• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung) ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଭଲ ଖବର। ସାମ୍‌ସଙ୍ଗ ଏହାର Galaxy M12 ଫୋନ୍‌ର ଦାମ୍‌ କମ୍‌ କରିଛି। ଏବେ ଆପଣ ଏହି ଫୋନ୍‌ ଶସ୍ତାରେ କିଣିପାରିବେ। Samsung.com ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, Samsung Galaxy M12(4GB RAM) ଫୋନ୍‌ର ଦାମ୍‌ ୧୨,୯୯୯ ଟଙ୍କା ଥିବାବେଳେ ଏବେ ଫୋନ୍‌ର ଦାମ୍‌ ୧୦,୯୯୯ ଟଙ୍କା ରହିଛି। ଏହି ଡିସ୍‌କାଉଣ୍ଟ ପାଇବାକୁ ହେଲେ ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ କିଛି ସର୍ତ୍ତ ଲାଗୁ କରାଯାଇଛି। ଯଦି ଆପଣ ICICI ବ୍ୟାଙ୍କ କାର୍ଡରେ କିଣୁଛନ୍ତି ତା’ହେଲେ ଆପଣଙ୍କୁ ୧,୦୦୦ ଟଙ୍କା ଯାଏ କ୍ୟାସ୍‌ବ୍ୟାକ୍‌ ମିଳିବ। ସେହିପରି ସାମସଙ୍ଗ୍‌ ଶପ୍‌ ଆପ୍‌ରେ କିଣିଲେ ଆଉ ୨,୦୦୦ ଟଙ୍କା ଡିସ୍‌କାଉଣ୍ଟ ମିଳିବ।

ସେହିପରି Samsung Galaxy M12(6GB RAM) ଫୋନ୍‌ର ଦାମ୍‌ ୧୫,୪୯୯ ଟଙ୍କା ଥିବାବେଳେ ଏବେ ଏହାର ଦାମ୍‌ ୧୩,୪୯୯ ଟଙ୍କା ରହିଛି। ଡିସ୍‌କାଉଣ୍ଟରେ Galaxy M12(4GB RAM) ଫୋନ୍‌ କିଣିବା ପାଇଁ ଗ୍ରାହକଙ୍କ ପାଇଁ ଯେଉଁ ସର୍ତ୍ତ ଲାଗୁ ହୋଇଥିଲା Galaxy M12(6GB RAM) ଫୋନ୍‌ରେ ମଧ୍ୟ ସମାନ ସର୍ତ୍ତ ଲାଗୁ ହୋଇଛି। 

Samsung Galaxy

ଜାଣନ୍ତୁ, କ’ଣ ରହିଛି Samsung Galaxy M12 ଫିଚର୍ସ....

ଏହି ଫୋନ୍‌ର ୩ଟି କର୍ଲର-ବ୍ଲାକ୍‌, ବ୍ଲ୍ୟୁ ଓ ହ୍ୱାଇଟ୍‌ ଆପଣ ପାଇପାରିବେ। ଯଦି ଆମେ କ୍ୟାମେରା କଥା କହିବା, ତା’ହେଲେ ଆପଣଙ୍କୁ ୫ କ୍ୟାମେରା ରହିଛି। ଯେଉଁଥିରେ କ୍ୱାଡ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ରହିଛି। ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି।