Advertisment

Rafale Deal for Indian Navy: ଛାନିଆ ପାକିସ୍ତାନ ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ

ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ, ଚଳିତମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହି ୬୩ ହଜାର କୋଟି ଟଙ୍କାର ଡିଲକୁ ମଞ୍ଜୁରୀ ଦେଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Rafale

Rafale

ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ। ୨୬ଟି ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍ କରିବ ଭାରତ। ୨୨ଟି ସିଙ୍ଗିଲ୍ ସିଟର୍ ଓ ୪ଟି ଟ୍ୱିନ୍ ସିଟର୍ ରାଫେଲ୍ ଜେଟ୍ ଫ୍ରାନ୍ସ ଠାରୁ କିଣିବ ଭାରତ। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଚୁକ୍ତି ସ୍ୱାକ୍ଷର କରିବେ। ଭାରତର ପ୍ରତିଧିନିତ୍ୱ ସମ୍ଭବତଃ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ କରିପାରନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିପାରନ୍ତି। ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ, ଚଳିତମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହି ୬୩ ହଜାର କୋଟି ଟଙ୍କାର ଡିଲକୁ ମଞ୍ଜୁରୀ ଦେଇଥିଲା। ଏବେ INS ବିକ୍ରାନ୍ତରେ ମିଗ୍-29K ବିମାନ ମୁତୟନ ଥିବା ବେଳେ, ରକ୍ଷଣାବେକ୍ଷଣ ସମସ୍ୟା ଯୋଗୁ ତାହା ଆଶାନୁରୂପ ପ୍ରଦର୍ଶନ କରିପାରୁନାହିଁ।

ଏବେ ବାୟୁସେନାରେ କାର୍ଯ୍ୟକ୍ଷମ ରହିଛି ୩୬ଟି ରାଫେଲ୍ ବିମାନ। ସେଗୁଡ଼ିକ ଅମ୍ବାଲା ଓ ହାସିମାରା ବାୟୁସେନା ଘାଟିରେ ମୁତୟନ ରହିଛି। ନୌସେନା ପାଇଁ ୨୬ଟି ରାଫେଲ୍ ଆସିଲେ, ଭାରତୀୟ ସେନା ପାଖରେ ରାଫେଲ୍ ସଂଖ୍ୟା ୬୨କୁ ବୃଦ୍ଧି ପାଇବ।

Advertisment

ଅଧିକ ପଢ଼ନ୍ତୁ :ଭାରତ ନେଇଛି ୭ ଟି ବଡ଼ ପଦକ୍ଷେପ ; ଦୁର୍ବଳ ହେବ ପାକିସ୍ତାନ.. ଆକ୍ରମଣ କରିବ ଭାରତ !

Indian Army Rafale Rafale Fighter Jets
Advertisment
Advertisment