• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କାମ କରିଗଲା ଆଇଡିଆ । କିଛି ନୂଆ କରିବାର ପ୍ରୟାସ ରାତାରାତି ବନାଇଦେଲା କୋଟିପତି । ଅଳ୍ପ ବୟସରେ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଥିବା ତାମିଲନାଡୁର ଯୁବକ ସୂର୍ଯ୍ୟ ବର୍ଷଣଙ୍କର କାହାଣୀ ଜାଣିଲେ ଆପଣ ତାଜୁବ ହେଇଥିବେ । ମାତ୍ର ୨୨ ବର୍ଷରେ ସୂର୍ଯ୍ୟ ନେକେଡ୍ ନେଚର ନାମକ ଏକ କମ୍ପାନୀର ପ୍ରତିଷ୍ଠାତା । ଡିଜିଟାଲ ମାର୍କେଟିଂ ଦୁନିଆରେ ଏବେ ଏହା ଏକ ବ୍ରାଣ୍ଡ୍ ।

ଦ୍ୱାଦଶ ଶ୍ରେଣୀରେ ଥିବାବେଳେ ପ୍ରସ୍ତୁତ କରିଥିଲେ ଏହାର ପ୍ରଥମ ସାମଗ୍ରୀ ପ୍ରତିଷ୍ଠାତା ସୂର୍ଯ୍ୟ ବର୍ଷଣ । ଏହା ଏକ ପ୍ରକାର ଲୁଣ ଥିଲା । ମାତ୍ର ଆଜି ବଜାରରେ ତାଙ୍କ କମ୍ପାନୀ ଅନେକ ପ୍ରକାର ସାମଗ୍ରୀ ବିକ୍ରି କରୁଛି । ଯେଉଁ କାମକୁ ସେ ମାତ୍ର ୨୦୦ ଟଙ୍କାରେ ଆରମ୍ଭ କରିଥିଲେ, ଏବେ ୧୦ କୋଟିରୁ ଅଧିକ ମୂଲ୍ୟ ଥିବା ସଫଳ ବ୍ୟବସାୟ ହୋଇସାରିଛି । ନଜର ପକାନ୍ତୁ କିପରି ସୂର୍ଯ୍ୟ ସମ୍ଭବ କଲେ ଏସବୁ...

ସୂର୍ଯ୍ୟ ବର୍ଷଣଙ୍କ 'ନେକେଡ୍ ନେଚର' ଆଜି ଏକାଧିକ ପ୍ରକାର ଉତ୍ପାଦ ସାମଗ୍ରୀ ପ୍ରସ୍ତୁତ କରିଛି । ଗାଧୋଇବା ସାମଗ୍ରୀ, ତ୍ୱଚା ଓ କେଶର ସୁରକ୍ଷା, ଓଠ ଓ ଆଖିର ଯତ୍ନ, ଆଖିର ଯତ୍ନ ଓ ଶିଶୁର ଯତ୍ନ ଆଦି ଶ୍ରେଣୀର ବିଭିନ୍ନ ପ୍ରକାର ସାମଗ୍ରୀ ସାମିଲ । ସୂର୍ଯ୍ୟ ଦ୍ୱାଦଶ ଶ୍ରେଣୀରେ ଥିବା ସମୟରେ କିଚେନରେ ବାଥ ସଲ୍ଟ ପ୍ରସ୍ତୁତ କରି ନିଜର ପ୍ରଥମ ସାମଗ୍ରୀ ବନାଇଥିଲେ । ତୁତକୁଡ଼ିରୁ ହୋଇଥିବା କାରଣରୁ ସହଜରେ ଲୁଣ ଉପଲବ୍ଧ ଥିଲା । ଏହାର ଅନେକ ଉପଯୋଗ ରହିଛି । ସେଥିରେ କିଛି ଫୁଲ ମିଶାଇ ସେ ଏହାକୁ ହିବିସକସ୍ ବାଥ୍ ସଲ୍ଟ ନାଁ ଦେଇଥିଲେ ।

ମିଳିନଥିଲା ଜନ ଆଦୃତି

ସୂର୍ଯ୍ୟ ବର୍ଷଣଙ୍କ ବୟସକୁ ଦୃଷ୍ଟିରେ ରଖି ଲୋକେ ଏହାକୁ ଗମ୍ଭୀରତାର ସହ ନେଇନଥିଲେ । ଯାହାଫଳରେ ପ୍ରସ୍ତୁତ କରିଥିବା ସାମଗ୍ରୀ ବିକ୍ରି ହେବାରେ ସମସ୍ୟା ଦେଖାଦେଲା । ଚେନ୍ନାଇରେ BE ଇଞ୍ଜିନିୟରିଂ ପଢ଼ିବା ସମୟରେ ନିଜ କାମ ବୁଝିବା ପାଇଁ ପ୍ରତ୍ୟେକ ସପ୍ତାହରେ ସୂର୍ଯ୍ୟ ମଦୁରାଇ ଯାଉଥିଲେ । ଅନେକବାର ତିରସ୍କାର ସତ୍ତ୍ୱେ ସେ ଭାଙ୍ଗି ପଡ଼ିନଥିଲେ ବରଂ ଏହି କାମକୁ ଅଧିକ କଠିନ ପରିଶ୍ରମ ସହ ଜାରି ରଖିଥିଲେ ।

ଏମିତି ମିଳିଲା ପ୍ରଥମ ସଫଳତା
ଜଣେ ଆୟୁର୍ବେଦିକ ଡାକ୍ତର ସାମ୍ପଲ ଅର୍ଡର କରିବା ପରେ ଅଧିକ ପରିମାଣରେ ଜାର୍ ମଗାଇଥିଲେ । ସୂର୍ଯ୍ୟ ବର୍ଷଣଙ୍କୁ ଏଠାରୁ ପ୍ରଥମ ସଫଳତା ମିଳିଥିଲା । ସୂର୍ଯ୍ୟଙ୍କୁ ନିଜର ବ୍ୟବସାୟ ବଢାଇବାକୁ ଆତ୍ମବିଶ୍ୱାସ ଦେଲେ ଆୟୁର୍ବେଦିକ ଡାକ୍ତର ଜଣଙ୍କ । ପରେ ସୂର୍ଯ୍ୟ ମଦୁରାଇର ଏକ କଲେଜକୁ ନିଜର ପାଠପଢ଼ା ଟ୍ରାନ୍ସଫର କରାଇନେବା ସହ ଓ ୟୁଟୁବରେ ଡିଜିଟାଲ୍ ମାର୍କେଟିଂର ଅଧ୍ୟୟନ କଲେ । ସେ ଏହି ବିଷୟରେ ଜଣେ ବ୍ୟକ୍ତିଙ୍କୁ ୪୦୦ ଟଙ୍କା ଲେଖାଁଏ ଫି ନେବା ସହ ଅନଲାଇନ୍ କ୍ଳାସ୍ ନେଲେ । ଏହି ସମୟ ମଧ୍ୟରେ ରିସର୍ଚ୍ଚ ମାଧ୍ୟମରେ ଅଧିକ ସାମଗ୍ରୀ ପ୍ରସ୍ତୁତ କରିବାକୁ ଲାଗିଲେ । 

କୋଟି କୋଟି ଟଙ୍କାର କମ୍ପାନୀ 

ଏହ କ୍ଳାସ୍ ମାଧ୍ୟମରେ ସୂର୍ଯ୍ୟ ବର୍ଷଣ ପ୍ରାୟ ୨.୨୦ ଲକ୍ଷ୍ ଟଙ୍କା ରୋଜଗାର କଲେ । ଏହାକୁ ସେ ନେକେଡ୍ ନେଚରରେ ନିବେଶ କଲେ । ଆଜି ନେକେଡ ନେଚରରୁ ପ୍ରାୟ ୭୦ ପ୍ରକାର ସାମଗ୍ରୀ ଉପଲବ୍ଧ । ବ୍ରାଣ୍ଡ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୫୬ ଲକ୍ଷର କାରବାର କରିଥିଲା କମ୍ପାନୀ । ଏବେ ୧୦ କୋଟିରୁ ଅଧିକ ଟଙ୍କାରେ ବ୍ୟବସାୟ କରୁଛି । କମ୍ପାନୀର ମେନ୍ୟୁଫାକଚରିଂ ୟୁନିଟ୍ ମଦୁରାଇରେ ରହିଛି । କମ୍ପାନୀର ସମସ୍ତ ସାମଗ୍ରୀ ଅନଲାଇନ ସହ ତାମିଲନାଡ଼ୁ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମଧ୍ୟ ଉପଲବ୍ଧ ।  

OTV is now on Whatsapp

Join and get latest news update delivered to you via whatsapp

Join Now