଙ୍କ ଭଳି ଜଣେ ବ୍ୟକ୍ତି କାହିକିଁ ହଠାତ ଏହି ଭାଇରାଲ ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କଲେ । ତେବେ ଆମ ପାଖରେ ଯାହା ସୂଚନା ରହିଛି ବା ହର୍ସ ଗୋଏଙ୍କା ସେହି ପୋଷ୍ଟରେ ଯାହା ଲେଖିଛନ୍ତି, ସେଥିରୁ ଜଣାପଡ଼ୁଛି ଯେ, ନିକଟ ଅତୀତରେ ଦୀପାବଳି ଯାଇଛି । ଆଉ ତାଙ୍କ ପତ୍ନୀ କହିଛନ୍ତି ଗୋଟିଏ ସମୋସାରୁ ଅଧିକ ଖାଇବ ନାହିଁ । ତେଣୁ ପତ୍ନୀଙ୍କ କଥା ମାନି ହର୍ସ ଗୋଟିଏ ହିଁ ସିଙ୍ଗଡ଼ା ମଗାଇଛନ୍ତି ।

ତେବେ ଏହି ଭିଡିଓର ପ୍ରକୃତ ମାଲିକ ହେଉଛନ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ଲୋକପ୍ରିୟ ଥିବା ଜଣେ ଫୁଡ୍‌ ବ୍ଲଗର ଚାହତ ଆନନ୍ଦ । ସେ ଜୁଲାଇ ମାସରେ ଏହାକୁ ପୋଷ୍ଟ କରିଛଥିଲେ । ଭିଡିଓକୁ ଏବେ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଯିଏ ଏହାକୁ ପ୍ରଥମେ ଦେଖୁଛି ସେ ଆବାକାବା ହୋଇ ପ୍ରଥମେ ଚାହିଁ ରହୁଛି । ଆଗ ମନ ଭରି ଦେଖୁଛି ତାପରେ ଖାଇବା କଥା ଚିନ୍ତା କରୁଛି । ଜୁଲାଇରେ ଏହି ଭିଡିଓ ପୋଷ୍ଟ ବେଳେ ଉକ୍ତ ମିଠା ଦୋକାନ ପକ୍ଷରୁ ଏକ ଖାଇବା ଚ୍ୟାଲେଞ୍ଜ ଦିଆଯାଇଥିଲା । ଯିଏ ଏହାକୁ ୩୦ ମିନିଟ୍ ମଧ୍ୟରେ ଖାଇ ଶେଷ କରିପାରିବ ତାକୁ ୫୧ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଥିଲା ।