Advertisment

India-Pakistan Relations Impact Family: ସରକାରଙ୍କ ନିର୍ଦ୍ଦେଶ... ମା’ ରହିବ ଭାରତରେ, ପୁଅ ଫେରିଯିବ ପାକିସ୍ତାନ

ପୁଅର ସ୍ୱାସ୍ଥ୍ୟ ଖରାପ ଥିବାରୁ ଚିକିତ୍ସା ପାଇଁ ଭାରତକୁ ଆସିଥିଲେ ଏମାନେ । ମାମୁ ଘରେ ରହି ଚିକିତ୍ସା ସାରିବା ପରେ ପୁଣି କରାଚିକୁ ସମସ୍ତେ ଫେରିଯାଇଥାନ୍ତେ । ହେଲେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ପାଇଁ ସମସ୍ତେ ଏବେ ହନ୍ତସନ୍ତ ହେଉଛନ୍ତି।

author-image
Tapaswini Nayak
Pakistani

Pakistani

କଥା କହିଲା ବେଳକୁ ଆଖିରେ ପାଣି ରହୁନି । ମା’ କଥା ଭାବି ଆଖିରି ଦୁଇ ଠୋପା ଲୁହ ଝରାଇ ଦେଉଛି ଏ ଗେହ୍ଲାପୁଅ । କାରଣ ଦୁଇ ଦେଶର ତିକ୍ତତା ଭିତରେ ପରିବାର ଭାଙ୍ଗିବାକୁ ଯାଉଛି । ମା’ ରହିବେ ଭାରତରେ । ବପାଙ୍କ ସହ ପୂରା ପରିବାର ଫେରିଯିବ ପାକିସ୍ତାନ। ଜନ୍ମରୁ ମା’ ସ୍ନେହ ପାଇ ଗେହ୍ଲା ହୋଇଥିବା ଏ ପୁଅଟା ସରକାରଙ୍କ ନିଷ୍ପତ୍ତି ଆଗରେ ଏବେ ନାଚାର ପାଲଟିଛି । ଛାତି ଭିତରେ କୋହକୁ ଲୁଚାଇ ରଖି ଆଖିରୁ ଦୁଇ ଠାପା ଲୁହ ଡାଳି ଦେଇ ମା’କୁ ତାଙ୍କ ସହ ପାକିସ୍ତାନ ଫେରାଇ ନେବାକୁ ସରକାରଙ୍କୁ ଗୁହାରୀ କରୁଛି ।

Advertisment

ଅଧିକ ପଢ଼ନ୍ତୁ: ନାମ ନେଲା ପାକିସ୍ତାନ...!, ହାତରେ ନମାରି ଭାତରେ ମାରୁଛି ଭାରତ

ପୁଅର ସ୍ୱାସ୍ଥ୍ୟ ଖରାପ ଥିବାରୁ ଚିକିତ୍ସା ପାଇଁ ଭାରତକୁ ଆସିଥିଲେ ଏମାନେ । ମାମୁ ଘରେ ରହି ଚିକିତ୍ସା ସାରିବା ପରେ ପୁଣି କରାଚିକୁ ସମସ୍ତେ ଫେରିଯାଇଥାନ୍ତେ । ହେଲେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ପାଇଁ ସମସ୍ତେ ଏବେ ହନ୍ତସନ୍ତ ହେଉଛନ୍ତି। ମାମୁ ଘରେ କେବଳ ମା’କୁ ଛାଡ଼ି ଦେଇ ବାପା-ଭାଇ ଓ ଭଉଣୀଙ୍କ ସହ ପାକିସ୍ତାନ ଫେରିଯାଉଛି ପରିବାର ସେଇଥିପାଇଁ ଏମାନଙ୍କ ଆଖିରେ ନା ଲୁହ ରହୁଛି । ନା କିଛି କରିପାରୁଛନ୍ତି । କେବଳ ସରକାରଙ୍କ ନିକଟରେ ନିଜର ସ୍ୱର ପହଞ୍ଚାଇବାକୁ ଜାରି ରଖିଛନ୍ତି ଚେଷ୍ଟା । ସେହିପରି ଭଉଣୀ ବାହାଘର ପାଇଁ ସମ୍ପର୍କୀୟଙ୍କ ନିକଟକୁ ଆସି ଏମାନେ ବି ଫସିରହିଛନ୍ତି ।

ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତା ହେବା ପରେ ଏମିତି ଅନେକ ଘଟଣା ସାମ୍‌ନାକୁ ଆସୁଛି । ବର୍ଡର ସୀମାରେ ସିନା ଦୁଇ ଦେଶ ବନ୍ଧୁକ ଗୁଳିର ଗର୍ଜନ କରୁଛନ୍ତି । ଲଢ଼େଇ ପାଇଁ ଟ୍ୟାଙ୍କ ଆଉ ଲଢ଼ୁଆ ବିମାନ ସଜାଡ଼ୁଛନ୍ତି । ହେଲେ ଏପେଟ ନିରୀହ ସାଧାରଣ ଲୋକଟିଏର ଛାତି ଭିତରେ କୋହ ଯେମତି ବନ୍ଧ ଭାଙ୍ଗୁଛି । ମା’ଠୁ ଅଲଗା ହେଉଛି ପୁଅ । ସ୍ୱାମୀଠୁ ଦୂରେଇ ଯାଉଛି ସ୍ତ୍ରୀ । ପରିବାର ଭିତରେ ଲହରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ ।

Advertisment

ଅଧିକ ପଢ଼ନ୍ତୁ: ଭାରତ ନେଇଛି ୭ ଟି ବଡ଼ ପଦକ୍ଷେପ ; ଦୁର୍ବଳ ହେବ ପାକିସ୍ତାନ.. ଆକ୍ରମଣ କରିବ ଭାରତ !

India Pakistan Pahalgam Attack
Advertisment
Advertisment