• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

SC
ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

ନୂଆଦିଲ୍ଲୀ: ଟାର୍ଗେଟ କରି କରାଯାଉଥିବା ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ ଫୌଜଦାରୀ ଆଇନ। ଏହା ଯେଭଳି ଅସ୍ତ୍ର ନ ପାଲଟିବ ତାହା ନିଶ୍ଚିତ କରିବାର ଦାୟିତ୍ୱ ହେଉଛି ନ୍ୟାୟିକ ବ୍ୟବସ୍ଥାର। ଆଜି ରିପବ୍ଲିକ ଟିଭିର ଚିଫ୍ ଏଡିଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରି କହିଛନ୍ତି, ରାଜ୍ୟ ସରକାର ଦ୍ୱାରା ଯେଭଳି ଅପରାଧିକ ଆଇନର ଅପବ୍ୟବହାର କରା ନ […]

mount
କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

ବେଜିଂ: ପୁଣି ମପା ହେବ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା। ୨୦୧୫ ମସିହାରେ ଭୂକମ୍ପ ଯୋଗୁ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରି ମାପିବାକୁ ନେପାଳ ଓ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବେଠାରୁ ଆରମ୍ଭ ହେବ ମାପ କାମ, ଏନେଇ ଖୁବଶୀଘ୍ର ଚୀନ ଏବଂ ନେପାଳ ସରକାର ଘୋଷଣା କରିବେ। ୧୯୫୪ ମସିହାରେ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଥିଲା।  […]

gg
ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ; ଏଥର ୩ ଚାଷୀ

ଭୁବନେଶ୍ୱର: ଆଜି ପୁଣିଥରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ହୋଇଛି। ଏଥର କେଉଁ ପୀଡ଼ିତ ବାପାମା ନୁହଁନ୍ତି, ବରଂ ଅନ୍ନଦାତା ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏହି ଚାଷୀମାନେ ହେଲେ ଆଠଗଡ଼ ଅଛଳର। ଏହି ଚାଷୀମାନେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ହେଲେ କିରାସିନି ଢାଳିବା ବେଳେ ଚାଷୀମାନଙ୍କୁ ହଠାତ୍ କାବୁ କରିନେଇଥିଲେ ସେଠାରେ ମୁତୟନ ଥିବା ସୁରକ୍ଷା […]

pathak2
ବିଳାସପୂର୍ଣ୍ଣ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ବନ୍ଧାହେଲେ ବାପ-ପୁଅ

ଭୁବନେଶ୍ୱର: ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି।  IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଛି। ବାପା ଅଭୟକାନ୍ତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ବାପା ପଇସାର ଅପବ୍ୟବହାର ଅଭିଯୋଗରେ ପୁଅ ଆକାଶଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଇଡି କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏତେ ପଇସା ଆସୁଥିଲା କେଉଁଠୁ, ଖର୍ଚ୍ଚ କିପରି ଏହାର […]

soumya-ranjan
'ମୋ ପରିବାର ପ୍ରତି ବିପଦ ରହିଛି'

ଭୁବନେଶ୍ୱର: ପରୀ ହତ୍ୟାକୁ ନେଇ ସେହି ପଞ୍ଚାୟତର ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିସ୍ଫୋରକ ବୟାନ। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି। ଏଥିରେ ମୂଳରୁ ଚୂଳ ସମସ୍ତେ ସଂପୃକ୍ତ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ସୌମ୍ୟ। ଏହା ସହିତ ସେ ପଚାରିଛନ୍ତି, ବାବୁଲି ନାୟକକୁ କାହିଁକି […]

gdp
ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ରେ ଦେଶର ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍‌ ରିପୋର୍ଟ ପ୍ରକାଶ ପାଇଛି। ଆର୍ଥିକ ବର୍ଷ ୨୦-୨୧ର ଦ୍ୱିତୀୟ ପାଳିରେ ଜିଡିପିଗ୍ରୋଥ୍‌ -୭.୫ପ୍ରତିଶତ ରହିଛି। ପ୍ରଥମ ପାଳିରେ ଏହା ୨୪ ପ୍ରତିଶତ ଖସିଆସିଥିଲା। ତେବେ ଦ୍ୱିତୀୟ ପାଳିରେ ଆର୍ଥିକ ଅଭିବୃଦ୍ଧିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗ୍ରୋଥ୍‌ ନେଗେଟିଭ୍‌ ବା ମାଇନସ ରହିଥିବାରୁ ଦେଶର ଆର୍ଥିକ ସ୍ଥିତି ଏବେବି ଟଳମଳ ସ୍ଥିତିରେ ରହିଛି। ଏନେଇ ଚିଫ୍‌ ଇକୋନୋମି ଆଡ୍‌ଭାଇଜର(ସିଇଏ) […]

medical-college
ଡିସେମ୍ବର ୧ରୁ ଖୋଲିବ ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର: ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ। ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଖୋଲିବ ମେଡିକାଲ କଲେଜ। ମେଡିକାଲ କଲେଜ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗାଇଡଲାଇନ ମାନିବା ସହ SOP ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS।

gold
ଏୟାରପୋର୍ଟରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଧରାପଡିଲା ୪୦୦ ଗ୍ରାମ ସୁନା। ବିମାନରେ ଯିବା ପୂର୍ବରୁ ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି। ଯାତ୍ରୀଙ୍କ ନାଁ ଜୈନୁଲଆବେଦିନ୍ ଏବଂ ସେ ଚେନ୍ନାଇ ଯାଉଥିଲେ ସୁନା ସହ ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୧୪ ହଜାର ଟଙ୍କା ହେବ। ଯାତ୍ରୀ ଜଣକ ୪ ଖଣ୍ଡ ସୁନା ବିସ୍କୁଟକୁ ଶରୀର ଭିତରେ ଲୁଚାଇ […]

abhaya
ଚାକିରିରୁ ନିଲମ୍ୱିତ ହେଲେ IFS ଅଭୟ

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ। ଅଭୟକାନ୍ତଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଅଭୟ। ଏହା ସହ ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଥିଲା। ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ବାପା […]

sleeep
ରାତିରେ ନଖାଇ ଶୋଇଲେ ଶରୀରରେ ଦେଖାଦେବ ଏସବୁ ସମସ୍ୟା

ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ…

lau-chana
ଘରେ ପ୍ରସ୍ତୁତ କରନ୍ତୁ ଲାଉ ଚଣା

ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ। ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ…

baijayant panda
ବୈଜୟନ୍ତ ପଣ୍ଡାଙ୍କୁ କରୋନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏନେଇ ବୈଜୟନ୍ତ ପଣ୍ଡା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ସେ ଆଇସୋଲେସନରେ ଅଛନ୍ତି। ଗତ କିଛିଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ସତର୍କ ରହିବା ସହ କୋଭିଡ୍ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ ପଣ୍ଡା। Because […]