Advertisment

Viral video: ଅଣ୍ଡା ଭିତରୁ ବାହାରୁଛି ଅହିରାଜ ଛୁଆ; ଲହ ଲହ କରୁଛି ଜିଭ, ଦେଖିଲେ ଲାଗିବ ଡର

ଏକ ଅଣ୍ଡାରୁ ଏକ ଅହିରାଜ ଛୁଆ ବାହାରୁଥିବାର ଏକ ଭିଡିଓ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି ଏବଂ ପ୍ରକୃତିର ସବୁଠାରୁ ବିପଜ୍ଜନକ ସରୀସୃପଙ୍କ ଜନ୍ମ ବିଷୟରେ ଏକ ନିଆରା ଝଲକ ପ୍ରଦାନ କରି ଲୋକଙ୍କୁ ଚକିତ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Have you ever seen king cobra hatch from its egg see here in viral video

Have you ever seen king cobra hatch from its egg see here in viral video

ଆମେ ସମସ୍ତେ କୁକୁର ଛୁଆ, ବିଲେଇ ଛୁଆ, ଛେଳି ଛୁଆ ଏମିତି ବାଛୁରୀ ଜନ୍ମ ହେବାର ଆକର୍ଷଣୀୟ ଦୃଶ୍ୟ ଦେଖିବାରେ ଅଭ୍ୟସ୍ତ। କିନ୍ତୁ ଆପଣ କେବେ ଅହିରାଜ ଛୁଆ ଜନ୍ମ ହେବାର ଦେଖିଛନ୍ତି କି? ବୋଧହୁଏ ଏହାର ଉତ୍ତର ନା’ ହୋଇପାରେ। ଏହି କଥା ପଚାରିବାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଏକ ଅଣ୍ଡାରୁ ଏକ ଅହିରାଜ ଛୁଆ ବାହାରୁଥିବା ଏକ ଭିଡିଓ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି ଏବଂ ପ୍ରକୃତିର ସବୁଠାରୁ ବିପଜ୍ଜନକ ସରୀସୃପଙ୍କ ଜନ୍ମ ବିଷୟରେ ଏକ ନିଆରା ଝଲକ ପ୍ରଦାନ କରି ଲୋକଙ୍କୁ ଚକିତ କରିଛି।

Advertisment

ଏକ ବର୍ଷ ପୂର୍ବେ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓ ଏବେ X ରେ @AMAZlNGNATURE ନାମକ ଏକ ପେଜ୍‌ରେ ପୁଣିଥରେ ଶେୟାର ହୋଇଛି। ଏହି କ୍ଲିପ୍‌ରେ ଜଣେ ବ୍ୟକ୍ତି ତାଙ୍କ ହାତରେ ଏକ ଅଣ୍ଡା ଧରିଛନ୍ତି ଆଉ ତା ଭିତରୁ ଧୀରେ ଧୀରେ ଏକ ଅହିରାଜ ଛୁଆ ବାହାରକୁ ଆସୁଥିବା ଦେଖାଯାଉଛି। ଏହି ଭିଡିଓରେ ଆପଣ ସଂପୂର୍ଣ୍ଣ ଭାବେ ଅହିରାଜ ଛୁଆଟି ମୁକ୍ତ ହେଉଥିବା ଦେଖିପାରିବେ।

ଖାଲି ଏତିକି ନୁହେଁ ଏହି ଭିଡିଓରେ, ଅହିରାଜ ଛୁଆଟି ଅଣ୍ଡା ଭିତରୁ ବାହାରୁ ବାହାରୁ କିପରି ଜିଭକୁ ଲହ ଲହ କରୁଛି ଦେଖିପାରିବେ। ଆପଣ ହୁଏତ ବଡ ଅହିରାଜକୁ ଦେଖିଥିବେ ଆଉ ଏହାର ଜିଭ ହଲା ଦେଖି ଭୟଭୀତ ବି ହୋଇଥିବେ। କିନ୍ତୁ ଏଠାରେ ଅହିରାଜ ଛୁଆଟିର ଜିଭ ହଲା ନିଶ୍ଚିତ ମନ୍ତ୍ରମୁଗ୍ଧ କଲା ଭଳି। ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ ଅଣ୍ଡା ଭିତରୁ ବାହାରୁଥିବା ବେଳେ ଅହିରାଜ ଛୁଆଟି କିପରି ଆଗ-ପଛ ହେଉଛି।

Advertisment

ଲୋକେ ଏହି ଭିଡିଓଟିକୁ ଦେଖି ମନ୍ତ୍ରମୁଗ୍ଧ ହେଉଛନ୍ତି ଆଉ ପ୍ରତିକ୍ରିୟାରେ ଆଶ୍ଚର୍ଯ୍ୟ ହେବା ଠାରୁ ଆରମ୍ଭ କରି ଅସନ୍ତୋଷ ପ୍ରତିକ୍ରିୟା ମଧ୍ୟ କରୁଛନ୍ତି। କିଛି ଲୋକ ଅହିରାଜ ଛୁଆର ଚପଳତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅନ୍ୟମାନେ ଏହି ଦୃଶ୍ୟକୁ ଦେଖି ଭୟଭୀତ ହେଉଛନ୍ତି। ମିଶ୍ରିତ ପ୍ରତିକ୍ରିୟା ସତ୍ତ୍ୱେ, ଭିଡିଓଟି ହଜାର ହଜାର ଭିୟୁ ଏବଂ ଲାଇକ୍ ପାଇଛି। ଅନେକ ବ୍ୟକ୍ତି ପ୍ରକୃତିର ଏହି ଚମତ୍କାର ପ୍ରଦର୍ଶନରେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଏକ ହାତୀକୁ ମଧ୍ୟ ମାରିବାରେ ସକ୍ଷମ ଅହିରାଜ ଏହାର ଶକ୍ତିଶାଳୀ ବିଷ ପାଇଁ ଜଣାଶୁଣା। ଏହାର ଲମ୍ବ ପ୍ରାୟ ଅଠର ଫୁଟ ପର୍ଯ୍ୟନ୍ତ ବଢିପାରେ। ଏହାର ଭୟାନକ ପରିଚୟ ସତ୍ତ୍ୱେ, ଏହାର ଆଶ୍ଚର୍ଯ୍ୟଜନକ କୋମଳତା ଦେଖିବାକୁ ମିଳେ, କାରଣ ଏହା ଏକମାତ୍ର ସାପ, ଯିଏ ତା’ର ଛୁଆ ପାଇଁ ବସା ତିଆରି କରେ। ଏଥିରୁ ଜଣାପଡୁଛି ଯେ ସବୁଠାରୁ ଭୟଙ୍କର ଜୀବମାନଙ୍କର ମଧ୍ୟ ହୃଦୟ ଅଛି।

Social Media Viral Video
Advertisment
Advertisment