Advertisment

ମାଳ ମାଳ କନକ୍ଲେଭ୍, ଗଦା ଗଦା ଏମଓୟୁ...ଚାକିରି ବେଳକୁ ପ୍ରତିଶ୍ରୁତି ଫୁସ୍

ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
24,000 engineering course seats vacant in Odisha, unemployment rising in state

24,000 engineering course seats vacant in Odisha, unemployment rising in state

ମାଳ ମାଳ କନକ୍ଲେଭ୍, ଗଦା ଗଦା ଏମଓୟୁ...ହେଲେ ଚାକିରି ବେଳକୁ ପ୍ରତିଶ୍ରୁତି ଫୁସ୍। ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାର ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍। ଏଠାରେ ପ୍ରଶ୍ନ ଉଠୁଛି ୪୦ ହଜାର ଇଞ୍ଜିନିୟରିଂ ସିଟ୍‌ରୁ ମାତ୍ର ୧୬ ହଜାର ସିଟ୍‌ ଫିଲ-ଅପ୍ ହୋଇଛି। ଦୁଇ ଦୁଇ ଥର ପ୍ରବେଶିକା ପରୀକ୍ଷା ପରେ ମଧ୍ୟ ନାମ ଲେଖାଉ ନାହାନ୍ତି ଛାତ୍ରଛାତ୍ରୀ। ତେବେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପର୍ପ୍ୟାପ୍ତ ନିଯୁକ୍ତି ମିଳୁ ନଥିବା ଅଭିଯୋଗ ହୋଇଛି।

Advertisment

ଗତ ୫ବର୍ଷ ଧରି ସ୍ଥିତି ଯଥା ପୂର୍ବଂ ତଥା ପରଂ। ଓଜେଇଇ ହେଉ କି ସ୍ପେଶାଲ ଓଜେଇଇ। ଦୁଇ ଦୁଇ ଥର ପ୍ରବେଶିକା ପରୀକ୍ଷା ପରେ ବି ଫଳ ଶୂନ୍। ତେଣେ ରାଜ୍ୟରେ ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ବି ବଢ଼ି ଚାଲିଛି। କିନ୍ତୁ ବିଧାନସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଦେଇଛନ୍ତି, ଯାହାକି ତାଜୁବ କଲା ଭଳି ତଥ୍ୟ। ସେ କହିଛନ୍ତି, ଗତ ୪ ବର୍ଷ ଅପେକ୍ଷା ଚଳିତ ବର୍ଷ ସର୍ବାଧିକ ୧୨ ହଜାର ୮୦୫ ଜଣ ଇଞ୍ଜିନିୟର ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜିକରଣ କରିଛନ୍ତି। ହେଲେ ଗତବର୍ଷ ମାତ୍ର ୨ ହଜାର ୨୭୩ ଜଣ ନାଁ ରେଜିଷ୍ଟ୍ରେସନ କରିଥିଲେ। ତେଣୁ ଏଥିରୁ ଜଳ ଜଳ ସ୍ପଷ୍ଟ, ରାଜ୍ୟରେ ଇଞ୍ଜିନିୟରିଂ ନିଯୁକ୍ତି କ୍ଷେତ୍ରରେ ବେକାରୀଙ୍କୁ କେତେ ସୁଯୋଗ ମିଳୁଛି ? 

ଗୋଟିଏ ପଟେ ରାଜ୍ୟ ସରକାର ଦକ୍ଷତା ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କନ୍‌କ୍ଲେଭ୍‌ ଆୟୋଜନରେ ଢିଲା ଦେଉ ନାହାନ୍ତି। ଅନ୍ୟପଟେ ବେକାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ହାର ଗ୍ରାଫ୍ କିନ୍ତୁ ତଳକୁ ଖସି ଖସି ଚାଲିଛି। ଆଉ ଏଭଳି ସ୍ଥିତିରେ ବୈଷୟିକ ଶିକ୍ଷାମନ୍ତ୍ରୀ କହିଛନ୍ତି, ଇଞ୍ଜିନିୟରିଂ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ପରିବର୍ତ୍ତେ ଉଦ୍ୟୋଗୀ ତଥା ଆତ୍ମନିର୍ଭର କରିବାକୁ ବିଭିନ୍ନ ତାଲିମ ଶିବିର ଆୟୋଜନ କରାଯାଉଛି।

Advertisment

ଏହାସହ ନିମ୍ନଗାମୀ ହେଉଥିବା ଇଞ୍ଜିନିୟରିଂ ପାଠ୍ୟକ୍ରମ ସ୍ଥିତିରେ ସୁଧାର ଆଣିବାକୁ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ବା ବିପିୟୁଟି ଖୁବଶୀଘ୍ର ଏକକ ସିଲାବସ୍ ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡ୍ରୋନ୍ ଟେକ୍ନୋଲୋଜି ଭଳି ଅତ୍ୟାଧୁନିକ କୋର୍ସକୁ ବି ସିଲାବସ୍‌ରେ ସାମିଲ କରାଯିବ। ଯଦ୍ୱାରା ନିଯୁକ୍ତି ସୁଯୋଗ ବଢିବ ଓ ଇଞ୍ଜିନିୟରିଂ ପାଠର ପୁଣିଥରେ ଚମକ ଫେରିବ। ତେଣେ ଇଞ୍ଜିନିୟରିଂ ପିଲା ଚାକିରି ନପାଇବା ପଛରେ ବୈଷୟିକ କଲେଜ କର୍ତ୍ତୃପକ୍ଷଙ୍କୁ ସିଧାସଖଳ ବିପିୟୁଟି କୁଳପତି ଦାୟୀ କରିଛନ୍ତି।

ରାଜ୍ୟ ସରକାର ଓଡ଼ିଶାକୁ ଦକ୍ଷତା ବିକାଶ ହବ୍ ବୋଲି କହି ବାଃ ବାଃ ନେଉଛନ୍ତି। ହେଲେ ବୈଷୟିକ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କମୁଥିବା ସୁଯୋଗ ହିଁ ସରକାରରଙ୍କ ପୋଲ୍ ଖୋଲି ଦେଉଛି।

Advertisment
Advertisment