Advertisment

Puri Rath Yatra: ବିଶ୍ବନିୟନ୍ତାଙ୍କ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା ! ଶ୍ରୀମନ୍ଦିର ପ୍ରଶାସନର ଜୋରଦାର ଉଦ୍ୟମ...

ପୁରୀ ରଥଯାତ୍ରାର ସାଂସ୍କୃତିକ ବୈଭବକୁ ଆହୁରି ଗରିମାମଣ୍ଡିତ କରିବାକୁ ଆରମ୍ଭ ହୋଇଛି ବଡ଼ ପ୍ରୟାସ। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ମିଳିପାରେ ବିଶ୍ୱସ୍ତରୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା...

author-image
Sujit kumar Swain
undefined

Puri Rath Yatra to Receive World Cultural Heritage Status SJTA Chief

ଘୋଷଯାତ୍ରାର ବଢ଼ିବ ବୈଶ୍ବିକ ଗରିମା। ରଥଯାତ୍ରାକୁ ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେବାକୁ ଜୋର୍ ଧରିଛି କସରତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାମାଙ୍କନପତ୍ର ପ୍ରସ୍ତୁତ ଚାଲିଥିବା ବେଳେ, ଖୁବଶୀଘ୍ର ଏହାକୁ ଦାଖଲ କରାଯିବ ବୋଲି ସୂଚନା ମିଳିଛି। ଏହି ମାନ୍ୟତା ମିଳିଲେ କେବଳ ଯେ ରଥଯାତ୍ରାର ଲୋକପ୍ରିୟତା ବୃଦ୍ଧି ପାଇବ ତା ନୁହେଁ, ପାରଂପରିକ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଆହୁରି ସହଜ ହେବ ଏବଂ ସମ୍ଭବତଃ ଅଦିନିଆ ରଥଯାତ୍ରା ଉପରେ ବି ରୋକ୍ ଲାଗିପାରିବ ବୋଲି ଆଶା ସୃଷ୍ଟି ହୋଇଛି।

Advertisment

ବଡ଼ ଠାକୁର...ବଡ଼ ଦାଣ୍ଡ...ବଡ଼ ବଡ଼ ତିନି ଦିବ୍ୟ ରଥ...। ଏ ପରଂପରା... ଏ ପ୍ରାଚୀନତା... ଏ ଭବ୍ୟତା...; ନା ଆଉ କେଉଁଠି ଥିଲା... ନା ଅଛି... ନା ଆଗକୁ ରହିବ। ପୁରୀ ରଥଯାତ୍ରାର ସାଂସ୍କୃତିକ ବୈଭବକୁ ଆହୁରି ଗରିମାମଣ୍ଡିତ କରିବାକୁ ଆରମ୍ଭ ହୋଇଛି ବଡ଼ ପ୍ରୟାସ। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ମିଳିପାରେ ବିଶ୍ୱସ୍ତରୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ ଉଦ୍ୟମ ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ବି ଲାଗିପାରେ ସବୁଦିନିଆ ରୋକ୍ ନବଦିନାତ୍ମକ ରଥଯାତ୍ରାର ୟୁନେସ୍କୋ ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ ବା ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ହାସଲ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାମାଙ୍କନ ପତ୍ର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିକଟରେ ଦିଲ୍ଲୀ ଗସ୍ତ ଅବସରରେ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସକାରାତ୍ମକ ରହିଥିବା ବେଳେ, ଖୁବଶୀଘ୍ର ନାମାଙ୍କନ ପତ୍ର ଦାଖଲ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏଦିଗରେ ଉଦ୍ୟମ ଜାରି ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିବା ବେଳେ, ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବକ ଓ ଶ୍ରଦ୍ଧାଳୁ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

Advertisment

ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ ୟୁନେସ୍କୋ। ଏହାର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ବା ICH ତାଲିକାରେ ରହିଛି ଭାରତର ୧୫ଟି ପ୍ରାଚୀନ ଉତ୍ସବ, ପରଂପରା, କଳା ଓ ସଂଗୀତ ଇତ୍ୟାଦି। ୨୦୦୮ରେ ପ୍ରଥମେ ସଂସ୍କୃତ ନାଟକ, ରମଲୀଳା ଓ ବେଦ ପାଠ ସାମିଲ ହୋଇଥିବା ବେଳେ, କ୍ରମେ ଏହି ତାଲିକାରେ ଯୋଡ଼ି ହୋଇଛି ଯୋଗ, କୁମ୍ଭମେଳା, କୋଲକାତା ଦୁର୍ଗାପୂଜା ଏବଂ ଗୁଜରାଟର ଗରବା ଇତ୍ୟାଦି । 

ଓଡ଼ିଶା କଥା ଦେଖିଲେ ୨୦୧୦ରେ ଛଉନୃତ୍ୟକୁ ମିଳିଛି ଏହି ମାନ୍ୟତା, ଯାହା ଷଢ଼େଇକଳା ଓ ପୁରୁଲିଆ ସହ ମୟୂରଭଞ୍ଜରେ ପ୍ରଦର୍ଶିତ ହୁଏ। ତେବେ ଏହି ତାଲିକାରେ ଓଡ଼ିଶାର ସବୁଠୁ ବଡ଼ ଯାତ୍ରା ରଥଯାତ୍ରା ସାମିଲ ହେଲେ, କେବଳ ଯେ ଏହାର ବୈଶ୍ବିକ ମାନ୍ୟତା ଓ ଲୋକପ୍ରିୟତା ବୃଦ୍ଧି ପାଇବ ତା ନୁହେଁ; ଏହାର ସୁରକ୍ଷା ଓ ସଂରକ୍ଷଣ ଦିଗକୁ ବି ସୁନିଶ୍ଚିତ କରାଯିବ। ଯାହା ଫଳରେ ବିଭିନ୍ନ ସଂଗଠନ ପକ୍ଷରୁ ଦେଶ ବିଦେଶରେ ହେଉଥିବା ଅଦିନିଆ ରଥଯାତ୍ରା ଉପରେ ପ୍ରତିବନ୍ଧକ ଲାଗିପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

ଅଧିକ ପଢ଼ନ୍ତୁ: ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନିଯୁକ୍ତି ପାଇଁ ଆଗ୍ରହୀ କି? ପ୍ରକାଶ ପାଇଲା ବିଜ୍ଞପ୍ତି

Puri SJTA Rath Yatra Puri Rath Yatra
Advertisment
Advertisment