• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ବ୍ଲଡ୍ ଗ୍ରୁପରୁ  ଜାଣିବା ମଣିଷର ସ୍ୱଭାବ 

ପ୍ରତ୍ୟେକ ମଣିଷର ବ୍ଲଡ୍‌ ଗ୍ରୁପ୍ ଅଲଗା । ମଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍‌ ଗ୍ରୁପ୍ ମିଳିଥାଏ A, B, O ଏବଂ AB, ଯାହା ଆଧାରରେ କିନ୍ତୁ ଆପଣ ଜାଣନ୍ତି କି ବ୍ଲଡ୍‌ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ । ତେବେ ଚାଲନ୍ତୁ ଜାଣିବା ବ୍ଲଡ୍ ଗ୍ରୁପରୁ ମଣିଷର ବ୍ୟକ୍ତିତ୍ୱ ବିଷୟରେ ...।

ଟାଇପ୍ O+ :ଏହି ବ୍ଲଡ୍‌ ଗ୍ରୁପ୍ ଥିବା ବ୍ୟକ୍ତିମାନେ ସ୍ୱାଧୀନ ଅଟନ୍ତି । ଏହି ଲୋକମାନେ ଆତ୍ମନିର୍ଭରଶୀଳ ଏବଂ ବିପଦପୂର୍ଣ୍ଣ ନିଷ୍ପତ୍ତି ନେବାର ସାହସ ମଧ୍ୟ ରଖିଥାନ୍ତି

ଟାଇପ୍ O- : ଏହି ବ୍ଲଡ୍ ଗ୍ରୁପର ଲୋକମାନେ ଟିକେ ଜିଦିଆ ସ୍ୱାଭାବର ହୋଇଥାନ୍ତି । ସହଜରେ କାହା କଥା ମାନୁନଥିବା ଏହି ଲୋକମାନେ ସେମାନଙ୍କ ସାଥୀଙ୍କୁ ମଧ୍ୟ ନିଜ କଥା ମାନିବାକୁ ବାଧ୍ୟ କରିଥାନ୍ତି । ତଥାପି, ଏମାନେ ଜୀବନରେ ସବୁକିଛି ପାଇବା ପାଇଁ କଠିନ ପରିଶ୍ରମ କରିଥାନ୍ତି ।

ଟାଇପ୍ A+ :A+ ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିମାନେ ସ୍ୱଭାବରେ ସମ୍ବେଦନଶୀଳ, ଭାବପ୍ରବଣ ଏବଂ ସାହାଯ୍ୟକାରୀ ହୋଇଥାନ୍ତି । ସେମାନେ ଅନ୍ୟ ଲୋକଙ୍କୁ ସେମାନଙ୍କ ଚାରିପାଖରେ ଅତ୍ୟନ୍ତ ଆରାମଦାୟକ ଅନୁଭବ କରାଇଥାନ୍ତି ।

ଟାଇପ୍ A- :ନିଜ ଭାବନାକୁ ଲୁଚାଇ ରଖୁଥିବା A ବ୍ଲଡ୍‌ ଗ୍ରୁପର ବ୍ୟକ୍ତି, ଜୀବନରେ ସଫଳତା ହାସଲ କରିଥାନ୍ତି । ବନ୍ଧୁତା ଏବଂ ସମ୍ପର୍କ ବଜାୟ ରଖିବାରେ ମଧ୍ୟ ସେମାନେ ବହୁତ ଆଗରେ ରହିଥାନ୍ତି ।

ଟାଇପ୍ B+ :ଟାଇପ୍ B+ ରକ୍ତ ଥିବା ଲୋକମାନେ ବ୍ୟବହାରିକ ଏବଂ ଉଚ୍ଚାଭିଳାଷୀ ହୋଇଥାନ୍ତି । ଏପରିକି ସଂପର୍କରେ, ସେମାନଙ୍କ ସାଥୀଙ୍କ ଠାରୁ ଅନେକ ଆଶା ରଖିଥାନ୍ତି, ଯାହା ବେଳେବେଳେ ସେମାନଙ୍କ ସମ୍ପର୍କର ଅସୁବିଧାକୁ ବଢାଇଥାଏ ।

ଟାଇପ୍ B- : ଏପରି ବ୍ୟକ୍ତିଙ୍କ ସହ ସହଯୋଗ କରିବା ବେଳେବେଳେ କଷ୍ଟକର ମନେହୁଏ କାରଣ ସେମାନେ ବ୍ୟକ୍ତିଗତ ହୋଇଥାନ୍ତି । ଏହା ବ୍ୟତୀତ, ଟାଇପ୍ ବି ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିମାନେ ସେମାନଙ୍କ ଲକ୍ଷ୍ୟରୁ ଦୂରେଇ ଯାଆନ୍ତି ନାହିଁ

ଟାଇପ୍ AB+ :ଏହି ଲେକମାନଙ୍କୁ ସମସ୍ତେ ଭଲ ପାଇଥାନ୍ତି । ଏହାର କାରଣ ହେଉଛି ସେମାନେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ସ୍ୱଭାବର ହୋଇଥାନ୍ତି । ସକରାତ୍ମକ ଏବଂ ଆତ୍ମବିଶ୍ୱାସୀ, ଏହି ଲୋକମାନେ ମଧ୍ୟ ସମ୍ପର୍କରେ ସଫଳତା ପାଇଥାନ୍ତି ।

ଟାଇପ୍ AB- : ଏବି ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ବହୁତ ପରିଶ୍ରମୀ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାର ହୋଇଥାନ୍ତି । ଏହି ଲୋକମାନେ, ସେମାନଙ୍କର ଦାୟିତ୍ୱ ବୁଝନ୍ତି, ନିଜ ସଂପର୍କରେ ସବୁକିଛି ଚିନ୍ତାକରି କରିଥାନ୍ତି ।